Advertisment

ବୋରୱେଲରେ ପଡି ଯାଇଥିବା ୨ ବର୍ଷର ଶିଶୁ ଉଦ୍ଧାର

ଗତକାଲି ଖେଳୁଥିବା ସମୟରେ ବୋରୱେଲରେ ପଡ଼ି ଯାଇଥିଲା।

author-image
Debibandita Barick
ଅଦ୍ୟତନ ହୋଇଛି
Incident Spot

Incident Spot

ବୋରୱେଲରେ ପଡ଼ି ଯାଇଥିବା ୨ ବର୍ଷର ଶିଶୁକୁ ଉଦ୍ଧାର କରାଯାଇଛି। ୨୦ ଘଣ୍ଟାର ଅପରେସନ ପରେ ଶେଷରେ ଶିଶୁଟିକୁ ଉଦ୍ଧାର କରିଛନ୍ତି ଉଦ୍ଧାରକାରୀ ଟିମ୍। ଗତକାଲି କର୍ଣ୍ଣାଟକାର ବିଜୟପୁରା ଜିଲ୍ଲାର ଲଚୟାନ୍ ଗାଁରେ ଶିଶୁଟି ଖେଳୁଥିବା ସମୟରେ ବୋରୱେଲରେ ପଡ଼ି ଯାଇଥିଲା।

Advertisment

ଶିଶୁଟିର ସ୍ୱାସ୍ଥ୍ୟ ଅବସ୍ଥା କିପରି ଅଛି, ଜଣାପଡିନାହିଁ। ଏକ ଡାକ୍ତରୀ ଟିମ୍ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି। ଅକ୍ସିଜେନ ବ୍ୟବସ୍ଥା ମଧ୍ୟ କରାଯାଇଛି। ଜରୁରୀ ଚିକିତ୍ସା ପଇଁ ନିକଟରେ ଆମ୍ବୁଲାନ୍ସ ମଧ୍ୟ ରଖାଯାଇଛି। ଶିଶୁଟି ଉଦ୍ଧାର ହେବା ପରେ ଡାକ୍ତରମାନେ ସ୍ୱାସ୍ଥ୍ୟ ଅବସ୍ଥା ଯାଞ୍ଚ କରୁଛନ୍ତି। ଆବଶ୍ୟକତା ଅନୁସାରେ ଚିକିତ୍ସା ଯୋଗାଇ ଦିଆଯାଉଥିବା ଜଣେ ଅଧିକାରୀ କହିଛନ୍ତି।

ପ୍ରକାଶ ଥାଉ କି, ଉକ୍ତ ଶିଶୁଟି ଖେଳୁଥିବା ସମୟରେ ବୋଲୱେଲରେ ପଡ଼ି ଯାଇଥିଲା। ସନ୍ଧ୍ୟା ପ୍ରାୟ ୬ଟା ପରେ ଶିଶୁର କାନ୍ଦ ଶୁଭିବାରୁ ସ୍ଥାନୀୟ ଲୋକେ ତୁରନ୍ତ ଉଦ୍ଧାରକାରୀ ଦଳକୁ ସୂଚନା ଦେଇଥିଲେ। ଖବର ପାଇ ଘଟଣାସ୍ଥଳ ପୁଲିସ୍‌ ଅଧିକାରୀ, ରାଜସ୍ୱ ଅଧିକାରୀ, ଅଗ୍ନିଶମ ବାହିନୀ, ଆପାତ୍ତକାଳୀନ ସେବା ଅଧିକାରୀ ପ୍ରମୁଖ ପହଞ୍ଚି ଉଦ୍ଧାରକାର୍ଯ୍ୟକୁ ତ୍ୱରାନ୍ୱିତ କରିଥିଲେ।

Advertisment

ରାତି ହୋଇ ଆସୁଥିବାରୁ ଛୁଆଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ଏକ ପ୍ରକାର ଚ୍ୟାଲେଞ୍ଜ ଥିଲା। ଆଜି ସକାଳଠୁ ନିରନ୍ତର ଉଦ୍ଧାର ପ୍ରକ୍ରିୟା ଜାରି ରହିଥିଲା। ଶେଷରେ ୨୦ ଘଣ୍ଟା ପରେ ଉଦ୍ଧାରକାରୀ ଦଳ ସଫଳ ହୋଇଛନ୍ତି। 

Rescue Borewell