Advertisment

ଘର ବାହାରେ ଖେଳୁଥିଲା ୨ ବର୍ଷର ଛୁଆ, ବୋରୱେଲରେ ଖସି ପଡ଼ିଲା

ଖେଳୁ ଖେଳୁ ଘର ନିକଟରେ ଥିବା ଏକ ୧୬ ଫୁଟ ବୋରୱେଲରେ ପଡ଼ିଗଲା ଶିଶୁ। ପିଲାଟିକୁ ଉଦ୍ଧାର କରିବାକୁ ପରିବାର ଲୋକେ କାକୁତିମିନତି ହେଉଥିବା ବେଳେ ଆରମ୍ଭ ହୋଇଛି ରେସକ୍ୟୁ ଅପରେସନ ।

author-image
Niharika Rout
ଅଦ୍ୟତନ ହୋଇଛି
Child

Child

ଖେଳକୁଦ କରିବାକୁ ହସଖୁସିରେ ଘରୁ ବାହାରିଥିଲା ଦୁଇ ବର୍ଷର ଛୁଆ। ମା’ ବି ନିଜ ଗେହ୍ଲା ପୁଅକୁ ସଜବାଜ କରି ଘରୁ ଛାଡ଼ିଥିଲା। ହେଲେ କିଛି ସମୟରେ ଘଟିଲା ଅଘଟଣ। ଘର ନିକଟରେ ଥିବା ଏକ ୧୬ ଫୁଟ ବୋରୱେଲରେ ପଡ଼ିଗଲା ଶିଶୁ। ପିଲାଟିକୁ ଉଦ୍ଧାର କରିବାକୁ ପରିବାର ଲୋକେ କାକୁତିମିନତି ହେଉଥିବା ବେଳେ ଆରମ୍ଭ ହୋଇଛି ରେସକ୍ୟୁ ଅପରେସନ । ଏପରି ଏକ ଅଭାବନୀୟ ଘଟଣା କର୍ଣ୍ଣାଟକାର ବିଜୟପୁରା ଜିଲ୍ଲାର ଲଚୟାନ୍ ଗାଁରେ ଗତକାଲି ଘଟିଛି।

Advertisment

ଏହି ଖବର ପ୍ରଚାରିତ ହେବା ପରେ ଗତକାଲି ସନ୍ଧ୍ୟା ୬ଟା ପରଠୁ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି। ଘଟଣାସ୍ଥଳ ପୁଲିସ୍‌ ଅଧିକାରୀ, ରାଜସ୍ୱଅଧିକାରୀ, ଅଗ୍ନିଶମ, ଆପାତ୍ତକାଳୀନ ସେବା ଅଧିକାରୀ ପ୍ରମୁଖ ଉପସ୍ଥିତ ଅଛନ୍ତି। ଛୁଆଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରିବାକୁ ଯଥା ସମ୍ଭବ ପ୍ରୟାସ କରାଯାଉଥିବା ଜଣେ ବରିଷ୍ଠ ପୁଲିସ୍‌ ଅଧିକାରୀ ସୂଚନା ଦେଇଛନ୍ତି।

ସେ କହିଛନ୍ତି, ପିଲାଟି ୧୬ ଫୁଟ ତଳେ ଫସିଥିବା ଅନୁମାନ କରାଯାଉଛି। ପିଲାଟିର କୌଣସି ଶବ୍ଦ ଶୁଣା ଯାଉ ନଥିବା ବେଳେ ଭିତରେ କିନ୍ତୁ କିଛି ହଲଚଲ ହେଉଥିବା ଜଣାପଡ଼ୁଛି। ଛୁଆଟିର ନିଶ୍ୱାସ ନେବାରେ ଯେପରି କିଛି କଷ୍ଟ ନ ହୁଏ ସେଥି ନିମନ୍ତେ ତୁରନ୍ତ ଭିତରକୁ ଅକ୍ସଜେନ ପାଇପ୍‌ ଛଡ଼ା ଯାଇଛି। ଏଥିସହ ଉଦ୍ଧାର କାର୍ଯ୍ୟକୁ ଯୁଦ୍ଧକାଳୀନ ଭିତ୍ତିରେ କରାଯାଉଛି।

Advertisment

ଉଦ୍ଧାର ପରେ ଶିଶୁର ତୁରନ୍ତ ଚିକିତ୍ସା ପାଇଁ ଘଟଣା ସ୍ଥଳରେ ପ୍ରସ୍ତୁତ ରହିଛନ୍ତି ମେଡିକାଲ ଟିମ । ଏହା ସହ ଉଦ୍ଧାର ପରେ ମେଡିକାଲ ନେବାକୁ ଆମ୍ବୁଲାନ୍ସକୁ ମଧ୍ୟଷ୍ଟାଣ୍ଡବାଏ ମୋଡରେ ରଖାଯାଇଛି ।

Karnataka Boy Fall Into Borewell