Advertisment

Naxals surrender: ନକ୍ସଲ ମୁକ୍ତ ଭାରତ ଦିଗରେ ବଡ଼ ସଫଳତା: ଏକାଥରେ ଆତ୍ମସମର୍ପଣ କଲେ ୨୦୮ ମାଓବାଦୀ

ଏତେ ସଂଖ୍ୟକ ମାଓବାଦୀଙ୍କ ଆତ୍ମସମର୍ପଣ ପରେ ଅବୁଝମାଡ଼ ରିଜନ ଓ ଉତ୍ତର ବସ୍ତର ଏକପ୍ରକାର ନକ୍ସଲ ମୁକ୍ତ ହୋଇଛି। ଏବେ କେବଳ ଦକ୍ଷିଣ ବସ୍ତର ମାଓବାଦୀଙ୍କ ଗଡ଼ ଭାବେ ସକ୍ରିୟ ରହିଛି।

Naxal

ଆତ୍ମସମର୍ପଣ କରିଥିବା ମାଓବାଦୀ

Advertisment

ଆସନ୍ତାବର୍ଷ ମାର୍ଚ୍ଚ ସୁଦ୍ଧା ଦେଶକୁ ନକ୍ସଲ ମୁକ୍ତ କରିବାକୁ ରହିଥିବା ଲକ୍ଷ୍ୟ ଦିଗରେ ମିଳିଛି ବଡ଼ ସଫଳତା। ଲାଲବାହିନୀ ବିରୋଧରେ ଚାଲିଥିବା ଲଢ଼େଇକୁ ମିଳିଛି ବଡ଼ ବଳ। ଦେଶ ଇତିହାସରେ ପ୍ରଥମଥର ପାଇଁ ଏକାଥରେ ୨୦୮ ଜଣ ମାଓବାଦୀ ଆଜି ଆତ୍ମସମର୍ପଣ କରିଛନ୍ତି।

Advertisment

ଛତିଶଗଡ଼ ପୁଲିସ୍‌ ନିକଟରେ ଏତେ ସଂଖ୍ୟକ ମାଓବାଦୀ(Naxal) ଅସ୍ତ୍ରତ୍ୟାଗ କରିବା ସହ ସମାଜର ମୁଖ୍ୟସ୍ରୋତରେ ସାମିଲ ହେବାକୁ ସମ୍ବିଧାନ ଛୁଇଁ ଶପଥ ନେଇଛନ୍ତି। ସେମାନଙ୍କୁ ପୁଲିସ୍‌ ଓ ସରକାର ଗୋଲାପ ଫୁଲ ଦେଇ ସ୍ୱାଗତ କରିଛନ୍ତି। ଆତ୍ମସମର୍ପଣ କରିଥିବା ୨୦୮ ଜଣଙ୍କ ମଧ୍ୟରୁ ୧୫୩ ଜଣ ସଶସ୍ତ୍ର ମାଓବାଦୀ। ସେମାନେ ପୁଲିସ୍‌ ନିକଟରେ ନିଜର ଅସ୍ତ୍ରକୁ ସମର୍ପଣ କରିଛନ୍ତି। ଏଥିସହ ସରକାରଙ୍କ ପୁନର୍ବାସ ଯୋଜନାରେ ସାମିଲ ହେବାକୁ ଇଚ୍ଛା ପ୍ରକାଶ କରିଛନ୍ତି। 

ଏତେ ସଂଖ୍ୟକ ମାଓବାଦୀଙ୍କ ଆତ୍ମସମର୍ପଣ ପରେ ଅବୁଝମାଡ଼ ରିଜନ ଓ ଉତ୍ତର ବସ୍ତର ଏକପ୍ରକାର ନକ୍ସଲ ମୁକ୍ତ ହୋଇଛି। ଏବେ କେବଳ ଦକ୍ଷିଣ ବସ୍ତର ମାଓବାଦୀଙ୍କ ଗଡ଼ ଭାବେ ସକ୍ରିୟ ରହିଛି।

Advertisment

ଛତିଶଗଡ଼(Chhatisgarh) ପାଇଁ ଆଜିର ଦିନ ଐତିହାସିକ ଓ ବସ୍ତରରେ ନୂଆ ସୂର୍ଯ୍ୟର ଉଦୟ ହୋଇଥିବା କଥା କହି ବିଜେପି ଆଇଟି ସେଲ ମୁଖ୍ୟ ଅମିତ ମାଲବ୍ୟ ମାଓବାଦୀମାନେ କେତେ ସଂଖ୍ୟକ ଅସ୍ତ୍ରଶସ୍ତ୍ର ପୁଲିସ୍‌ ନିକଟରେ ଆତ୍ମସମର୍ପଣ କରିଛନ୍ତି, ତା’ର ତଥ୍ୟ ଦେଇଛନ୍ତି। 

ତାଙ୍କ କହିବା କଥା ଯେ ଏମାନେ ଦଣ୍ଡକାରଣ୍ୟରେ ସକ୍ରିୟ ଥିଲେ। ସେମାନେ ୧୯ଟି ଏକେ ୪୭ ରାଇଫଲ, ୧୭ଟି ଏସ୍‌ଏଲଆର ରାଇଫଲ, ୨୩ଟି ଇନସାସ ରାଇଫଲ, ଗୋଟିଏ ଇନସାସ ଏଲଏମଜି, ୩୬ଟି ୩୦୩ ରାଇଫଲ, ୪ଟି କାରବାଇନ, ୧୧ଟି ବିଜିଏଲ ଲଞ୍ଚର୍ସ, ୩୧ଟି ୧୨ ବୋର/ସିଙ୍ଗଲ ଶଟ ଗନ ଓ ଗୋଟିଏ ପିସ୍ତଲ ପୁଲିସ୍‌ ପାଖରେ ସମର୍ପଣ କରିଛନ୍ତି। ଆତ୍ମସର୍ପଣ କରିଥିବା ମାଓବାଦୀଙ୍କ ମଧ୍ୟରେ ୧୦୧ ଜଣ ମହିଳା ଓ ୯୮ ଜଣ ପୁରୁଷ ରହିଛନ୍ତି। 

ଗୁରୁବାର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଅବୁଝମାଡ଼ ନକ୍ସଲ ମୁକ୍ତ ହୋଇଥିବା ଘୋଷଣା କରିଥିଲେ। ଏଥିସହ ଦୁଇ ଦିନ ମଧ୍ୟରେ ଛତିଶଗଡ଼ ଓ ମହାରାଷ୍ଟ୍ରରେ ୨୫୮ ଜଣ ମାଓବାଦୀ ଆତ୍ମସମର୍ପଣ କରିଥିବା ସେ ସୂଚନା ଦେଇଥିଲେ। ଏଥିସହ ଏଯାଏ ମାଓବାଦୀ ସଂଗଠନ ଯୋଡ଼ି ହୋଇଥିବା ଲୋକଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ ହେବାକୁ ଆହ୍ୱାନ ଦେଇଥିଲେ। 

ଗତ ୨୨ ମାସରେ ୪୭୭ ଜଣ ମାଓବାଦୀ ଛତିଶଗଡ଼ରେ ନିହତ ହେବା ସହ ୨୧୧୦ ଜଣ ଆତ୍ମସମର୍ପଣ କରିଛନ୍ତି। ସେହିପରି ୧୭୮୫ ଜଣ ମାଓବାଦୀଙ୍କୁ ସୁରକ୍ଷାକର୍ମୀ ଗିରଫ କରିଛନ୍ତି। 

Naxal Chhatisgarh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe