Advertisment

ରୁଷ-ୟୁକ୍ରେନ ଯୁଦ୍ଧରେ ଫସିଛନ୍ତି ୨୦ ଭାରତୀୟ, କେମତି ଫେରିବେ

ଦୀର୍ଘ ଦିନ ହେଲା ସେମାନେ ଫସି ରହିଥିବା ବେଳେ ଏବେ ଉଦ୍ଧାର ପାଇଁ ଭାରତ ସରକାରଙ୍କ ପାଖକୁ ଖବର ପଠାଇଛନ୍ତି।

Russia

Russia

Advertisment

ରୁଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଘମାଘୋଟ ଲଢ଼େଇରେ ଫସି ରହିଛନ୍ତି ୨୦ ଜଣ ଭାରତୀୟ। ସେମାନଙ୍କ ମଧ୍ୟରୁ ଜଣେ ଭାରତୀୟ ଗୁଳି ମାଡ଼ରେ ଆହତ ହୋଇଛନ୍ତି।

Advertisment

ଦୀର୍ଘ ଦିନ ହେଲା ସେମାନେ ଫସି ରହିଥିବା ବେଳେ ଏବେ ଉଦ୍ଧାର ପାଇଁ ଭାରତ ସରକାରଙ୍କ ପାଖକୁ ଖବର ପଠାଇଛନ୍ତି। ସେମାନେ ଉଦ୍ଧାର ପାଇଁ ବାର୍ତ୍ତା ପଠାଇଥିବା କଥାକୁ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ନିଶ୍ଚିତ କରାଯାଇଛି।

ମନ୍ତ୍ରଣାଳୟର ମୁଖପାତ୍ର ରଣନ୍ଧିର ଜୈସୱାଲ କହିଛନ୍ତି ଯେ ୱାରଜୋନରେ ଫସି ରହିଥିବା ଭାରତୀୟଙ୍କୁ ସ୍ୱଦେଶ ଫେରାଇ ଆଣିବାକୁ ସବୁ ପ୍ରକାରର ଚେଷ୍ଟା କରାଯାଉଛି। ରୁଷ ଅଧିକାରୀଙ୍କ ସହ ମଧ୍ୟ ଭାରତ ସରକାର ଯୋଗାଯୋଗରେ ରହିଥିବା ସେ କହିଛନ୍ତି।

Advertisment

ଫେବୃଆରୀ ୨୩ରେ ଭାରତ ସରକାର ଆଡଭାଇଜରୀ ଜାରି କରି କହିଥିଲେ ଯେ କିଛି ଭାରତୀୟ ରୁଷ ସହ ମିଶି ୟୁକ୍ରେନ ବିରୋଧରେ ଲଢ଼ୁଥିବା ଖବର ମିଳିଛି। ରୁଷ ସେମାନଙ୍କୁ ଯୁଦ୍ଧରେ ବ୍ୟବହାର କରୁଛି। ସେମାନଙ୍କୁ ରୁଷ ସେନାରୁ ରିଲିଜ କରିବା ପାଇଁ ସବୁ ପ୍ରକାରର ଉଦ୍ୟମ ଚାଲିଛି। ଭାରତୀୟମାନେ ରୁଷ-ୟୁକ୍ରେନ ଯୁଦ୍ଧରୁ ଦୂରେଇ ରୁହନ୍ତୁ ବୋଲି ସରକାର କହିଥିଲେ।

ଅନେକ ଭାରତୀୟଙ୍କୁ ରୁଷ ମିଲିଟାରୀରେ ଚାକିରି କରାଇ ଦେବାର ଲୋଭ ଦେଖାଇ କିଛି ଏଜେଣ୍ଟ ମସ୍କୋ ନେଇ ଯାଇଛନ୍ତି। ସେଠାରେ ସେମାନଙ୍କୁ ବଳପୂର୍ବକ ୟୁକ୍ରେନ ସହ ଯୁଦ୍ଧ କରିବାକୁ ବାଧ୍ୟ କରାଯାଉଛି।

ପ୍ରଥମେ ଭାରତୀୟଙ୍କୁ ସେନାରେ ସହାୟତା ଚାକିରି ମିଳିବ ବୋଲି କୁହାଯାଇଥିଲା। କିନ୍ତୁ ସେମାନଙ୍କୁ ବିଭ୍ରାନ୍ତିକର ଦସ୍ତାବିଜ ଦେଖାଇ ପ୍ରଥମେ ଦସ୍ତଖତ କରିବାକୁ କୁହାଯାଇଥିଲା। ଏହାପରେ ଭାରତୀୟଙ୍କୁ ରୁଷ ପାଇଁ ୟୁକ୍ରେନ ବିରୋଧରେ ଲଢ଼େଇ କରିବାକୁ ବାଧ୍ୟ କରାଯାଉଛି।

ରୁଷରେ ଫସି ରହିଥିବା ୨୦ ଭାରତୀୟଙ୍କ ମଧ୍ୟରୁ ଜଣେ ହେଲେ ଜମ୍ମୁ କଶ୍ମୀରର ଆଜାଦ ୟୁସୁଫ କୁମାର। ତାଙ୍କୁ ଜଣେ ଏଜେଣ୍ଟ ଚାକିରିର ଲୋଭ ଦେଖାଇ ରୁଷ ନେଇ ଯାଇଥିଲେ। ଏବେ ସେ ୟୁକ୍ରେନ ସୀମାରେ ଫସି ରହିଛନ୍ତି।

୩୧ ବର୍ଷୀୟ ଆଜାଦଙ୍କୁ ଯୁଦ୍ଧ ଲଢ଼ିବାକୁ ବାଧ୍ୟ କରାଯାଇଛି। ତେଣୁ ତାଙ୍କ ପରିବାର ଲୋକ ସରକାରଙ୍କୁ ଉଦ୍ଧାର କରିବା ପାଇଁ ନିବେଦନ କରିଛନ୍ତି। ଯୁଦ୍ଧ ବେଳେ ଆଜାଦଙ୍କ ଗୋଡ଼ରେ ମଧ୍ୟ ଗୋଟିଏ ଗୁଳି ବାଜିଥିବା ରିପୋର୍ଟ ପ୍ରକାଶ ପାଇଛି। ଜମ୍ମୁ-କଶ୍ମୀରରୁ ୨ ଜଣ ଯୁବକ ଠକାମୀର ଶିକାର ହୋଇ ଏବେ ରୁଷରେ ଫସି ରହିଛନ୍ତି।

Russia-Ukraine War India Russia
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe