Advertisment

ବୋରଓ୍ୱେଲ ଭିତରେ ଜୀବନ, ଖସି ପଡ଼ିଲା ୨ ବର୍ଷର ଛୁଆ

ଝିଅଟି ଘର ନିକଟରେ ଖେଳୁଥିବା ସମୟରେ ବୋରଓ୍ୱେଲରେ ଖସି ପଡିଛି।

ଅଦ୍ୟତନ ହୋଇଛି
Girl Child Fall Into Borewell

Girl Child Fall Into Borewell

Advertisment

ବୋରଓ୍ୱେଲ ତଳେ ପୁଣି ଫସିଲା ଜୀବନ। ଖେଳୁଥିବା ବେଳେ ଖସି ପଡ଼ିଲା ୨ ବର୍ଷର ଛୁଆ। ୩୫ ଫୁଟ ଗଭୀର ବୋରଓ୍ୱେଲରେ କୁନି ଝିଅଟି ଖସି ପଡିଛି। ଦୀର୍ଘ ୧୪ ଘଣ୍ଟା ହେଲା ଚାଲିଛି ଉଦ୍ଧାର କାର୍ଯ୍ୟ। ରାଜସ୍ଥାନର ଦୌସା ଜିଲ୍ଲାରେ ଘଟିଛି ଏହି ଅଘଟଣା।

Advertisment

ବୁଧବାର ସନ୍ଧ୍ୟାରେ ଦୌସାର ବାନ୍ଦିକୁଇରେ ଦୁଇ ବର୍ଷର ନୀରୁ ୩୫ ଫୁଟ ଗଭୀର ବୋରଓ୍ୱେଲରେ ଖସି ପଡିଥିଲା। ଝିଅଟି ଘର ନିକଟରେ ଖେଳୁଥିବା ସମୟରେ ଏହି ଅଘଟଣ ଘଟିଛି। ସୂଚନା ପାଇବା ପରେ SDRF ଏବଂ NDRF ର ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି।

ବୋରୱେଲ ନିକଟରେ ୩୫ ଫୁଟ ଗଭୀର ଗାତ ଖୋଳା ଯାଇଛି। ଉଦ୍ଧାର ପାଇଁ ଗୋଟିଏ LNT, ୪ଟି JCB ଏବଂ ଦୁଇଟି ଟ୍ରାକ୍ଟରର ସାହାଯ୍ୟ ନିଆଯାଇଛି। ପାଇପ୍‌ ର ୨୦ ଫୁଟ ଟନେଲ୍ ନିର୍ମାଣ କରାଯାଇଛି। ରାତିରୁ ଏନଡିଆରଏଫ ଏବଂ ଏସଡିଆରଏଫ ଦଳ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ୧୪ ଘଣ୍ଟାରୁ ଅଧିକ ସମୟ ହେଲା ଉଦ୍ଧାର କାର୍ଯ୍ୟ ଜାରି ରହିଛି।

Advertisment

ସେପଟେ ପାଇପ୍‌ ମାଧ୍ୟରେ ନୀରୁ ପାଖକୁ ଅକ୍ସିଜେନ ପଠାଯାଇଛି। ଏଥିସହ ଝିଅକୁ ଖାଇବାକୁ ବୋତଲା ସାହାଯ୍ୟରେ ତା ନିକଟକୁ କ୍ଷୀର ଓ ବିସ୍କୁଟ ମଧ୍ୟ ପଠାଯାଇଛି। ସ୍ୱତନ୍ତ୍ର କ୍ୟାମେରା ଜରିଆରେ ଶିଶୁର ଗତିବିଧି ଉପରେ ନଜର ରଖାଯାଇଛି। ଶିଶୁଟି ହଲଚଲ ହେଉଥିବା କ୍ୟାମେରାରେ ଦେଖିବାକୁ ମିଳିଛି। ଅନ୍ୟପଟେ ପାଇପ୍ ଯୋଗେ ତିଆରି ଟନେଲ ମାଧ୍ୟରେ ଝିଅ ନୀରୁ ସହ କଥା ହୋଇଛନ୍ତି ତାଙ୍କ ମା'।

ବୋରୱେଲଟି ପ୍ରାୟ ୬୦୦ ଫୁଟ ଗଭୀର। ପିଲାଟି ପ୍ରାୟ ୩୦ ରୁ ୩୫ ଫୁଟ ତଳେ ଅଟକି ରହିଛି। ପ୍ରଥମ ଦେଖାରେ ନେରୁ ଜୀବିତ ଅଛନ୍ତି। ଜିଲ୍ଲା ପ୍ରଶାସନ ନିରନ୍ତର ରିଲିଫ ଓ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଶିଶୁଟିକୁ ଖୁବଶୀଘ୍ର ଜୀବନ୍ତ ଭାବେ ଉଦ୍ଧାର କରାଯିବ ବୋଲି ଦୌସା ଅତିରିକ୍ତ ଏସପି ଲୋକେଶ ସୋନୱାଲ କହିଛନ୍ତି।

Rajasthan Borewell Accident Girl Fall Into Borewell
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe