Advertisment

ପାଇଲଟଙ୍କ ପ୍ରଶିକ୍ଷଣରେ ତ୍ରୁଟି, ଏୟାର ଏସିଆକୁ ୨୦ ଲକ୍ଷ ଫାଇନ୍‌

ଜରୁରୀ ଅଭ୍ୟାସ ବିନା ପାଇଲଟଙ୍କୁ ବିମାନ ଉଡାଇବାକୁ ଦିଆଯାଇଥିଲା। ଯାହା ଡିଜିସିଏର ନିୟମ ଉଲ୍ଲଙ୍ଘନ କରିଛି।

author-image
Madhupriya Mistry
Air Asia

Air Asia

ପାଇଲଟଙ୍କ ପ୍ରଶିକ୍ଷଣରେ ତ୍ରୁଟି। ଡିଜିସିଏର ଯାଞ୍ଚ ବେଳେ ପାଇଲଟଙ୍କ ପ୍ରଶିକ୍ଷଣରେ ବ୍ୟାପକ ତ୍ରୁଟି ସାମ୍ନାକୁ ଆସିଛି। ଏହାପରେ ବିମାନ କମ୍ପାନୀ ଏୟାର ଏସିଆକୁ ୨୦ ଲକ୍ଷ ଟଙ୍କାର ଫାଇନ୍‌ ଲଗାଇଛି ଡିଜିସିଏ।

Advertisment

ଇନ୍‌ଷ୍ଟ୍ରୁମେଣ୍ଟ ରେଟିଂ ଯାଞ୍ଚ ବେଳେ ଏହି ଏୟାରଲାଇନ୍ସର କିଛି ପାଇଲଟଙ୍କ ମଧ୍ୟରେ ତ୍ରୁଟି ସାମ୍ନାକୁ ଆସିଥିଲା। ଜରୁରୀ ଅଭ୍ୟାସ ବିନା ପାଇଲଟଙ୍କୁ ବିମାନ ଉଡାଇବାକୁ ଦିଆଯାଇଥିଲା। ଯାହା ଡିଜିସିଏର ନିୟମ ଉଲ୍ଲଙ୍ଘନ କରିଛି। ଏହାପରେ ଉକ୍ତ ଏୟାର ଲାଇନ୍ସକୁ ଆର୍ଥିକ ଜରିମାନା ଲାଗୁ କରାଯାଇଛି।

ଏହାପୂର୍ବରୁ ଡିଜିସିଏ ଏୟାର ଏସିଆର ପ୍ରଶିକ୍ଷଣ ମୁଖ୍ୟଙ୍କୁ ନିଜ କର୍ତ୍ତବ୍ୟ ଅବହେଳା ଯୋଗୁ ତିନି ମାସ ପାଇଁ ତାଙ୍କୁ ପଦରୁ ହଟାଇ ଦେଇଥିଲା। ଏହାବ୍ୟତୀତ ୮ ଜଣ ପ୍ରଶିକ୍ଷକଙ୍କୁ ତିନି ଲକ୍ଷ ଲେଖାଏ ଫାଇନ୍‌ ଦେବାକୁ ନିର୍ଦ୍ଦେଶ ଦିଆଯାଇଥିଲା।

Advertisment

ଡିଜିସିଏ ସଂପୃକ୍ତ ପରିଚାଳକ, ପ୍ରଶିକ୍ଷଣ ମୁଖ୍ୟ ତଥା ଏୟାର ଏସିଆର ସମସ୍ତ ନିଯୁକ୍ତ ପରୀକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଥିଲା। ସେମାନଙ୍କ ନିୟାମକ ବାଧ୍ୟତାମୂଳକ ପାଳନ ନକରିବାରୁ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କାହିଁକି ଗ୍ରହଣ କରାଯିବା ନାହିଁ ବୋଲି ଏଥିରେ ପ୍ରଶ୍ନ କରିଥିଲା ଡିଜିସିଏ। ଲିଖିତ ଜାବାବଗୁଡିକ ଆସିବା ପରେ ଏହାର ଯାଞ୍ଚ କରାଯାଇ ତା'ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

DGCA