Advertisment

ଘଡଘଡି ସାଙ୍ଗକୁ ପ୍ରବଳ ବର୍ଷା, ବଜ୍ରାଘାତରେ ୨୦ ମୃତ

କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଏନେଇ ଶୋକବ୍ୟକ୍ତ କରିବା ସହ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି।

Representative Image

Representative Image

Advertisment

ଗୁଜରାଟରେ ଅଦିନିଆ ମେଘ ସାଙ୍ଗକୁ ପ୍ରବଳ ଘଡଘଡି। ବଜ୍ରାଘାତରେ ଗୋଟିଏ ଦିନରେ ୨୦ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା। ଏଥିସହ ଏକର ଏକର ଜମିର ଫସଲ ନଷ୍ଟ ହୋଇଯାଇଛି। କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଏନେଇ ଶୋକବ୍ୟକ୍ତ କରିବା ସହ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି।  

Advertisment

ଏକ୍ସ ପୋଷ୍ଟରେ ଶାହ କହିଛନ୍ତି, "ଗୁଜରାଟର ବିଭିନ୍ନ ସହରରେ ଖରାପ ପାଗ ଏବଂ ବଜ୍ରପାତ ଯୋଗୁଁ ଅନେକ ଲୋକଙ୍କ ମୃତ୍ୟୁ ଖବର ଶୁଣି ମୁଁ ଅତ୍ୟନ୍ତ ଦୁଃଖିତ। ଏହି ଦୁଃଖଦ ଘଟଣାରେ ପ୍ରିୟଜନଙ୍କୁ ହରାଇଥିବା ପରିବାରକୁ ଗଭୀର ସମବେଦନା ଜଣାଉଛି। ଆହତମାନଙ୍କ ଶୀଘ୍ର ଆରୋଗ୍ୟ ପାଇଁ ପ୍ରାର୍ଥନା କରୁଛି।" ସ୍ଥାନୀୟ ପ୍ରଶାସନ ରିଲିଫ କାର୍ଯ୍ୟରେ ନିୟୋଜିତ ଥିବା କହିଛନ୍ତି ଶାହ।

ଭାରତ ପାଣିପାଗ ବିଭାଗ (ଆଇଏମଡି) ଅନୁଯାୟୀ, ଦକ୍ଷିଣ ଗୁଜରାଟ ଏବଂ ସୌରାଷ୍ଟ୍ର ଜିଲ୍ଲାର କେତେକ ଅଞ୍ଚଳରେ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି। ଦିନକ ପରେ ପାଗରେ ପରିବର୍ତ୍ତନ ଆସିପାରେ। ରାଜ୍ୟ ଜରୁରୀକାଳୀନ ଅପରେସନ୍ ସେଣ୍ଟର (SEOC)ର ତଥ୍ୟରୁ ଜଣାପଡିଛି ଯେ, ରବିବାର ଗୁଜରାଟର ୨୫୨ ସବଡିଭିଜନ ମଧ୍ୟରୁ ୨୩୪ଟି ଅଞ୍ଚଳରେ ବର୍ଷା ରେକର୍ଡ କରାଯାଇଛି। ସୁରଟ, ସୁରେନ୍ଦ୍ରନଗର, ଖେଡା, ତାପି, ଭାରୁଚ, ଏବଂ ଆମରେଲି ଜିଲ୍ଲାଗୁଡିକରେ ୧୬ ଘଣ୍ଟା ମଧ୍ୟରେ ୫୦ ରୁ ୧୧୭ ମିଲିମିଟର ପର୍ଯ୍ୟନ୍ତ ସର୍ବାଧିକ ବର୍ଷା ରେକର୍ଡ ହୋଇଛି।

Advertisment

ଆଇଏମଡି କହିଛି ଯେ ଉତ୍ତର-ପୂର୍ବ ଆରବ ସାଗରରେ ଏକ ସାଇକ୍ଲୋନିକ୍ ଝଡ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ସୌରାଷ୍ଟ୍ର ଏବଂ କଚ୍ଛ ଅଞ୍ଚଳରେ ସର୍ବାଧିକ ବର୍ଷା ହେବାର ସମ୍ଭାବନା ରହିଛି। 

Lightning Death Lightning Strikes Lightning Strikes In Gujarat
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe