Fire
ହସ୍ପିଟାଲରେ ଲାଗିଗଲା ନିଆଁ । ଆଉ ଭିତରେ ଥିଲେ ୨୦ ନବଜାତକ । ନିଜ ଛୁଆଙ୍କ ଜୀବନ ରକ୍ଷା ପାଇଁ ବାହାରେ ଥିବା ବାପାମା’ ମୁଣ୍ଡ ପିଟୁଥିବା ବେଳେ ଦେବଦୂତ ସାଜିଲେ ଅଗ୍ନିଶମ କର୍ମଚାରୀ। ଆଉ ସବୁ ନବଜାତକଙ୍କୁ ସେମାନେ ସୁରକ୍ଷିତ ଭାବେ ଉଦ୍ଧାର କରିବାରେ ସକ୍ଷମ ହୋଇଥିବା ଜଣାଯାଇଛି। ଏପରି ଏକ ଲୋମଟାଙ୍କୁରା ଘଟଣା ଗତ ରାତିରେ ଦିଲ୍ଲୀର ଜନକପୁରୀ ଅଞ୍ଚଳର ଏକ ହସ୍ପିଟାଲରେ ଲାଗିଥିବା ଜଣାଯାଇଛି।
ଅଗ୍ନିଶମ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଗତ କାଲି ବିଳମ୍ବିତ ରାତି ପ୍ରାୟ ୧ଟା୩୫ରେ ହସ୍ପିଟାଲରେ ନିଆଁ ଲାଗିଥିବା ନେଇ ଏକ ଫୋନ୍ କଲ୍ ଆସିଥିଲା। ପ୍ରଥମେ ୪ଟି ଅଗ୍ନିଶମ ଗାଡ଼ିକୁ ଘଟଣାସ୍ଥଳକୁ ପଠାଇଥିଲୁ। ମାତ୍ର ପରେ ହସ୍ପିଟାଲ ମଧ୍ୟରେ ୨୦ ନବଜାତକ ରହି ଯାଇଥିବା ସୂଚନା ପାଇ ତୁରନ୍ତ ଆଉ ୪ଟି ଅଗ୍ନିଶମ ଗାଡ଼ିକୁ ପଠାଇଥିଲୁ। ଅଗ୍ନିଶମ କର୍ମଚାରୀଙ୍କ ଆପ୍ରାଣ ଉଦ୍ୟମ ଯୋଗୁ ତୁରନ୍ତ ନିଆଁ କାବୁ ହୋଇଥିଲା ଓ ହସ୍ପିଟାଲରୁ ସମସ୍ତ ପିଲାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି।
ଏବେ ସମସ୍ତ ନବଜାତକଙ୍କୁ ଭିନ୍ନ ଭିନ୍ନ ହସ୍ପିଟାଲରେ ରଖି ଚିକିତ୍ସା କରାଯାଉଛି। ଉକ୍ତ ହସ୍ପିଟାଲ ଏକ ମହଲା ବିଶିଷ୍ଟ ହୋଇଥିବା ବେଳେ ସେଥିରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ଗ୍ରହଣ କରାଯାଇନି। ଏହାର ତଦନ୍ତ କରାଯାଉଛି ଓ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଦିଲ୍ଲୀର ଅଗ୍ନିଶମ ଅଧିକାରୀ ଅତୁଲ ଗର୍ଗ ସୂଚନା ଦେଇଛନ୍ତି।
ଉ ସବୁ ନବଜାତକଙ୍କୁ ସେମାନେ ସୁରକ୍ଷିତ ଭାବେ ଉଦ୍ଧାର କରିବାରେ ସକ୍ଷମ ହୋଇଥିବା ଜଣାଯାଇଛି। ଏପରି ଏକ ଲୋମଟାଙ୍କୁରା ଘଟଣା ଗତ ରାତିରେ ଦିଲ୍ଲୀର ଜନକପୁରୀ ଅଞ୍ଚଳର ଏକ ହସ୍ପିଟାଲରେ ଲାଗିଥିବା ଜଣାଯାଇଛି।
ଅଗ୍ନିଶମ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଗତ କାଲି ବିଳମ୍ବିତ ରାତି ପ୍ରାୟ ୧ଟା୩୫ରେ ହସ୍ପିଟାଲରେ ନିଆଁ ଲାଗିଥିବା ନେଇ ଏକ ଫୋନ୍ କଲ୍ ଆସିଥିଲା। ପ୍ରଥମେ ୪ଟି ଅଗ୍ନିଶମ ଗାଡ଼ିକୁ ଘଟଣାସ୍ଥଳକୁ ପଠାଇଥିଲୁ। ମାତ୍ର ପରେ ହସ୍ପିଟାଲ ମଧ୍ୟରେ ୨୦ ନବଜାତକ ରହି ଯାଇଥିବା ସୂଚନା ପାଇ ତୁରନ୍ତ ଆଉ ୪ଟି ଅଗ୍ନିଶମ ଗାଡ଼ିକୁ ପଠାଇଥିଲୁ। ଅଗ୍ନିଶମ କର୍ମଚାରୀଙ୍କ ଆପ୍ରାଣ ଉଦ୍ୟମ ଯୋଗୁ ତୁରନ୍ତ ନିଆଁ କାବୁ ହୋଇଥିଲା ଓ ହସ୍ପିଟାଲରୁ ସମସ୍ତ ପିଲାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି।
ଏବେ ସମସ୍ତ ନବଜାତକଙ୍କୁ ଭିନ୍ନ ଭିନ୍ନ ହସ୍ପିଟାଲରେ ରଖି ଚିକିତ୍ସା କରାଯାଉଛି। ଉକ୍ତ ହସ୍ପିଟାଲ ଏକ ମହଲା ବିଶିଷ୍ଟ ହୋଇଥିବା ବେଳେ ସେଥିରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ଗ୍ରହଣ କରାଯାଇନି। ଏହାର ତଦନ୍ତ କରାଯାଉଛି ଓ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଦିଲ୍ଲୀର ଅଗ୍ନିଶମ ଅଧିକାରୀ ଅତୁଲ ଗର୍ଗ ସୂଚନା ଦେଇଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
