ଆର୍ଥିକ ବର୍ଷ ୨୦୨୫ରେ ଭାରତର ପ୍ରକୃତ ଜିଡିପି ଏବଂ ଜିଭିଏ ଅଭିବୃଦ୍ଧି ହାର ୬.୪ ପ୍ରତିଶତ ରହିବା ନେଇ ପୂର୍ବାନୁମାନ
ଆର୍ଥିକ ବର୍ଷ ୨୦୨୬ରେ ବାସ୍ତବ ଜିଡିପି ଅଭିବୃଦ୍ଧି ହାର ୬.୩ ଏବଂ ୬.୮ ପ୍ରତିଶତ ମଧ୍ୟରେ ରହିବ
ମଧ୍ୟମ ଧରଣର ଅଭିବୃଦ୍ଧି ସମ୍ଭାବନା ଏବଂ ବିଶ୍ୱସ୍ତରୀୟ ପ୍ରତିଦ୍ୱନ୍ଦ୍ୱିତାକୁ ପ୍ରୋତ୍ସାହିତ କରିବା ଲାଗି ତୃଣମୂଳସ୍ତରର ଢାଞ୍ଚାଗତ ସଂସ୍କାର ଏବଂ ନିୟାମକ ବ୍ୟବସ୍ଥା କୋହଳ ଉପରେ ଗୁରୁତ୍ୱ
ଭୂ-ଅର୍ଥନୈତିକ ବିଭାଜନ (ଜି.ଇ.ଏଫ୍.) ଜଗତୀକରଣର ସ୍ଥାନ ନେଉଛି, ଯାହାଦ୍ୱାରା ଆର୍ଥିକ ପୁନର୍ବିନ୍ୟାସ ଏବଂ ପୁନଃସମନ୍ୱୟ ଘଟୁଛି
ଭାରତର ଏସଏମଇ କ୍ଷେତ୍ରକୁ ସୁଦୃଢ଼ କରିବା ଲାଗି ସଂସ୍କାର ଓ ବ୍ୟବସାୟିକ ସୁଗମତାର ଦ୍ୱିତୀୟ ସଂସ୍କରଣ ଉପରେ ଗୁରୁତ୍ୱ
ଭିତ୍ତିଭୂମିର ଆବଶ୍ୟକତାକୁ ପୂରଣ କରିବା ଲାଗି ଘରୋଇ କ୍ଷେତ୍ରର ସହଭାଗିତା ଗୁରୁତ୍ୱପୂର୍ଣ୍ଣ
ପୁଞ୍ଜିବ୍ୟୟ ୨୦୨୧ରୁ ୨୦୨୪ ମଧ୍ୟରେ ଯଥେଷ୍ଟ ସୁଧୁରିଛି ଏବଂ ସାଧାରଣ ନିର୍ବାଚନ ପରେ ଏହା ବାର୍ଷିକ ୮.୨ ପ୍ରତିଶତ ବାର୍ଷିକ ଅଭିବୃଦ୍ଧି ହାସଲ କରିଛି
ଆର୍ଥିକ ବର୍ଷ ୨୦୨୦ରୁ ଆର୍ଥିକ ବର୍ଷ ୨୦୨୪ ପର୍ଯ୍ୟନ୍ତ ପ୍ରମୁଖ ଭିତ୍ତିଭୂମି କ୍ଷେତ୍ରଗୁଡ଼ିକରେ ପୁଞ୍ଜିଗତ ବ୍ୟୟ ୩୮.୮ ହାରରେ ବୃଦ୍ଧି ପାଇଛି
ଭାରତର ଉପଭୋକ୍ତା ମୂଲ୍ୟ ମୁଦ୍ରାସ୍ଫୀତି ଆର୍ଥିକ ବର୍ଷ ୨୦୨୬ରେ ୪ ପ୍ରତିଶତ ଲକ୍ଷ୍ୟ ଅନୁରୂପ ହେବା ନେଇ ଆରବିଆଇ ଏବଂ ଆଇଏମଏଫର ପୂର୍ବାନୁମାନ
ଖୁଚୁରା ହେଡଲାଇନ ମୁଦ୍ରାସ୍ଫୀତି ଆର୍ଥିକ ବର୍ଷ ୨୦୨୪ରେ ୫.୪ ପ୍ରତିଶତରୁ ହ୍ରାସ ପାଇଁ ଏପ୍ରିଲ-ଡିସେମ୍ବର ୨୦୨୪ରେ ୪.୯ ପ୍ରତିଶତରେ ପହଞ୍ଚିଛି
ବ୍ୟାଙ୍କ ଋଣରେ ସ୍ଥିର ବୃଦ୍ଧି ହୋଇଛି, ଋଣ ବୃଦ୍ଧି ଜମା ବୃଦ୍ଧି ଦିଗରେ ଅଗ୍ରସର ହୋଇଛି
ଅନୁସୂଚିତ ବାଣିଜ୍ୟିକ ବ୍ୟାଙ୍କଗୁଡ଼ିକର ଜିଏନପିଏ ୧୨ ବର୍ଷରେ ସବୁଠୁ କମ୍ ୨.୬ ପ୍ରତିଶତରେ ପହଞ୍ଚିଛି
ଦେବାଳିଆ ଏବଂ ଦେବାଳିଆପଣ ସଂହିତା ଅଧୀନରେ ଡିସେମ୍ବର ୨୦୨୪ ସୁଦ୍ଧା ୧୦୬୮ ଯୋଜନାର ସମାଧାନ ଦ୍ୱାରା ମିଳିଛି ୩.୬ ଲକ୍ଷ କୋଟି ଟଙ୍କା
ଡିସେମ୍ବର ୨୦୨୪ ସୁଦ୍ଧା ଇକ୍ୱିଟି ଏବଂ ଋଣ ଜରିଆରେ ୧୧.୧ ଲକ୍ଷ କୋଟି ଟଙ୍କା ସଂଗ୍ରହ କରାଯାଇଛି, ଯାହା ପୂର୍ବ ବର୍ଷ ତୁଳନାରେ ୫ ପ୍ରତିଶତ ଅଧିକ
ଜି.ଡି.ପି. ଅନୁପାତରେ ବି.ଏସ୍.ଇ. ଷ୍ଟକ୍ ବଜାର ପୁଞ୍ଜି ୧୩୬ ପ୍ରତିଶତ ରହିଛି, ଯାହା ଚୀନ୍ (୬୫ ପ୍ରତିଶତ) ଏବଂ ବ୍ରାଜିଲ (୩୭ ପ୍ରତିଶତ) ଠାରୁ ବହୁତ ଅଧିକ
ଆର୍ଥିକ ବର୍ଷ ୨୫ର ପ୍ରଥମ ନଅ ମାସରେ, ମୋଟ ରପ୍ତାନୀ ୬ ପ୍ରତିଶତ ବୃଦ୍ଧି ପାଇଛି, ସେବାରେ ବାର୍ଷିକ ବୃଦ୍ଧି ହାର ୧୧.୬ ପ୍ରତିଶତ ରହିଛି
ୟୁ.ଏନ୍.ସି.ଟି.ଏ.ଡି. ଅନୁଯାୟୀ, ଭାରତ ହେଉଛି ଦୂରସଞ୍ଚାର, କମ୍ପ୍ୟୁଟର ଏବଂ ସୂଚନା ସେବାର ବିଶ୍ୱର ଦ୍ୱିତୀୟ ସର୍ବବୃହତ ରପ୍ତାନିକାରୀ
ବିଦେଶୀ ମୁଦ୍ରା ଭଣ୍ଡାର ୬୪୦.୩ ବିଲିୟନ ଆମେରିକୀୟ ଡଲାରରେ ପହଞ୍ଚିଛି, ଯାହା ୧୦.୯ ମାସର ଆମଦାନୀ ଏବଂ ୯୦ ପ୍ରତିଶତ ବିଦେଶୀ ଋଣ ପାଇଁ ଯଥେଷ୍ଟ
ସରକାରଙ୍କ ମହାକାଶ ଲକ୍ଷ୍ୟ ୨୦୪୭ରେ ଗଗନଯାନ ମିଶନ ଏବଂ ଚନ୍ଦ୍ରଯାନ-୪ ଚନ୍ଦ୍ର ସାମ୍ପଲ୍ ପ୍ରତ୍ୟାବର୍ତ୍ତନ ମିଶନ ଅନ୍ତର୍ଭୁକ୍ତ
ସ୍ମାର୍ଟଫୋନ୍ ଆମଦାନୀ ବ୍ୟାପକ ଭାବେ ହ୍ରାସ ପାଇଛି, ଏବେ ୯୯ ପ୍ରତିଶତ ସ୍ମାର୍ଟଫୋନ୍ ଘରୋଇ ସ୍ତରରେ ନିର୍ମିତ ହେଉଛି: ଆର୍ଥିକ ସର୍ବେକ୍ଷଣ ରିପୋର୍ଟ ୨୦୨୪-୨୫
ଡବ୍ଲ୍ୟୁ.ଆଇ.ପି.ଓ. ରିପୋର୍ଟ ୨୦୨୨-ବିଶ୍ୱର ଶ୍ରେଷ୍ଠ ୧୦ଟି ପେଟେଣ୍ଟ ଦାଖଲକାରୀ କାର୍ଯ୍ୟାଳୟ ମଧ୍ୟରେ ଭାରତ ଷଷ୍ଠ ସ୍ଥାନରେ ରହିଛି
ଏମ୍. ଏସ୍. ଏମ୍. ଇ. ଗୁଡ଼ିକୁ ଇକ୍ୱିଟି ପାଣ୍ଠି ଯୋଗାଇବା ପାଇଁ ୫୦,୦୦୦ କୋଟି ଟଙ୍କାର ଆତ୍ମନିର୍ଭର ଭାରତ ପାଣ୍ଠି ଆରମ୍ଭ କରାଯାଇଛି
ଭାରତର ସେବା ରପ୍ତାନୀ ଅଭିବୃଦ୍ଧି ଏପ୍ରିଲ୍-ନଭେମ୍ବର ଆର୍ଥିକ ବର୍ଷ ୨୦୨୫ ମଧ୍ୟରେ ୧୨.୮%କୁ ବୃଦ୍ଧି ପାଇଛି, ଯାହା ଆର୍ଥିକ ବର୍ଷ ୨୦୨୪ରେ ୫.୭% ଥିଲା
ଆର୍ଥିକ ବର୍ଷ ୨୦୨୩ରେ ଜି. ଡି. ପି. ରେ ପର୍ଯ୍ୟଟନ କ୍ଷେତ୍ରର ଯୋଗଦାନ ମହାମାରୀ ପୂର୍ବର ୫ ପ୍ରତିଶତକୁ ଫେରିଛି
କୃଷି ଏବଂ ଆନୁସଙ୍ଗିକ କାର୍ଯ୍ୟକଳାପ କ୍ଷେତ୍ର ବର୍ତ୍ତମାନର ମୂଲ୍ୟରେ ଆର୍ଥିକ ବର୍ଷ ୨୪ (ପିଇ) ପାଇଁ ଦେଶର ଜିଡିପିରେ ପ୍ରାୟ ୧୬ ପ୍ରତିଶତ ଯୋଗଦାନ କରିଛି
ଖରିଫ ଖାଦ୍ୟଶସ୍ୟ ଉତ୍ପାଦନ ୧୬୪୭.୦୫ ଲକ୍ଷ ମେଟ୍ରିକ୍ ଟନରେ ପହଞ୍ଚିବ ବୋଲି ଆଶା କରାଯାଉଛି, ଯାହାକି ପୂର୍ବ ବର୍ଷ ତୁଳନାରେ ୮୯.୩୭ ଲକ୍ଷ ମେଟ୍ରିକ୍ ଟନ ଅଧିକ
ମତ୍ସ୍ୟଚାଷ କ୍ଷେତ୍ରରେ ସର୍ବାଧିକ ୮.୭ ପ୍ରତିଶତ ସି.ଏ.ଜି.ଆର୍. ରହିଥିଲା, ୫ ପ୍ରତିଶତ ସି.ଏ.ଜି.ଆର୍. ସହିତ ପ୍ରାଣୀ ସମ୍ପଦ କ୍ଷେତ୍ର ଏହା ପଛକୁ ରହିଛି
ଅଣ-ଜୀବାଶ୍ମ ଇନ୍ଧନ ଉତ୍ସରୁ ସ୍ଥାପିତ ଶକ୍ତି ଉତ୍ପାଦନ କ୍ଷମତା ହେଉଛି ମୋଟ କ୍ଷମତାର ୪୬.୮ ପ୍ରତିଶତ
୨୦୦୫ରୁ ୨୦୨୩ ମଧ୍ୟରେ ୨.୨୯ କୋଟି ଟନ ସମତୁଲ୍ୟ ଅତିରିକ୍ତ କାର୍ବନ ସିଙ୍କ ସୃଷ୍ଟି କରାଯାଇଛି
୨୦୩୦ ସୁଦ୍ଧା, ଜୀବନ ରକ୍ଷାକାରୀ ପଦକ୍ଷେପଗୁଡ଼ିକ ଦ୍ୱାରା ବିଶ୍ୱବ୍ୟାପୀ ଉପଭୋକ୍ତାମାନଙ୍କର ପାଖାପାଖି ୪୪୦ ବିଲିୟନ ଆମେରିକୀୟ ଡଲାର ସଞ୍ଚୟ ହୋଇପାରିବ
ସାମାଜିକ ସେବା ବ୍ୟୟରେ ଆର୍ଥିକ ବର୍ଷ ୨୧ରୁ ଆର୍ଥିକ ବର୍ଷ ୨୫ ମଧ୍ୟରେ ବାର୍ଷିକ ୧୫ ପ୍ରତିଶତ ଅଭିବୃଦ୍ଧି ହାର ଦେଖିବାକୁ ମିଳିଛି
ସରକାରୀ ସ୍ୱାସ୍ଥ୍ୟ ଖର୍ଚ୍ଚ ୨୯ ପ୍ରତିଶତରୁ ୪୮ ପ୍ରତିଶତକୁ ବୃଦ୍ଧି ପାଇଛି; ଲୋକଙ୍କ ସ୍ୱାସ୍ଥ୍ୟ ଖର୍ଚ୍ଚ ୬୨.୬% ରୁ ୩୯.୪% କୁ ହ୍ରାସ ପାଇଛି
ବେକାରୀ ହାର ୨୦୧୭-୧୮ରେ ୬.୦% ରୁ ୨୦୨୩-୨୪ରେ ୩.୨% କୁ ହ୍ରାସ ପାଇଛି
କ୍ରମବର୍ଦ୍ଧିଷ୍ଣୁ ଡିଜିଟାଲ ଅର୍ଥବ୍ୟବସ୍ଥା ଏବଂ ଅକ୍ଷୟ ଶକ୍ତି କ୍ଷେତ୍ର ନିଯୁକ୍ତି ସୃଷ୍ଟି ପାଇଁ ଉନ୍ନତ ସୁଯୋଗ ପ୍ରଦାନ କରୁଛି, ଯାହା ଏକ ବିକଶିତ ଭାରତର ଲକ୍ଷ୍ୟ ହାସଲ କରିବା ପାଇଁ ଅପରିହାର୍ଯ୍ୟ
ନିଯୁକ୍ତି ସୁଯୋଗ ସୃଷ୍ଟି ପାଇଁ ଏକ ପରିବର୍ତ୍ତନକାରୀ ପ୍ରେରକ ଭାବରେ ପ୍ରଧାନମନ୍ତ୍ରୀ-ଇଣ୍ଟର୍ନସିପ୍ ଯୋଜନା ଉଭା ହୋଇଛି
ଏଆଇ ଗ୍ରହଣ ପାଇଁ ବ୍ୟାପକ ଆକାରରେ ପ୍ରତିବନ୍ଧକ ବର୍ତ୍ତମାନ ରହିଛି, ଯାହାଫଳରେ ନୀତିନିର୍ମାତାମାନଙ୍କୁ କାର୍ଯ୍ୟ କରିବା ଲାଗି ସୁଯୋଗ ମିଳୁଛି
ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଦ୍ୱାରା ପରିଚାଳିତ ପରିବର୍ତ୍ତନର ପ୍ରତିକୂଳ ସାମାଜିକ ପ୍ରଭାବକୁ ହ୍ରାସ କରିବା ପାଇଁ ସରକାର, ଘରୋଇ କ୍ଷେତ୍ର ଏବଂ ଶିକ୍ଷା ଜଗତ ମଧ୍ୟରେ ସହଯୋଗୀ ପ୍ରୟାସ ଆବଶ୍ୟକ
କେନ୍ଦ୍ର ଅର୍ଥ ଏବଂ କର୍ପୋରେଟ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣଙ୍କ ଦ୍ୱାରା ଆଜି ସଂସଦରେ ଆର୍ଥିକ ସର୍ବେକ୍ଷଣ 2024-25 ଉପସ୍ଥାପନ କରାଯାଇଛି। ସର୍ବେକ୍ଷଣର ମୁଖ୍ୟାଂଶ ନିମ୍ନରେ ଦିଆଗଲା:
ଅର୍ଥବ୍ୟବସ୍ଥାର ସ୍ଥିତି : ପ୍ରଥମ ଧାଡ଼ିକୁ ଫେରିବା
ଆର୍ଥିକ ବର୍ଷ ୨୦୨୫ରେ ଭାରତର ପ୍ରକୃତ ଜିଡିପି ଅଭିବୃଦ୍ଧି 6.4 ପ୍ରତିଶତ (ଜାତୀୟ ଆୟର ପ୍ରଥମ ଅଗ୍ରୀମ ଆକଳନ ଅନୁଯାୟୀ) ହେବ ବୋଲି ଆକଳନ କରାଯାଇଛି, ଯାହା ଏହାର ଦଶନ୍ଧି ହାରାହାରି ସହିତ ପ୍ରାୟ ସମାନ।
ବାସ୍ତବ ମୋଟ ମୂଲ୍ୟ ବୃଦ୍ଧି (ଜିଭିଏ) ମଧ୍ୟ ୨୦୨୫ ଆର୍ଥିକ ବର୍ଷରେ ୬.୪୦ ପ୍ରତିଶତ ହାରରେ ବୃଦ୍ଧି ପାଇବ ବୋଲି ଆକଳନ କରାଯାଇଛି।
ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ବିଶ୍ୱ ଅର୍ଥବ୍ୟବସ୍ଥା ୩.୨% ଅଭିବୃଦ୍ଧି ହାସଲ କରିବ ବୋଲି ୨୦୨୩ ମସିହାରେ ଆଇ. ଏମ୍. ଏଫ୍. ପୂର୍ବାନୁମାନ କରିଥିଲାବେଳେ ଏହାର ବିପରୀତ ହାରାହାରି ୩.୩% ହାରରେ ବିଶ୍ୱ ଅର୍ଥବ୍ୟବସ୍ଥା ବିକଶିତ ହୋଇଛି।
ଅଭିବୃଦ୍ଧିର ସକାରାତ୍ମକ ଏବଂ ନକାରାତ୍ମକ ଦିଗକୁ ଧ୍ୟାନରେ ରଖି ଆର୍ଥିକ ବର୍ଷ ୨୦୨୬ରେ ପ୍ରକୃତ ଜିଡିପି ଅଭିବୃଦ୍ଧି ୬.୩%-୬.୮% ମଧ୍ୟରେ ରହିବ ବୋଲି ଆଶା କରାଯାଉଛି।
ମଧ୍ୟମକାଳୀନ ଅଭିବୃଦ୍ଧି ସମ୍ଭାବନାକୁ ସୁଦୃଢ଼ କରିବା ଏବଂ ଭାରତୀୟ ଅର୍ଥବ୍ୟବସ୍ଥାର ବୈଶ୍ୱିକ ପ୍ରତିଦ୍ୱନ୍ଦ୍ୱିତାକୁ ପ୍ରୋତ୍ସାହନ ଦେବା ଲାଗି ତୃଣମୂଳ ସ୍ତରରେ ଢାଞ୍ଚାଗତ ସଂସ୍କାର ଏବଂ ନିୟନ୍ତ୍ରଣ ଉପରେ ଗୁରୁତ୍ୱ ଦିଆଯିବ।
ଭୌଗୋଳିକ ରାଜନୈତିକ ଉତ୍ତେଜନା, ଚାଲିଥିବା ଯୁଦ୍ଧ ଏବଂ ବିଶ୍ୱ ବାଣିଜ୍ୟ ନୀତିର ବିପଦ ବିଶ୍ୱ ଅର୍ଥନୈତିକ ଦୃଷ୍ଟିକୋଣ ପାଇଁ ଗୁରୁତ୍ୱପୂର୍ଣ୍ଣ ଆହ୍ୱାନ ସୃଷ୍ଟି କରୁଛି।
ଖୁଚୁରା ମୁଦ୍ରାସ୍ଫୀତି ଆର୍ଥିକ ବର୍ଷ ୨୦୨୩-୨୪ରେ ୫.୪% ରୁ ଏପ୍ରିଲ-ଡିସେମ୍ବର ୨୦୨୪ରେ ୪.୯%କୁ ହ୍ରାସ ପାଇଛି।
ପୁଞ୍ଜି ବ୍ୟୟ (କ୍ୟାପେକ୍ସ) ପରିମାଣ ଆର୍ଥିକ ବର୍ଷ ୨୦୨୧ ଆର୍ଥିକ ବର୍ଷ ୨୦୨୪ ମଧ୍ୟରେ କ୍ରମାଗତ ଭାବେ ବୃଦ୍ଧି ପାଇଛି। ସାଧାରଣ ନିର୍ବାଚନ ପରେ, ଜୁଲାଇ-ନଭେମ୍ବର ୨୦୨୪ ମଧ୍ୟରେ କ୍ୟାପେକ୍ସ ବାର୍ଷିକ ୮.୨ ପ୍ରତିଶତ ବୃଦ୍ଧି ପାଇଛି।
ବୈଶ୍ୱିକ ସେବା ରପ୍ତାନୀରେ ଭାରତର ବୈଶ୍ୱିକ ପ୍ରତିଦ୍ୱନ୍ଦ୍ୱିତାକୁ ରେଖାଙ୍କିତ କରି, ଏହି କ୍ଷେତ୍ରରେ ଭାରତର ଯୋଗଦାନ ବିଶ୍ୱରେ ସପ୍ତମ-ସର୍ବବୃହତ୍ ରହିଛି।
ଏପ୍ରିଲରୁ ଡିସେମ୍ବର ୨୦୨୪ ମଧ୍ୟରେ, ଅଣ-ପେଟ୍ରୋଲିୟମ ଏବଂ ଅଣ-ରତ୍ନ ଏବଂ ଅଳଙ୍କାର ରପ୍ତାନୀ ୯.୧ ପ୍ରତିଶତ ବୃଦ୍ଧି ପାଇଛି, ଯାହା ଅସ୍ଥିର ବୈଶ୍ୱିକ ପରିସ୍ଥିତି ମଧ୍ୟରେ ଭାରତର ବାଣିଜ୍ୟିକ ରପ୍ତାନୀର ନମନୀୟତାକୁ ପ୍ରତିଫଳିତ କରୁଛି।
ମୁଦ୍ରା ଏବଂ ଆର୍ଥିକ କ୍ଷେତ୍ରର ବିକାଶ କାର୍ଡ ଏବଂ ଘୋଡ଼ା
ଋଣ ବୃଦ୍ଧି ସହିତ ବ୍ୟାଙ୍କ ଋଣ ସ୍ଥିର ହାରରେ ବୃଦ୍ଧି ପାଇଛି, ଯାହା ଜମା ବୃଦ୍ଧି ଆଡ଼କୁ ଗତି କରୁଛି।
ଅନୁସୂଚିତ ବାଣିଜ୍ୟିକ ବ୍ୟାଙ୍କଗୁଡ଼ିକର ଲାଭ ବୃଦ୍ଧି ପାଇଛି, ଯାହା ମୋଟ ଅଚଳ ପରିସମ୍ପତ୍ତି (ଜି.ଏନ୍.ପି.ଏ.)ରେ ହ୍ରାସ ଏବଂ ପୁଞ୍ଜି-ବିପଦ ଭାରିତ ପରିସମ୍ପତ୍ତି ଅନୁପାତ (ସି.ଆର୍.ଏ.ଆର୍.) ବୃଦ୍ଧିରେ ପ୍ରତିଫଳିତ ହୋଇଛି।
ଋଣ ଅଭିବୃଦ୍ଧି କ୍ରମାଗତ ଦୁଇ ବର୍ଷ ଧରି ନାମମାତ୍ର ଜି.ଡି.ପି. ଅଭିବୃଦ୍ଧିକୁ ଅତିକ୍ରମ କରିଛି। ଋଣ-ଜିଡିପି ବ୍ୟବଧାନ ଆର୍ଥିକ ବର୍ଷ ୨୦୨୫ର ପ୍ରଥମ ତ୍ରୈମାସରେ (-)୦.୩ ପ୍ରତିଶତକୁ ହ୍ରାସ ପାଇଛି, ଯାହା ଆର୍ଥିକ ବର୍ଷ ୨୦୨୩ ପ୍ରଥମ ତ୍ରୈମାସରେ (-) ୧୦.୩ ପ୍ରତିଶତ ଥିଲା, ଏହା ସ୍ଥାୟୀ ବ୍ୟାଙ୍କ ଋଣ ଅଭିବୃଦ୍ଧିକୁ ସୂଚାଇଥାଏ।
ବ୍ୟାଙ୍କିଙ୍ଗ କ୍ଷେତ୍ରରେ ପରିସମ୍ପତ୍ତିର ଗୁଣବତ୍ତା, ସୁଦୃଢ଼ ପୁଞ୍ଜି ବଫର ଏବଂ ସୁଦୃଢ଼ ପରିଚାଳନା ପ୍ରଦର୍ଶନରେ ଉନ୍ନତି ପରିଲକ୍ଷିତ ହୋଇଛି।
ଅନୁସୂଚିତ ବାଣିଜ୍ୟିକ ବ୍ୟାଙ୍କଗୁଡ଼ିକର ମୋଟ ଅଣ-କାର୍ଯ୍ୟକ୍ଷମ ପରିସମ୍ପତ୍ତି (ଜି.ଏନ୍.ପି.ଏ.) ସେପ୍ଟେମ୍ବର ୨୦୨୪ ଶେଷରେ ମୋଟ ଋଣ ଏବଂ ଅଗ୍ରୀମ ଅର୍ଥର ୧୨ ବର୍ଷର ସର୍ବନିମ୍ନ ୨.୬ ପ୍ରତିଶତକୁ ହ୍ରାସ ପାଇଛି।
ଦେବାଳିଆ ଏବଂ ଦେବାଳିଆପଣ ସଂହିତା ଅଧୀନରେ, ସେପ୍ଟେମ୍ବର ୨୦୨୪ ସୁଦ୍ଧା ୧,୦୬୮ଟି ଯୋଜନାର ସମାଧାନ ମାଧ୍ୟମରେ ୩.୬ ଲକ୍ଷ କୋଟି ଟଙ୍କା ଆଦାୟ କରାଯାଇଛି। ଏହା ପରିସମାପ୍ତି ମୂଲ୍ୟ ତୁଳନାରେ ୧୬୧ ପ୍ରତିଶତ ଏବଂ ସମ୍ପୃକ୍ତ ସମ୍ପତ୍ତିର ଉଚିତ ମୂଲ୍ୟର ୮୬.୧ ପ୍ରତିଶତ ଅଟେ।
ନିର୍ବାଚନ-ପରିଚାଳିତ ବଜାର ଅସ୍ଥିରତା ଆହ୍ୱାନ ସତ୍ତ୍ୱେ ଭାରତୀୟ ଷ୍ଟକ୍ ବଜାର ଏହାର ପ୍ରଗତିଶୀଳ ବଜାର ସମକକ୍ଷମାନଙ୍କୁ ଅତିକ୍ରମ କରିଥିଲା।
ପ୍ରାଥମିକ ବଜାରରୁ (ଇକ୍ୱିଟି ଏବଂ ଋଣ) ମୋଟ ସମ୍ବଳ ସଂଗ୍ରହ ଏପ୍ରିଲରୁ ଡିସେମ୍ବର ୨୦୨୪ ମଧ୍ୟରେ ୧୧.୧ ଲକ୍ଷ କୋଟି ଟଙ୍କା ରହିଛି, ଯାହା ଆର୍ଥିକ ବର୍ଷ ୨୦୨୩-୨୪ ମଧ୍ୟରେ ସଂଗ୍ରହ କରାଯାଇଥିବା ପରିମାଣଠାରୁ ୫ ପ୍ରତିଶତ ଅଧିକ।
ଡିସେମ୍ବର ୨୦୨୪ ଶେଷ ସୁଦ୍ଧା ବି.ଏସ୍.ଇ. ଷ୍ଟକ୍ ବଜାର ପୁଞ୍ଜି ଏବଂ ଜି.ଡି.ପି. ଅନୁପାତ ୧୩୬ ପ୍ରତିଶତ ରହିଥିଲା, ଯାହା ଚୀନ୍ (୬୫ ପ୍ରତିଶତ) ଏବଂ ବ୍ରାଜିଲ (୩୭ ପ୍ରତିଶତ) ଭଳି ଅନ୍ୟ ଉଦୀୟମାନ ବଜାର ଅର୍ଥବ୍ୟବସ୍ଥା ତୁଳନାରେ ବହୁତ ଅଧିକ।
ଆର୍ଥିକ ବର୍ଷ ୨୪ରେ ମୋଟ ବୀମା ପ୍ରିମିୟମ ୭.୭ ପ୍ରତିଶତ ବୃଦ୍ଧି ପାଇ ୧୧.୨ ଲକ୍ଷ କୋଟି ଟଙ୍କାରେ ପହଞ୍ଚିବା ସହିତ ଭାରତର ବୀମା ବଜାରରେ ଉନ୍ନତି ଜାରି ରଖିଛି। ସେପ୍ଟେମ୍ବର ୨୦୨୪ ସୁଦ୍ଧା ପେନସନ ଗ୍ରାହକଙ୍କ ମୋଟ ସଂଖ୍ୟା ୧୬ ପ୍ରତିଶତ (ବାର୍ଷିକ) ବୃଦ୍ଧି ସହିତ ଭାରତର ପେନସନ କ୍ଷେତ୍ରରେ ଉଲ୍ଲେଖନୀୟ ଅଭିବୃଦ୍ଧି ଘଟିଛି।
ବାହ୍ୟ କ୍ଷେତ୍ର: ସଠିକ ଏଫଡିଆଇ ହାସଲ
ବିଶ୍ୱସ୍ତରୀୟ ଅନିଶ୍ଚିତତା ଏବଂ ପ୍ରତିକୂଳ ପରିସ୍ଥିତି ମଧ୍ୟରେ ଭାରତର ବାହ୍ୟ କ୍ଷେତ୍ର ନିରନ୍ତର ଦୃଢ଼ ପ୍ରଦର୍ଶନ କରୁଛି।
ଆର୍ଥିକ ବର୍ଷ ୨୦୨୫ର ପ୍ରଥମ ନଅ ମାସରେ ସାମଗ୍ରିକ ରପ୍ତାନୀ (ବାଣିଜ୍ୟ ଓ ସେବା) ୬ ପ୍ରତିଶତ (ବାର୍ଷିକ) ବୃଦ୍ଧି ପାଇଛି। ଏହି ସମୟ ମଧ୍ୟରେ ସେବା କ୍ଷେତ୍ରରେ ୧୧.୬ ପ୍ରତିଶତ ବୃଦ୍ଧି ଘଟିଛି।
ୟୁ.ଏନ୍.ସି.ଟି.ଏ.ଡି. ଅନୁଯାୟୀ, ‘ଦୂରସଞ୍ଚାର, କମ୍ପ୍ୟୁଟର ଏବଂ ସୂଚନା ସେବା’ କ୍ଷେତ୍ରରେ ବିଶ୍ୱ ରପ୍ତାନୀ ବଜାରରେ ଭାରତର ୧୦.୨ ପ୍ରତିଶତ ଅଂଶ ରହିଛି, ଯାହାଫଳରେ ଭାରତ ବିଶ୍ୱର ଦ୍ୱିତୀୟ ସର୍ବବୃହତ୍ ରପ୍ତାନିକାରୀ ହୋଇପାରିଛି।
ଭାରତର ଚଳନ୍ତି ଖାତା ନିଅଣ୍ଟ (ସିଏଡି) ଆର୍ଥିକ ବର୍ଷ ୨୦୨୫ର ଦ୍ୱିତୀୟ ତ୍ରୈମାସରେ ଜିଡିପିର ୧.୨୦ ପ୍ରତିଶତ ଥିଲା, ଯାହା ନିଟ୍ ସେବା ପ୍ରାପ୍ତି ବୃଦ୍ଧି ଏବଂ ଘରୋଇ ହସ୍ତାନ୍ତର ପ୍ରାପ୍ତି ବୃଦ୍ଧି ଦ୍ୱାରା ସମର୍ଥିତ ହୋଇଛି।
ମୋଟ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜି ନିବେଶ (ଏଫ.ଡି.ଆଇ.) ପ୍ରବାହ ଆର୍ଥିକ ବର୍ଷ ୨୦୨୫ରେ ପୁନରୁଦ୍ଧାର ରେକର୍ଡ କରିଛି, ଯାହା ଆର୍ଥିକ ବର୍ଷ ୨୦୨୪ର ପ୍ରଥମ ଆଠ ମାସରେ ୪୭.୨ କୋଟି ଆମେରିକୀୟ ଡଲାରରୁ ବୃଦ୍ଧି ପାଇ ଆର୍ଥିକ ବର୍ଷ ୨୦୨୫ର ସମାନ ଅବଧିରେ ୫୫.୬ କୋଟି ଆମେରିକୀୟ ଡଲାରରେ ପହଞ୍ଚିଛି, ଯାହାକି ବାର୍ଷିକ ୧୭.୯ ପ୍ରତିଶତ ଅଭିବୃଦ୍ଧିକୁ ଦର୍ଶାଉଛି।
ଡିସେମ୍ବର ୨୦୨୪ ଶେଷ ସୁଦ୍ଧା ଭାରତର ବୈଦେଶିକ ମୁଦ୍ରା ଭଣ୍ଡାର ୬୪୦.୩ ବିଲିୟନ ଆମେରିକୀୟ ଡଲାର ରହିଛି, ଯାହା ୧୦.୯ ମାସର ଆମଦାନୀ ଏବଂ ଦେଶର ବାହ୍ୟ ଋଣର ପ୍ରାୟ ୯୦ ପ୍ରତିଶତ ପୂରଣ କରିବା ପାଇଁ ଯଥେଷ୍ଟ।
ଗତ କିଛି ବର୍ଷ ଧରି ଭାରତର ବାହ୍ୟ ଋଣ ସ୍ଥିର ରହିଥିଲା ଏବଂ ସେପ୍ଟେମ୍ବର ୨୦୨୪ ଶେଷ ସୁଦ୍ଧା ଜି.ଡି.ପି. ଅନୁପାତରେ ବାହ୍ୟ ଋଣ ୧୯.୪ ପ୍ରତିଶତ ରହିଥିଲା।
ମୂଲ୍ୟ ଏବଂ ମୁଦ୍ରାସ୍ଫୀତି: ଗତିକୁ ଜାଣିବା
ଆଇଏମଏଫ ଅନୁଯାୟୀ, ବିଶ୍ୱ ମୁଦ୍ରାସ୍ଫୀତି ହାର ୨୦୨୨ରେ ଏହାର ସର୍ବୋଚ୍ଚ ୮.୭ ପ୍ରତିଶତରୁ ୨୦୨୪ ସୁଦ୍ଧା ୫.୭ ପ୍ରତିଶତକୁ ହ୍ରାସ ପାଇଛି।
ଭାରତରେ ଖୁଚୁରା ମୁଦ୍ରାସ୍ଫୀତି ଆର୍ଥିକ ବର୍ଷ ୨୦୨୪ରେ ୫.୪ ପ୍ରତିଶତରୁ ଆର୍ଥିକ ବର୍ଷ ୨୦୨୫ରେ (ଏପ୍ରିଲ-ଡିସେମ୍ବର ୨୦୨୪) ୪.୯ ପ୍ରତିଶତକୁ ହ୍ରାସ ପାଇଛି।
ଆରବିଆଇ ଏବଂ ଆଇଏମଏଫର ଆକଳନ ଅନୁଯାୟୀ, ଭାରତର ଉପଭୋକ୍ତା ମୂଲ୍ୟ ମୁଦ୍ରାସ୍ଫୀତି ଧୀରେ ଧୀରେ ଆର୍ଥିକ ବର୍ଷ ୨୬ରେ ପ୍ରାୟ ୪ ପ୍ରତିଶତ ଲକ୍ଷ୍ୟ ସହିତ ମେଳ ଖାଇବ।
ଚରମ ପାଣିପାଗ ପରିସ୍ଥିତିର ପ୍ରଭାବକୁ ହ୍ରାସ କରିବା ଏବଂ ଦୀର୍ଘକାଳୀନ ମୂଲ୍ୟ ସ୍ଥିରତା ହାସଲ କରିବା ପାଇଁ ଜଳବାୟୁ-ଅନୁକୂଳ ଫସଲ କିସମର ବିକାଶ ଏବଂ ଉନ୍ନତ କୃଷି ଅଭ୍ୟାସ ଆବଶ୍ୟକ।
ମଧ୍ୟମ ମିଆଦୀ ଦୃଷ୍ଟିକୋଣ: ନିୟାମକ କୋହଳ ବିକାଶକୁ ଆଗେଇ ନେଉଛି
ଭାରତୀୟ ଅର୍ଥବ୍ୟବସ୍ଥା ଏକ ପରିବର୍ତ୍ତନର ମଧ୍ୟଭାଗରେ ରହିଛି, ଯାହା ଏକ ଅଭୂତପୂର୍ବ ଆର୍ଥିକ ଆହ୍ୱାନ ଏବଂ ସୁଯୋଗର ପ୍ରତିନିଧିତ୍ୱ କରୁଛି। ଭୂ-ଅର୍ଥନୈତିକ ବିଭାଜନ (ଜି.ଇ.ଏଫ୍.) ଜଗତୀକରଣର ସ୍ଥାନ ନେଉଛି, ଯାହାଦ୍ୱାରା ଆର୍ଥିକ ପୁନର୍ବିନ୍ୟାସ ଏବଂ ପୁନଃସମନ୍ୱୟ ଘଟୁଛି।
୨୦୨୪୭ ମସିହା ସୁଦ୍ଧା ବିକଶିତ ଭାରତର ଲକ୍ଷ୍ୟକୁ ସାକାର କରିବା ପାଇଁ ଭାରତକୁ ପାଖାପାଖି ଏକ କିମ୍ବା ଦୁଇ ଦଶନ୍ଧି ପର୍ଯ୍ୟନ୍ତ ହାରାହାରି ସ୍ଥିର ମୂଲ୍ୟରେ ପାଖାପାଖି ୮ ପ୍ରତିଶତ ଅଭିବୃଦ୍ଧି ହାର ହାସଲ କରିବାକୁ ପଡ଼ିବ।
ଭାରତ ପାଇଁ ମଧ୍ୟମ-ମିଆଦୀ ଅଭିବୃଦ୍ଧି ଦୃଷ୍ଟିକୋଣ ନୂତନ ବିଶ୍ୱସ୍ତରୀୟ ବାସ୍ତବତା-ଜିଇଏଫ, ଚୀନର ଉତ୍ପାଦନ ଦକ୍ଷତା, ଏବଂ ଚୀନ୍ ଉପରେ ଶକ୍ତି ପରିବର୍ତ୍ତନ ପାଇଁ ପ୍ରୟାସର ନିର୍ଭରଶୀଳତାକୁ ବିଚାର କରିବା ଆବଶ୍ୟକ।
ବିକାଶର ଘରୋଇ ଲିଭରକୁ ପୁନର୍ଜୀବିତ କରିବା ଏବଂ ସହଜରେ ବୈଧ ଆର୍ଥିକ କାର୍ଯ୍ୟକଳାପକୁ ଅନୁସରଣ କରିବା ପାଇଁ ବ୍ୟକ୍ତି ତଥା ସଂଗଠନମାନଙ୍କୁ ସଶକ୍ତ କରିବା ଲାଗି ଭାରତ ବ୍ୟବସ୍ଥିତ ନିୟନ୍ତ୍ରଣ ଉପରେ ଧ୍ୟାନ ଦେବ।
ବ୍ୟକ୍ତିବିଶେଷ ଏବଂ କ୍ଷୁଦ୍ର ବ୍ୟବସାୟୀଙ୍କ ପାଇଁ ଆର୍ଥିକ ସ୍ୱାଧୀନତାକୁ ବ୍ୟବସ୍ଥିତ ଭାବେ ନିୟନ୍ତ୍ରଣ ମୁକ୍ତ କରିବା କିମ୍ବା ବୃଦ୍ଧି କରିବା ହେଉଛି ଭାରତର ମଧ୍ୟମ ଅବଧିର ଅଭିବୃଦ୍ଧି ସମ୍ଭାବନାକୁ ସୁଦୃଢ଼ କରିବା ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ନୀତିଗତ ପ୍ରାଥମିକତା।
ସୁଧାର ଏବଂ ଆର୍ଥିକ ନୀତିର ଧ୍ୟାନ ଏବେ ବ୍ୟବସାୟିକ ସୁଗମତା-୨ ଅଧୀନରେ ନିୟାମକକୁ ବ୍ୟବସ୍ଥିତ ଭାବେ ଉଚ୍ଛେଦ କରିବା ଏବଂ ଭାରତର ଏକ କାର୍ଯ୍ୟକ୍ଷମ ଏସ୍.ଏମ୍.ଇ. କ୍ଷେତ୍ରର ସୃଷ୍ଟି ଉପରେ ରହିବା ଆବଶ୍ୟକ।
ପରବର୍ତ୍ତୀ ପଦକ୍ଷେପରେ, ରାଜ୍ୟଗୁଡିକ ମାନକ ଏବଂ ନିୟନ୍ତ୍ରଣକୁ ଉଦାର କରିବା, କାର୍ଯ୍ୟକାରୀ କରିବା ପାଇଁ ଆଇନଗତ ସୁରକ୍ଷା ବ୍ୟବସ୍ଥା ସ୍ଥିର କରିବା, କର ଏବଂ ଶୁଳ୍କ ହ୍ରାସ କରିବା ଏବଂ ବିପଦ ଆଧାରିତ ନିୟମାବଳୀ ପ୍ରୟୋଗ କରିବା ଉପରେ କାର୍ଯ୍ୟ କରିବା ଆବଶ୍ୟକ।
ନିବେଶ ଓ ଭିତ୍ତିଭୂମି : ବଜାୟ ରଖିବା
ଗତ ପାଞ୍ଚ ବର୍ଷ ମଧ୍ୟରେ ଭିତ୍ତିଭୂମି ଉପରେ ସାର୍ବଜନୀନ ଖର୍ଚ୍ଚ ବୃଦ୍ଧି ଏବଂ ଅନୁମୋଦନ ତଥା ସମ୍ବଳ ସଂଗ୍ରହକୁ ତ୍ୱରାନ୍ୱିତ କରିବା ଉପରେ ସରକାର ଧ୍ୟାନ କେନ୍ଦ୍ରିତ କରିଥିଲେ।
ପ୍ରମୁଖ ଭିତ୍ତିଭୂମି କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ପୁଞ୍ଜି ବ୍ୟୟ ୨୦୨୦ ଆର୍ଥିକ ବର୍ଷଠାରୁ ୨୦୨୪ ଆର୍ଥିକ ବର୍ଷ ମଧ୍ୟରେ ୩୮.୮ ପ୍ରତିଶତ ହାରରେ ବୃଦ୍ଧି ପାଇଛି।
ରେଳ ସଂଯୋଗ ଅଧୀନରେ, ଏପ୍ରିଲ ଏବଂ ନଭେମ୍ବର, ୨୦୨୪ ମଧ୍ୟରେ ୨୦୩୧ କିଲୋମିଟର ରେଳ ନେଟୱର୍କ କାର୍ଯ୍ୟକ୍ଷମ କରାଯାଇଥିଲା ଏବଂ ଏପ୍ରିଲ ଏବଂ ଅକ୍ଟୋବର ୨୦୨୪ ମଧ୍ୟରେ ୧୭ଟି ନୂତନ ଯୋଡ଼ି ବନ୍ଦେ ଭାରତ ଟ୍ରେନ୍ ଆରମ୍ଭ କରାଯାଇଥିଲା।
ସଡ଼କ ନେଟୱର୍କ ଅଧୀନରେ, ଆର୍ଥିକ ବର୍ଷ ୨୦୨୫ (ଏପ୍ରିଲ-ଡିସେମ୍ବର)ରେ ୫୮୫୩ କିଲୋମିଟର ଜାତୀୟ ରାଜପଥ ନିର୍ମାଣ କରାଯାଇଥିଲା।
ଜାତୀୟ ଶିଳ୍ପ କରିଡର ବିକାଶ କାର୍ଯ୍ୟକ୍ରମ ଅଧୀନରେ, ପ୍ରଥମ ପର୍ଯ୍ୟାୟରେ ବିଭିନ୍ନ କ୍ଷେତ୍ର ପାଇଁ ଶିଳ୍ପ ବ୍ୟବହାର ପାଇଁ ୩୭୮୮ ଏକର ବିଶିଷ୍ଟ ମୋଟ ୩୮୩ ପ୍ଲଟ ଆବଣ୍ଟନ କରାଯାଇଛି।
ପରିଚାଳନା ଦକ୍ଷତାରେ ପ୍ରମୁଖ ବନ୍ଦରଗୁଡ଼ିକରେ କଣ୍ଟେନର ଫେରିବାର ହାରାହାରି ସମୟ ଆର୍ଥିକ ବର୍ଷ ୨୦୨୪ରେ ୪୮.୧ ଘଣ୍ଟାରୁ ଆର୍ଥିକ ବର୍ଷ ୨୫ (ଏପ୍ରିଲ-ନଭେମ୍ବର) ମଧ୍ୟରେ ୩୦.୪ ଘଣ୍ଟାକୁ ହ୍ରାସ ପାଇଛି, ଯାହାଦ୍ୱାରା ବନ୍ଦର ସଂଯୋଗରେ ଉଲ୍ଲେଖନୀୟ ଉନ୍ନତି ଘଟିଛି।
ଡିସେମ୍ବର ୨୦୨୪ ସୁଦ୍ଧା ଅକ୍ଷୟ ଶକ୍ତି କ୍ଷମତାରେ ସୌର ଏବଂ ପବନ ଶକ୍ତିର ଯୋଗଦାନ ବାର୍ଷିକ ୧୫.୮ ପ୍ରତିଶତ ବୃଦ୍ଧି ପାଇଛି।
ଭାରତର ମୋଟ ସ୍ଥାପିତ କ୍ଷମତାରେ ଅକ୍ଷୟ ଶକ୍ତିର ଅଂଶ ଏବେ ୪୭ ପ୍ରତିଶତ ରହିଛି।
ଡିଡିୟୁଜିଜେୱାଇ ଏବଂ ସୌଭାଗ୍ୟ ଭଳି ସରକାରଙ୍କ ଯୋଜନାଗୁଡ଼ିକ ଗ୍ରାମାଞ୍ଚଳରେ ବିଦ୍ୟୁତ ଉପଲବ୍ଧତାରେ ଉନ୍ନତି ଆଣିଛି, ୧୮,୩୭୪ଟି ଗ୍ରାମରେ ବିଦ୍ୟୁତ ସଂଯୋଗ କରିଛି ଏବଂ ୨.୯ କୋଟି ଘରକୁ ବିଦ୍ୟୁତ ସଂଯୋଗ ପ୍ରଦାନ କରିଛି।
ବିଶେଷ କରି ଅକ୍ଟୋବର ୨୦୨୪ ସୁଦ୍ଧା ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ୫-ଜି ସେବା ଆରମ୍ଭ ହେବା ସହିତ ସରକାରଙ୍କ ଡିଜିଟାଲ୍ ସଂଯୋଗ ପଦକ୍ଷେପଗୁଡ଼ିକ ଆକର୍ଷଣ ଲାଭ କରିଛି।
ସାର୍ବଜନୀନ ସେବା ଦାୟିତ୍ୱ ପାଣ୍ଠି (ବର୍ତ୍ତମାନ ଡିଜିଟାଲ ଭାରତ ନିଧି) ଅଧୀନରେ ଦୁର୍ଗମ ଅଞ୍ଚଳରେ ୪-ଜି ମୋବାଇଲ ସେବା ପ୍ରଦାନ କରିବାର ପ୍ରୟାସ ଉଲ୍ଲେଖନୀୟ ଅଗ୍ରଗତି କରିଛି, ଡିସେମ୍ବର ୨୦୨୪ ସୁଦ୍ଧା ୧୦,୭୦୦ରୁ ଅଧିକ ଗ୍ରାମ ଅନ୍ତର୍ଭୁକ୍ତ ହୋଇଛି।
ଜଳ ଜୀବନ ମିଶନ ଆରମ୍ଭ ହେବା ପରଠାରୁ ୧୨ କୋଟିରୁ ଅଧିକ ପରିବାର ପାଇପ ଯୋଗେ ପାନୀୟ ଜଳ ଯୋଗାଣ ପାଇଛନ୍ତି।
ସ୍ୱଚ୍ଛ ଭାରତ ମିଶନ-ଗ୍ରାମୀଣର ଦ୍ୱିତୀୟ ପର୍ଯ୍ୟାୟ ଅଧୀନରେ, ଏପ୍ରିଲରୁ ନଭେମ୍ବର ୨୦୨୪ ମଧ୍ୟରେ, ୧ ଲକ୍ଷ ୯୨ ହଜାର ଗ୍ରାମକୁ ମଡେଲ ବର୍ଗରେ ବର୍ଦ୍ଧିତ ଭାବେ ଓ.ଡି.ଏଫ୍. ପ୍ଲସ୍ ଘୋଷଣା କରାଯାଇଥିଲା, ଯାହାଫଳରେ ମୋଟ ଓ.ଡି.ଏଫ୍. ପ୍ଲସ୍ ଗ୍ରାମ ସଂଖ୍ୟା ୩ ଲକ୍ଷ ୬୪ ହଜାରରେ ପହଞ୍ଚିଛି।
ସହରାଞ୍ଚଳରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ୮୯ ଲକ୍ଷରୁ ଅଧିକ ଘର ନିର୍ମାଣ ଶେଷ କରିଛି।
ସହର ପରିବହନ ନେଟୱାର୍କ ଦ୍ରୁତ ଗତିରେ ବିସ୍ତାର ହେଉଛି, ମେଟ୍ରୋ ଏବଂ ଦ୍ରୁତ ରେଳ ବ୍ୟବସ୍ଥା ୧,୦୦୦ କିଲୋମିଟରରୁ ଅଧିକ ଦୂରତା ଅତିକ୍ରମ କରିବା ସହ ୨୯ଟି ସହରରେ କାର୍ଯ୍ୟକ୍ଷମ କିମ୍ବା ନିର୍ମାଣାଧୀନ ରହିଛି।
ରିଅଲ୍ ଇଷ୍ଟେଟ୍ (ନିୟନ୍ତ୍ରଣ ଏବଂ ବିକାଶ) ଅଧିନିୟମ ୨୦୧୬, ରିଅଲ୍ ଇଷ୍ଟେଟ୍ କ୍ଷେତ୍ରର ନିୟନ୍ତ୍ରଣ ଏବଂ ସ୍ୱଚ୍ଛତାକୁ ସୁନିଶ୍ଚିତ କରିଥିଲା। ଜାନୁଆରୀ ୨୦୨୫ ସୁଦ୍ଧା ୧.୩୮ ଲକ୍ଷରୁ ଅଧିକ ରିଅଲ୍ ଇଷ୍ଟେଟ୍ ପ୍ରକଳ୍ପ ପଞ୍ଜିକୃତ ହୋଇଥିଲା ଏବଂ ୧.୩୮ ଲକ୍ଷ ଅଭିଯୋଗର ସମାଧାନ କରାଯାଇଥିଲା।
ଭାରତ ବର୍ତ୍ତମାନ ୫୬ଟି ସକ୍ରିୟ ମହାକାଶ ସମ୍ପତ୍ତିର ପରିଚାଳନା କରୁଛି। ସରକାରଙ୍କ ମହାକାଶ ସଂକଳ୍ପ ୨୦୪୭ରେ ଗଗନଯାନ ମିଶନ ଏବଂ ଚନ୍ଦ୍ରଯାନ-୪ ଚନ୍ଦ୍ର ନମୁନା ପ୍ରତ୍ୟାବର୍ତ୍ତନ ମିଶନ ଭଳି ମହତ୍ୱାକାଂକ୍ଷୀ ପ୍ରକଳ୍ପ ସାମିଲ ରହିଛି।
କେବଳ ରାଷ୍ଟ୍ରାୟତ୍ତ କ୍ଷେତ୍ରର ନିବେଶ ଭିତ୍ତିଭୂମିର ଆବଶ୍ୟକତାକୁ ପୂରଣ କରିପାରିବ ନାହିଁ, ଏବଂ ଘରୋଇ କ୍ଷେତ୍ରର ଅଂଶଗ୍ରହଣ ଏହି ବ୍ୟବଧାନକୁ ପୂରଣ କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ ହେବ।
ଭିତ୍ତିଭୂମି କ୍ଷେତ୍ରରେ ଘରୋଇ କ୍ଷେତ୍ରର ଯୋଗଦାନକୁ ସୁଗମ କରିବା ପାଇଁ ସରକାର ଜାତୀୟ ଭିତ୍ତିଭୂମି ପାଇପଲାଇନ ଏବଂ ଜାତୀୟ ମୁଦ୍ରୀକରଣ ପାଇପଲାଇନ ଭଳି ବ୍ୟବସ୍ଥା ସୃଷ୍ଟି କରିଛନ୍ତି।
ଶିଳ୍ପ: ବ୍ୟବସାୟିକ ସଂସ୍କାର
ବିଦ୍ୟୁତ ଏବଂ ନିର୍ମାଣ କ୍ଷେତ୍ରରେ ସୁଦୃଢ଼ ଅଭିବୃଦ୍ଧି ଦ୍ୱାରା ପରିଚାଳିତ ଶିଳ୍ପ କ୍ଷେତ୍ର ଆର୍ଥିକ ବର୍ଷ ୨୦୨୫ (ପ୍ରଥମ ଅଗ୍ରୀମ ଆକଳନ)ରେ ୬.୨ ପ୍ରତିଶତ ଅଭିବୃଦ୍ଧି ହାସଲ କରିବ ବୋଲି ଆଶା କରାଯାଉଛି।
ସରକାର ସ୍ମାର୍ଟ ମାନୁଫାକ୍ଚରିଂ ଏବଂ ଇଣ୍ଡଷ୍ଟ୍ରି ୪.୦କୁ ସକ୍ରିୟ ଭାବେ ପ୍ରୋତ୍ସାହିତ କରୁଛନ୍ତି, ଏବଂ ସମର୍ଥ ଉଦ୍ୟୋଗ କେନ୍ଦ୍ର ପ୍ରତିଷ୍ଠା ପାଇଁ ସହାୟତା କରୁଛନ୍ତି।
ଆର୍ଥିକ ବର୍ଷ ୨୦୨୪ରେ, ଭାରତୀୟ ଅଟୋମୋବାଇଲ ଘରୋଇ ବିକ୍ରୟ ୧୨.୫ ପ୍ରତିଶତ ବୃଦ୍ଧି ପାଇଛି।
୨୦୧୫ ଆର୍ଥିକ ବର୍ଷଠାରୁ ୨୦୨୪ ଆର୍ଥିକ ବର୍ଷ ମଧ୍ୟରେ ଇଲେକ୍ଟ୍ରୋନିକ୍ ସାମଗ୍ରୀର ଘରୋଇ ଉତ୍ପାଦନ ୧୭.୫ ପ୍ରତିଶତ ସି.ଏ.ଜି.ଆର୍. ହାରରେ ବୃଦ୍ଧି ପାଇଛି।
ବର୍ତ୍ତମାନ ୯୯ ପ୍ରତିଶତ ସ୍ମାର୍ଟଫୋନ୍ ଘରୋଇ ସ୍ତରରେ ଉତ୍ପାଦିତ ହେଉଛି, ଯାହା ଆମଦାନୀ ଉପରେ ଭାରତର ନିର୍ଭରଶୀଳତାକୁ ହ୍ରାସ କରିଛି।
ଆର୍ଥିକ ବର୍ଷ ୨୦୨୪ରେ ଫାର୍ମାସ୍ୟୁଟିକାଲ୍ସର ମୋଟ ବାର୍ଷିକ କାରବାର ୪.୧୭ ଲକ୍ଷ କୋଟି ଟଙ୍କା ଥିଲା, ଯାହା ଗତ ପାଞ୍ଚ ବର୍ଷ ମଧ୍ୟରେ ହାରାହାରି ୧୦.୧ ପ୍ରତିଶତ ହାରରେ ବୃଦ୍ଧି ପାଇଛି।
ଡବ୍ଲ୍ୟୁ.ଆଇ.ପି.ଓ. ରିପୋର୍ଟ ୨୦୨୨ ଅନୁଯାୟୀ, ବିଶ୍ୱର ଶ୍ରେଷ୍ଠ ୧୦ଟି ପେଟେଣ୍ଟ ଦାଖଲକାରୀ କାର୍ଯ୍ୟାଳୟ ମଧ୍ୟରେ ଭାରତ ଷଷ୍ଠ ସ୍ଥାନରେ ରହିଛି।
ଲଘୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ (ଏମ୍.ଏସ୍.ଏମ୍.ଇ.) କ୍ଷେତ୍ର ଭାରତୀୟ ଅର୍ଥବ୍ୟବସ୍ଥାର ଏକ ଅତ୍ୟନ୍ତ ଜୀବନ୍ତ କ୍ଷେତ୍ର ଭାବେ ଉଭା ହୋଇଛି।
ଏମ୍.ଏସ୍.ଏମ୍.ଇ.ଗୁଡ଼ିକୁ ଇକ୍ୱିଟି ପାଣ୍ଠି ଯୋଗାଇବା ପାଇଁ ସରକାର ୫୦,୦୦୦ କୋଟି ଟଙ୍କାର ପାଣ୍ଠି ସହିତ ଆତ୍ମନିର୍ଭରଶୀଳ ଭାରତ ପାଣ୍ଠିର ଶୁଭାରମ୍ଭ କରିଛନ୍ତି।
ସାରା ଦେଶରେ କ୍ଲଷ୍ଟର ବିକଶିତ କରିବା ପାଇଁ ସରକାର ସୂକ୍ଷ୍ମ ଏବଂ କ୍ଷୁଦ୍ର ଉଦ୍ୟୋଗ-କ୍ଲଷ୍ଟର ବିକାଶ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରୁଛନ୍ତି।
ସେବା କ୍ଷେତ୍ର - ପୁରୁଣା ଯୁଦ୍ଧ ଘୋଡ଼ା ପାଇଁ ନୂଆ ଆହ୍ୱାନ
ମୋଟ ଜି.ଭି.ଏ.ରେ ସେବା କ୍ଷେତ୍ରର ଯୋଗଦାନ ୨୦୧୪ ଆର୍ଥିକ ବର୍ଷରେ ୫୦.୬ ପ୍ରତିଶତରୁ ବୃଦ୍ଧି ପାଇ ୨୫ ଆର୍ଥିକ ବର୍ଷରେ (ପ୍ରଥମ ଅଗ୍ରୀମ ଆକଳନ) ୫୫.୩ ପ୍ରତିଶତରେ ପହଞ୍ଚିଛି।
ମହାମାରୀ ପୂର୍ବର ବର୍ଷଗୁଡ଼ିକରେ (ଆର୍ଥିକ ବର୍ଷ ୨୦୧୩ରୁ ୨୦୨୦ ମଧ୍ୟରେ) ସେବା କ୍ଷେତ୍ରର ହାରାହାରି ଅଭିବୃଦ୍ଧି ହାର ୮ ପ୍ରତିଶତ ଥିଲା। ମହାମାରୀ ପରବର୍ତ୍ତୀ ସମୟରେ (ଆର୍ଥିକ ବର୍ଷ ୨୦୨୩ରୁ ୨୦୨୫ ମଧ୍ୟରେ) ଏହା ୮.୩ ପ୍ରତିଶତ ରହିଛି।
୨୦୨୩ ମସିହାରେ ବୈଶ୍ୱିକ ସେବା ରପ୍ତାନିରେ ଭାରତର ଭାଗିଦାରୀ ୪.୩ ପ୍ରତିଶତ ଥିଲା, ଯାହା ବିଶ୍ୱରେ ସପ୍ତମ ସ୍ଥାନରେ ଥିଲା।
ଏପ୍ରିଲ-ନଭେମ୍ବର ୨୦୨୫ ଆର୍ଥିକ ବର୍ଷରେ ଭାରତର ସେବା ରପ୍ତାନୀ ଅଭିବୃଦ୍ଧି ୧୨.୮ ପ୍ରତିଶତକୁ ବୃଦ୍ଧି ପାଇଛି, ଯାହାକି ୨୦୨୪ ଆର୍ଥିକ ବର୍ଷରେ ୫.୭ ପ୍ରତିଶତ ଥିଲା।
ସୂଚନା ଏବଂ କମ୍ପ୍ୟୁଟର ସମ୍ବନ୍ଧୀୟ ସେବା ଗତ ଦଶନ୍ଧି (ଆର୍ଥିକ ବର୍ଷ ୨୦୧୩-ଆର୍ଥିକ ବର୍ଷ ୨୦୨୩)ରେ ୧୨.୮ ପ୍ରତିଶତ ହାରରେ ବୃଦ୍ଧି ପାଇଛି, ଯାହା ସାମଗ୍ରିକ ଜି.ଭି.ଏ.ରେ ଏଗୁଡ଼ିକର ଅଂଶକୁ ୬.୩ ପ୍ରତିଶତରୁ ୧୦.୯ ପ୍ରତିଶତକୁ ବୃଦ୍ଧି କରିଛି।
ଭାରତୀୟ ରେଳବାଇ ଆର୍ଥିକ ବର୍ଷ ୨୦୨୪ରେ ଆରମ୍ଭ ହୋଇଥିବା ଯାତ୍ରୀ ଟ୍ରାଫିକରେ ୮ ପ୍ରତିଶତ ଅଭିବୃଦ୍ଧି ରେକର୍ଡ କରିଛି। ଆର୍ଥିକ ବର୍ଷ ୨୦୨୪ରେ ରାଜସ୍ୱ ଉପାର୍ଜନ କରୁଥିବା ମାଲ ପରିବହନ ୫.୨ ପ୍ରତିଶତ ବୃଦ୍ଧି ପାଇଛି।
ଜି. ଡି. ପି. ରେ ପର୍ଯ୍ୟଟନ କ୍ଷେତ୍ରର ଯୋଗଦାନ ଆର୍ଥିକ ବର୍ଷ ୨୦୨୩ରେ ଏହାର ମହାମାରୀ ପୂର୍ବର ୫ ପ୍ରତିଶତକୁ ଫେରିଛି।
କୃଷି ଓ ଖାଦ୍ୟ ପରିଚାଳନା: ଭବିଷ୍ୟତର କ୍ଷେତ୍ର
‘କୃଷି ଏବଂ ଆନୁସଙ୍ଗିକ କାର୍ଯ୍ୟକଳାପ’ କ୍ଷେତ୍ର ବର୍ତ୍ତମାନର ମୂଲ୍ୟରେ ଆର୍ଥିକ ବର୍ଷ ୨୦୨୪ (ପି.ଇ.) ପାଇଁ ଦେଶର ଜି.ଡି.ପି.ରେ ପ୍ରାୟ ୧୬ ପ୍ରତିଶତ ଯୋଗଦାନ କରିଥାଏ।
ଉଦ୍ୟାନ କୃଷି, ପଶୁପାଳନ ଏବଂ ମତ୍ସ୍ୟଚାଷ ଭଳି ଉଚ୍ଚ ମୂଲ୍ୟର କ୍ଷେତ୍ର ସାମଗ୍ରିକ କୃଷି ଅଭିବୃଦ୍ଧିର ପ୍ରମୁଖ ବାହକ ହୋଇପାରିଛି।
୨୦୨୪ ମସିହା ପାଇଁ ଖରିଫ ଖାଦ୍ୟଶସ୍ୟ ଉତ୍ପାଦନ ୧୬୪୭.୦୫ ଲକ୍ଷ ମେଟ୍ରିକ୍ ଟନ୍ (ଏଲ୍.ଏମ୍.ଟି.)ରେ ପହଞ୍ଚିବ ବୋଲି ଆଶା କରାଯାଉଛି, ଯାହାକି ପୂର୍ବ ବର୍ଷ ତୁଳନାରେ ୮୯.୩୭ ଲକ୍ଷ ମେଟ୍ରିକ୍ ଟନ୍ ବୃଦ୍ଧି।
ଆର୍ଥିକ ବର୍ଷ ୨୦୨୪-୨୫ ପାଇଁ, ଉତ୍ପାଦନ ହାରାହାରି ମୂଲ୍ୟ ତୁଳନାରେ ହରଡ଼ ଏବଂ ବାଜରା ପାଇଁ ଏମ୍.ଏସ୍.ପି. ଯଥାକ୍ରମେ ୫୯ ପ୍ରତିଶତ ଏବଂ ୭୭ ପ୍ରତିଶତ ବୃଦ୍ଧି କରାଯାଇଛି।
ମତ୍ସ୍ୟଚାଷ କ୍ଷେତ୍ରରେ ସର୍ବାଧିକ ଚକ୍ରବୃଦ୍ଧି ବାର୍ଷିକ ଅଭିବୃଦ୍ଧି ହାର (ସି.ଏ.ଜି.ଆର୍.) ୮.୭ ପ୍ରତିଶତ ରହିଛି, ଏହା ପଛକୁ ରହିଛି ୮ ପ୍ରତିଶତ ସି.ଏ.ଜି.ଆର୍. ଥିବା ପ୍ରାଣୀସମ୍ପଦ କ୍ଷେତ୍ର।
ଜାତୀୟ ଖାଦ୍ୟ ସୁରକ୍ଷା ଅଧିନିୟମ (ଏନ୍.ଏଫ୍.ଏସ୍.ଏ.) ୨୦୧୩ ଏବଂ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା (ପି.ଏମ୍.ଜି.କେ.ଏ.ୱାଇ.) ଖାଦ୍ୟ ସୁରକ୍ଷା ଦିଗରେ ଏକ ମୌଳିକ ପରିବର୍ତ୍ତନକୁ ଚିହ୍ନିତ କରିଛି।
ପିଏମଜିକେଏୱାଇ ଅଧୀନରେ ଆଉ ପାଞ୍ଚ ବର୍ଷ ପାଇଁ ମାଗଣା ଖାଦ୍ୟଶସ୍ୟର ବ୍ୟବସ୍ଥା ଖାଦ୍ୟ ଏବଂ ପୁଷ୍ଟିସାଧନ ସୁରକ୍ଷା ପ୍ରତି ସରକାରଙ୍କ ଦୀର୍ଘକାଳୀନ ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି।
ଅକ୍ଟୋବର ୩୧ ତାରିଖ ସୁଦ୍ଧା, ପିଏମ-କିଷାନ ଅଧୀନରେ ୧୧ କୋଟିରୁ ଅଧିକ କୃଷକ ଉପକୃତ ହୋଇଥିବାବେଳେ ପିଏମ-କିଷାନ ମାନଧନ ଅଧୀନରେ ଲକ୍ଷ ଲକ୍ଷ କୃଷକ ପଞ୍ଜିକୃତ ହୋଇଛନ୍ତି।
ପାଣିପାଗ ଓ ପରିବେଶ: ଅନୁକୂଳତା ଗୁରୁତ୍ୱପୂର୍ଣ୍ଣ
୨୦୪୭ ମସିହା ସୁଦ୍ଧା ବିକଶିତ ରାଷ୍ଟ୍ରର ମାନ୍ୟତା ହାସଲ କରିବା ଲାଗି ଭାରତର ମହତ୍ୱାକାଂକ୍ଷା ମୌଳିକ ଭାବେ ସମାବେଶୀ ଏବଂ ନିରନ୍ତର ବିକାଶର ଦୃଷ୍ଟିକୋଣ ଉପରେ ଆଧାରିତ।
ଭାରତ ଅଣ-ଜୀବାଶ୍ମ ଇନ୍ଧନ ଉତ୍ସରୁ ୨,୧୩,୭୦୧ ମେଗାୱାଟ ବିଦ୍ୟୁତ ଉତ୍ପାଦନ କ୍ଷମତା ସ୍ଥାପନ କରିଛି, ଯାହା ୩୦ ନଭେମ୍ବର ୨୦୨୪ ସୁଦ୍ଧା ମୋଟ କ୍ଷମତାର ୪୬.୮ ପ୍ରତିଶତ ଅଟେ।
ଭାରତୀୟ ଜଙ୍ଗଲ ସର୍ବେକ୍ଷଣ ୨୦୨୪ ଅନୁଯାୟୀ ୨୦୦୫ରୁ ୨୦୨୩ ମଧ୍ୟରେ ୨.୨୯ କୋଟି ଟନ ସମତୁଲ୍ୟ ଅତିରିକ୍ତ କାର୍ବନ ସିଙ୍କ ସୃଷ୍ଟି କରାଯାଇଛି।
ଭାରତ ନେତୃତ୍ୱାଧୀନ ବିଶ୍ୱସ୍ତରୀୟ ଆନ୍ଦୋଳନ, ପରିବେଶ ପାଇଁ ଜୀବନଶୈଳୀ (ଲାଇଫ), ଦେଶର ସ୍ଥିରତା ପ୍ରୟାସକୁ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଛି।
ଅନୁମାନ କରାଯାଉଛି ଯେ ୨୦୩୦ ମସିହା ସୁଦ୍ଧା ଲାଇଫ ପଦକ୍ଷେପ ଦ୍ୱାରା ଉପଭୋକ୍ତାଙ୍କ ଖର୍ଚ୍ଚ ହ୍ରାସ ଏବଂ ମୂଲ୍ୟ ହ୍ରାସ ଦ୍ୱାରା ବିଶ୍ୱବ୍ୟାପୀ ଉପଭୋକ୍ତାଙ୍କୁ ପାଖାପାଖି ୪୪୦ ବିଲିୟନ ଆମେରିକୀୟ ଡଲାରର ସଞ୍ଚୟ ହୋଇପାରିବ।
ସାମାଜିକ କ୍ଷେତ୍ର - ପହଞ୍ଚର ପ୍ରସାର ଏବଂ ସଶକ୍ତିକରଣକୁ ଆଗକୁ ବଢ଼ାଇବା
ସରକାରଙ୍କ ସାମାଜିକ ସେବା ଖର୍ଚ୍ଚ (କେନ୍ଦ୍ର ଏବଂ ରାଜ୍ୟ ପାଇଁ ମିଳିତ) ଆର୍ଥିକ ବର୍ଷ ୨୦୨୧ରୁ ଆର୍ଥିକ ବର୍ଷ ୨୦୨୫ ପର୍ଯ୍ୟନ୍ତ ୧୫ ପ୍ରତିଶତ ଚକ୍ରବୃଦ୍ଧି ବାର୍ଷିକ ଅଭିବୃଦ୍ଧି ହାରରେ ବୃଦ୍ଧି ପାଇଛି।
ଉପଭୋଗ ଖର୍ଚ୍ଚରେ ଅସମାନତାର ଏକ ମାପକ ହୋଇଥିବା ଗିନି ଗୁଣାଂକ ହ୍ରାସ ପାଉଛି। ଗ୍ରାମାଞ୍ଚଳ ପାଇଁ ଏହା ୨୦୨୨-୨୩ରେ ୦.୨୬୬ରୁ ୨୦୨୩-୨୪ରେ ୦.୨୩୭କୁ ହ୍ରାସ ପାଇଛି, ଏବଂ ସହରାଞ୍ଚଳ ପାଇଁ, ଏହା ୨୦୨୨-୨୩ରେ ୦.୩୧୪ରୁ ୨୦୨୩-୨୪ରେ ୦.୨୮୪କୁ ଖସିଛି।
ସରକାରଙ୍କ ବିଭିନ୍ନ ଆର୍ଥିକ ନୀତି ଆୟ ବଣ୍ଟନକୁ ନୂଆ ରୂପ ଦେବାରେ ସହାୟକ ହେଉଛି।
ସରକାରୀ ସ୍ୱାସ୍ଥ୍ୟ ଖର୍ଚ୍ଚ ୨୯ ପ୍ରତିଶତରୁ ୪୮ ପ୍ରତିଶତକୁ ବୃଦ୍ଧି ପାଇଛି; ମୋଟ ସ୍ୱାସ୍ଥ୍ୟ ଖର୍ଚ୍ଚରେ ପକେଟ ଖର୍ଚ୍ଚର ଅଂଶ ୬୨.୬ ପ୍ରତିଶତରୁ ୩୯.୪ ପ୍ରତିଶତକୁ ହ୍ରାସ ପାଇଛି, ଯାହା ପରିବାରଗୁଡ଼ିକ ଭୋଗୁଥିବା ଆର୍ଥିକ କଷ୍ଟକୁ ହ୍ରାସ କରିଛି।
ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା (ଏ.ବି. ପି.ଏମ୍.-ଜେ.ଏ.ୱାଇ.) ଖର୍ଚ୍ଚରେ ଉଲ୍ଲେଖନୀୟ ହ୍ରାସ କରିବାରେ ଏକ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଛି, ଯେଉଁଥିରେ ୧୨୫ ଲକ୍ଷ କୋଟି ଟଙ୍କାରୁ ଅଧିକ ସଞ୍ଚୟ ରେକର୍ଡ କରାଯାଇଛି।
ସ୍ଥାୟୀ ବିକାଶ ଲକ୍ଷ୍ୟ (ଏସଡିଜି) ର ସ୍ଥାନୀୟକରଣ ରଣନୀତି ଗ୍ରହଣ କରାଯାଇଛି ଯାହା ଦ୍ୱାରା ଗ୍ରାମ ପଞ୍ଚାୟତ ସ୍ତରରେ ବଜେଟ୍ ଏସଡିଜି ଉଦ୍ଦେଶ୍ୟ ସହିତ ମେଳ ଖାଉଛି।
ନିଯୁକ୍ତି ଓ ଦକ୍ଷତା ବିକାଶ: ଅସ୍ଥିତ୍ୱଜନିତ ପ୍ରାଥମିକତା
ଭାରତୀୟ ଶ୍ରମ ବଜାର ସୂଚକାଙ୍କରେ ଉନ୍ନତି ଘଟିଛି ଏବଂ ବେକାରୀ ହାର ୨୦୧୭-୧୮ (ଜୁଲାଇ-ଜୁନ୍)ରେ ୬ ପ୍ରତିଶତରୁ ୨୦୨୩-୨୪ (ଜୁଲାଇ-ଜୁନ୍)ରେ ୩.୨ ପ୍ରତିଶତକୁ ହ୍ରାସ ପାଇଛି।
୧୦-୨୪ ବର୍ଷ ବୟସ ବର୍ଗର ପ୍ରାୟ ୨୬ ପ୍ରତିଶତ ଜନସଂଖ୍ୟାର ସହିତ ଭାରତ ଏକ ଅନନ୍ୟ ଜନସାଂଖିକୀୟ ସୁଯୋଗର ଶୀର୍ଷରେ ରହିଛି, ଏହା ବିଶ୍ୱର ସର୍ବକନିଷ୍ଠ ରାଷ୍ଟ୍ରମାନଙ୍କ ମଧ୍ୟରୁ ଅନ୍ୟତମ।
ମହିଳାମାନଙ୍କ ମଧ୍ୟରେ ଉଦ୍ୟୋଗ ବିକାଶକୁ ପ୍ରୋତ୍ସାହନ ଦେବା ପାଇଁ ସରକାର ସହଜ ଋଣ, ବିପଣନ ସହାୟତା, ଦକ୍ଷତା ବିକାଶ ଏବଂ ମହିଳା ଷ୍ଟାର୍ଟଅପଗୁଡ଼ିକୁ ସହାୟତା ଆଦି କ୍ଷେତ୍ରରେ ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି।
କ୍ରମବର୍ଦ୍ଧିଷ୍ଣୁ ଡିଜିଟାଲ ଅର୍ଥବ୍ୟବସ୍ଥା ଏବଂ ଅକ୍ଷୟ ଶକ୍ତି କ୍ଷେତ୍ର ନିଯୁକ୍ତି ସୃଷ୍ଟି ପାଇଁ ବର୍ଦ୍ଧିତ ସୁଯୋଗ ପ୍ରଦାନ କରୁଛି, ଯାହା ବିକଶିତ ଭାରତର ଲକ୍ଷ୍ୟ ହାସଲ ପାଇଁ ଆବଶ୍ୟକ।
ଅଟୋମେସନ୍, ଜେନେରେଟିଭ୍ ଏଆଇ, ଡିଜିଟାଇଜେସନ୍ ଏବଂ ଜଳବାୟୁ ପରିବର୍ତ୍ତନର ପ୍ରଭାବ ପରି ଉଦୀୟମାନ ବିଶ୍ୱସ୍ତରୀୟ ଧାରା ସହିତ ତାଳମେଳ ରଖିବା ପାଇଁ ସରକାର ଏକ ନମନୀୟ ଏବଂ ପ୍ରତିକ୍ରିୟାଶୀଳ କୁଶଳୀ ଇକୋସିଷ୍ଟମ ପ୍ରତିଷ୍ଠା କରୁଛନ୍ତି।
ନିଯୁକ୍ତି ବୃଦ୍ଧି, ଆତ୍ମନିଯୁକ୍ତିକୁ ପ୍ରୋତ୍ସାହନ ଏବଂ ଶ୍ରମିକ କଲ୍ୟାଣକୁ ପ୍ରୋତ୍ସାହନ ଦେବା ଲାଗି ସରକାର ବିଭିନ୍ନ ପଦକ୍ଷେପମାନ କାର୍ଯ୍ୟକାରୀ କରିଛନ୍ତି।
ନିକଟରେ ଆରମ୍ଭ ହୋଇଥିବା ପିଏମ-ଇଣ୍ଟରନସିପ ଯୋଜନା ନିଯୁକ୍ତି ସୃଷ୍ଟି ପାଇଁ ଏକ ପରିବର୍ତ୍ତନକାରୀ ବାହକ ଭାବେ ଉଭା ହେଉଛି।
ଗତ ଛଅ ବର୍ଷ ମଧ୍ୟରେ ଇ.ପି.ଏଫ୍.ଓ. ଅଧୀନରେ ମୋଟ ବେତନ ବୃଦ୍ଧି ଦ୍ୱିଗୁଣିତ ହୋଇଛି, ଯାହା ଆନୁଷ୍ଠାନିକ ନିଯୁକ୍ତି କ୍ଷେତ୍ରରେ ସୁସ୍ଥ ଅଭିବୃଦ୍ଧିର ସଙ୍କେତ ଦେଉଛି।
ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଯୁଗରେ ଶ୍ରମଶକ୍ତି: ସଂକଟ ନା ପ୍ରୋତ୍ସାହକ
ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (ଏ.ଆଇ.)ର ଡେଭଲପରମାନେ ଏକ ନୂତନ ଯୁଗ ଆରମ୍ଭ କରିବାକୁ ପ୍ରତିଶୃତି ଦେଇଛନ୍ତି, ଯେଉଁଠାରେ ଆର୍ଥିକ ଦୃଷ୍ଟିରୁ ମୂଲ୍ୟବାନ କାର୍ଯ୍ୟର ଏକ ବଡ଼ ଅଂଶ ସ୍ୱୟଂଚାଳିତ ହେବ।
ସ୍ୱାସ୍ଥ୍ୟସେବା, ଗବେଷଣା, ଅପରାଧିକ ନ୍ୟାୟ, ଶିକ୍ଷା, ବ୍ୟବସାୟ ଏବଂ ଆର୍ଥିକ ସେବା ସମେତ ବିଭିନ୍ନ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ମାନବ ପ୍ରଦର୍ଶନକୁ ଅତିକ୍ରମ କରିବ ବୋଲି ଆଶା କରାଯାଉଛି।
ବର୍ତ୍ତମାନ ସମୟରେ ବ୍ୟାପକ ସ୍ତରରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସକୁ ଗ୍ରହଣ କରିବାରେ ପ୍ରତିବନ୍ଧକ ରହିଛି, ଯେଉଁଥିରେ ବିଶ୍ୱସନୀୟତା, ସମ୍ବଳର ଅକ୍ଷମତା ଏବଂ ଭିତ୍ତିଭୂମିର ଅଭାବକୁ ନେଇ ଚିନ୍ତା ରହିଛି। ଏହି ଆହ୍ୱାନଗୁଡ଼ିକ, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ପରୀକ୍ଷାମୂଳକ ପ୍ରକୃତି ସହିତ, ନୀତି ନିର୍ଦ୍ଧାରକମାନଙ୍କ ପାଇଁ କାର୍ଯ୍ୟ କରିବା ଲାଗି ଏକ ସୁଯୋଗ ସୃଷ୍ଟି କରିଥାଏ।
ସୌଭାଗ୍ୟବଶତଃ, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବର୍ତ୍ତମାନ ଏହାର ପ୍ରାରମ୍ଭିକ ପର୍ଯ୍ୟାୟରେ ଥିବାରୁ, ଭାରତକୁ ଏହାର ମୂଳଦୁଆକୁ ମଜବୁତ କରିବା ଏବଂ ଦେଶବ୍ୟାପୀ ସଂସ୍ଥାଗତ ପ୍ରତିକ୍ରିୟା ସୃଷ୍ଟି କରିବା ପାଇଁ ଆବଶ୍ୟକ ସମୟ ଦିଆଯାଇଛି।
ନିଜର ଯୁବ, ଗତିଶୀଳ ଏବଂ ବୈଷୟିକ ଜ୍ଞାନ ସମ୍ପନ୍ନ ଜନସଂଖ୍ୟାର ଲାଭ ଉଠାଇ, ଭାରତରେ ଏପରି ଏକ କାର୍ଯ୍ୟବଳ ସୃଷ୍ଟି କରିବାର କ୍ଷମତା ରହିଛି, ଯାହା ସେମାନଙ୍କ କାର୍ଯ୍ୟ ଏବଂ ଉତ୍ପାଦକତା ବୃଦ୍ଧି କରିବା ପାଇଁ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏ.ଆଇ.)ର ଉପଯୋଗ କରିପାରିବ।
ଭବିଷ୍ୟତ ଅଗମେଣ୍ଟେଡ୍ ଇଣ୍ଟେଲିଜେନ୍ସ ଉପରେ ଆଧାରିତ ହେବ, ଯେଉଁଠି କାର୍ଯ୍ୟବଳ ଉଭୟ ମାନବ ଏବଂ ଯାନ୍ତ୍ରିକ ସାମର୍ଥ୍ୟକୁ ସମନ୍ୱିତ କରିଥାଏ। ଏହି ଆଭିମୁଖ୍ୟର ଉଦ୍ଦେଶ୍ୟ ହେଉଛି ମାନବ ସାମର୍ଥ୍ୟ ବୃଦ୍ଧି କରିବା ଏବଂ ଚାକିରି ପ୍ରଦର୍ଶନରେ ସାମଗ୍ରିକ ଦକ୍ଷତାରେ ଉନ୍ନତି ଆଣିବା, ଯାହା ଶେଷରେ ସମଗ୍ର ସମାଜକୁ ଉପକୃତ କରିବ।
ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଦ୍ୱାରା ପରିଚାଳିତ ପରିବର୍ତ୍ତନର ପ୍ରତିକୂଳ ସାମାଜିକ ପ୍ରଭାବକୁ ହ୍ରାସ କରିବା ପାଇଁ ସରକାରୀ, ଘରୋଇ କ୍ଷେତ୍ର ଏବଂ ଶିକ୍ଷା ଜଗତ ମଧ୍ୟରେ ସହଯୋଗୀ ପ୍ରୟାସ ଆବଶ୍ୟକ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।