Advertisment

ଚାଲିଗଲା ଦୁଇ ପର୍ବତାରୋହୀଙ୍କ ଜୀବନ, ୪୮ ଘଣ୍ଟା ଯାଏ ଶବକୁ ଜଗି ରହିଲା କୁକୁର

ଉଦ୍ଧାରକାରୀ ଦଳ ଦୁଇ ଜଣଙ୍କ ମୃତଦେହ କୁକୁରଟି ଯୋଗୁ ହିଁ ପାଇବାକୁ ସକ୍ଷମ ହୋଇଛନ୍ତି। କାରଣ କୁକୁରଟି ଶବ ପାଖରେ ବସି ରହି କ୍ରମାଗତ ଭାବେ ଭୁକି ଚାଲିଥିଲା।

Dog

Dog

Advertisment

କୁକୁର ଅତ୍ୟନ୍ତ ବିଶ୍ୱସ୍ତ। ସେ ସବୁବେଳେ ନିଜ ମାଲିକଙ୍କ ପାଖରେ ରହିବାକୁ ଚାହେଁ। ତା’ ପାଇଁ ମାଲିକ ସବୁ କିଛି। ମୃତ୍ୟୁ ପରେ ମଧ୍ୟ ସେ ମାଲିକଙ୍କୁ ଏକା କରେ ନାହିଁ। କୁକୁର କେବେ ହେଲେ ଧୋକ୍କା ଦିଏ ନାହିଁ। ଏହାର ଜ୍ୱଳନ୍ତ ଉଦାହରଣ ପୁଣିଥରେ ସାମ୍ନାକୁ ଆସିଛି।

Advertisment

ପର୍ବତ ଚଢ଼ିବା ବେଳେ ଦୁଇ ଜଣ ପର୍ବତାରୋହୀ ଖସି ପଡ଼ିବା ସହ ପ୍ରାଣ ହରାଇଥିଲେ। ହିମାଚଳ ପ୍ରଦେଶର ବିର ବିଲ୍ଲିଙ୍ଗ ଠାରେ ସେମାନେ ଟ୍ରେକିଂ କରୁଥିବା ବେଳେ ଏପରି ଘଟଣା ଘଟିଥିଲା। ସେମାନଙ୍କ ମୃତ୍ୟୁ ହୋଇ ସାରିଥିଲେ ହେଁ ୪୮ ଘଣ୍ଟା ଯାଏ ସେମାନଙ୍କ ସହ ଥିବା ଗୋଟିଏ ଜର୍ମାନ ଶେଫର୍ଡ ପ୍ରଜାତିର କୁକୁର ସ୍ଥାନ ଛାଡ଼ି ଆସି ନଥିଲା।

ମଙ୍ଗଳବାର ଉଦ୍ଧାରକାରୀ ଦଳ ଦୁଇ ଜଣଙ୍କ ମୃତଦେହ କୁକୁରଟି ଯୋଗୁ ହିଁ ପାଇବାକୁ ସକ୍ଷମ ହୋଇଛନ୍ତି। କାରଣ କୁକୁରଟି ଶବ ପାଖରେ ବସି ରହି କ୍ରମାଗତ ଭାବେ ଭୁକି ଚାଲିଥିଲା। ଉଦ୍ଧାରକାରୀ ଦଳ କୁକୁର ଭୁକିବାରୁ ଶବ ପଡ଼ି ରହିଥିବା ସ୍ଥାନରେ ପହଞ୍ଚି ଥିଲେ। ମୃତକଙ୍କ ମଧ୍ୟରେ ଜଣେ ମହିଳା ରହିଛନ୍ତି।

Advertisment

ମୃତ ଦୁଇ ପର୍ବତାରୋହୀ ହେଲେ ଅଭିନନ୍ଦନ ଗୁପ୍ତା(୩୦) ଓ ୨୬ ବର୍ଷୀୟ ପ୍ରଣିତା ୱାଲା। ଅଭିନନ୍ଦନଙ୍କ ଘର ପଞ୍ଜାବର ପଠାନକୋଟରେ ହୋଇଥିବା ବେଳେ ପ୍ରଣିତା ପୁଣେରେ ରହୁଥିଲେ। ଟ୍ରେକିଂ ବେଳେ ଖସି ପଡ଼ିବାରୁ ସେମାନଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି। ହେଲେ ପ୍ରଶାସନ ଉଭୟଙ୍କ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରିଛି।

ସମୁଦ୍ର ପତନ ଠାରୁ ପ୍ରାୟ ୫ ହଜାର ଫୁଟ ଉପରେ ବିର ବିଲ୍ଲିଙ୍ଗ ରହିଛି। ଏଠାକୁ ନିୟମିତ ଭାବେ ପର୍ଯ୍ୟଟକ ଓ ପର୍ବତାରୋହୀମାନେ ଆସନ୍ତି। କାଙ୍ଗତରା ଜିଲ୍ଲାର ପୁଲିସ୍‌ ମୁଖ୍ୟ ବୀର ବାହାଦୂର କହିଛନ୍ତି, ଅଭିନନ୍ଦନ ଉକ୍ତ ଅଞ୍ଚଳରେ ଟ୍ରେକିଂ ଓ ପାରାଗ୍ଲିଡିଂ ପାଇଁ ପ୍ରାୟ ୪ ବର୍ଷ ହେଲା ରହୁଥିଲେ। କିଛି ଦିନ ତଳେ ଟ୍ରେକିଂ ପାଇଁ ପୁଣେରୁ ପ୍ରଣିତା ଆସିଥିଲେ।

ତୁଷାରପାତ ପରେ ଉଭୟ ଟ୍ରେକିଂରେ ବାହାରି ଯାଇଥିଲେ। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ୪ ଜଣ ମିଳିତ ଭାବେ ଟ୍ରେକିଂ ପାଇଁ ଯାଇଥିଲେ। ତେବେ ବରଫପାତ ଯୋଗୁ ସେମାନେ ଯାଇଥିବା କାର ଆଗକୁ ଯାଇ ନଥିଲା। ତେଣୁ ୪ ଜଣ ଯାକ ଚାଲି ଚାଲି ଯାଉଥିବା ବେଳେ ହଠାତ୍‌ ପାଗରେ ପରବର୍ତ୍ତନ ହୋଇଥିଲା। ତେଣୁ ସେମାନଙ୍କ ମଧ୍ୟରୁ ୨ ଜଣ ଆଗକୁ ନ ଯାଇ ଅନ୍ୟମାନଙ୍କ ସହାୟତାରେ ସୁରକ୍ଷିତ ସ୍ଥାନକୁ ଚାଲି ଆସିଥିଲେ।

ତେବେ ଅଭିନନ୍ଦନ ସାହସ ଦେଖାଇ ଆଗକୁ ବଢ଼ିଥିଲେ। ତାଙ୍କ ସହ ପ୍ରଣିତା ମଧ୍ୟ ଯାଇଥିଲା। କୁକୁରଟି ମଧ୍ୟ ସେମାନଙ୍କ ସହ ଯାଇଥିଲା। ଦୀର୍ଘ ସମୟ ଧରି ସେମାନେ ନ ଫେରିବାରୁ ସମସ୍ତେ ବ୍ୟସ୍ତ ହୋଇ ପଡ଼ିଥିଲେ। ନିଖୋଜ ମାମଲା ପରେ ଉଦ୍ଧାରକାରୀ ଟିମ ସର୍ଚ୍ଚ ଅପରେସନରେ ବାହାରି ପଡ଼ିଥିଲା।

ଦୁଇଟି ଟିମ ଅଭିନନ୍ଦନ ଓ ପ୍ରଣିତାଙ୍କୁ ଖୋଜିବା ଆରମ୍ଭ କରିଥିଲେ। ଶେଷରେ ୪୮ ଘଣ୍ଟା ପରେ ଘଟଣା ସ୍ଥଳରୁ ୩ କିମି ଦୂରରେ ଥିବା ଗୋଟିଏ ସ୍ଥାନରୁ ସେମାନଙ୍କ ମୃତଦେହ ଠାବ ହୋଇଛି।

ଉକ୍ତ ସ୍ଥାନଟି ବରଫ ପଡ଼ିବା ଯୋଗୁ ବେଶ ଖସଡ଼ା ହୋଇ ଯାଇଥିଲା। ତେଣୁ ଟ୍ରେକିଂ ବେଳେ ସମ୍ଭବତଃ ଘୋଡ଼ ଖସି ଯିବାରୁ ଉଭୟ ତଳେ ପଡ଼ି ପ୍ରାଣ ହରାଇଥିବା ପୁଲିସ ଆଶଙ୍କା କରିଛି।

Himachal Pradesh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe