Advertisment

କରୋନାର JN.1 ଭାରିଏଣ୍ଟରେ ଆକ୍ରାନ୍ତ ହେଲେ ୨୧ ଜଣ

ଗୋଆରେ ସର୍ବାଧିକ ୧୯ ଜଣ କୋଭିଡ ସବ ଭାରିଏଣ୍ଟ ଜେଏନ ୧ରେ ସଂକ୍ରିମତ ହୋଇଛନ୍ତି। ସେହିପରି କେଳର ଓ ମହାରାଷ୍ଟ୍ରରେ ଜଣେ ଲେଖାଏ ବ୍ୟକ୍ତିଙ୍କ ନମୁନାରୁ ଏହା ଠାବ ହୋଇଛି।

author-image
Hemant Lenka
ଅଦ୍ୟତନ ହୋଇଛି
Corona

Corona

ମହାମାରୀ କରୋନାର ନୂଆ ସବ ଭାରିଏଣ୍ଟ ଏବେ ସମସ୍ତଙ୍କ ଛାତିରେ ଛନକା ସୃଷ୍ଟି କରିଛି। କାରଣ ଦ୍ରୁତଗତିରେ ସଂକ୍ରମଣ କରିବାର କ୍ଷମତା ରଖିଥିବା JN 1 ଭାରିଏଣ୍ଟ ୨୧ ଜଣଙ୍କ ଶରୀରରୁ ଠାବ ହୋଇଛି। ଗୋଆ, କେରଳ ଓ ମହାରାଷ୍ଟ୍ରରେ ଏହି ଭାରିଏଣ୍ଟରେ ମୋଟ ୨୧ ଜଣ ଏଯାଏ ଆକ୍ରାନ୍ତ ହେଲେଣି। ଲ୍ୟାବ ଟେଷ୍ଟରୁ ସମସ୍ତେ ଜେଏନ ୧ରେ ଆକ୍ରାନ୍ତ ହୋଇଥିବା ସ୍ପଷ୍ଟ ହୋଇଛି। 

Advertisment

ମିଳିଥିବା ସୂଚନା ଅନୁସାରେ, ଗୋଆରେ ସର୍ବାଧିକ ୧୯ ଜଣ କୋଭିଡ ସବ ଭାରିଏଣ୍ଟ ଜେଏନ ୧ରେ ସଂକ୍ରିମତ ହୋଇଛନ୍ତି। ସେହିପରି କେରଳ ଓ ମହାରାଷ୍ଟ୍ରରେ ଜଣେ ଲେଖାଏ ବ୍ୟକ୍ତିଙ୍କ ନମୁନାରୁ ଏହା ଠାବ ହୋଇଛି।

ପୂର୍ବରୁ ଭୟ ସୃଷ୍ଟି କରିଥିବା ଓମିକ୍ରନର ବଂଶଧର ହେଉଛି ଜେଏନ ୧। ଏହା ଓମିକ୍ରନ ଠାରୁ ମଧ୍ୟ ଦ୍ରୁତଗତିରେ ଜଣଙ୍କ ପାଖରୁ ଆଉ ଜଣଙ୍କ ପାଖରେ ପହଞ୍ଚିବାର କ୍ଷମତା ରଖିଛି। ବେଶ କିଛି ସପ୍ତାହ ହେଲାଣି ଏହା ବ୍ୟାପୁଥିବାରୁ ସମସ୍ତେ ଆତଙ୍କିତ ଅବସ୍ଥାରେ ରହିଛନ୍ତି।

Advertisment

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଜେଏନ ୧କୁ ସ୍ୱତନ୍ତ୍ର ଭାରିଏଣ୍ଟ ଭାବେ ତାଲିକାରେ ସାମିଲ କରିଛି। କିନ୍ତୁ ଏହାଦ୍ୱାରା ବିଶ୍ୱସ୍ତରରେ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଯିବାର ଆଶଙ୍କା କମ ବୋଲି ହୁ’ କହିଛି।

ଭାରତର କିଛି ରାଜ୍ୟରେ ଏବେ କରୋନା ସଂକ୍ରମଣ ବୃଦ୍ଧି ପାଉଛି। ଏହାକୁ ଦୃଷ୍ଟିରେ ନୀତି ଆୟୋଗ ସଦସ୍ୟ (ସ୍ୱାସ୍ଥ୍ୟ) ଡାକ୍ତର ଭିକେ ପଲ୍ କହିଛନ୍ତି, କେହି ବି ସ୍ଥିତିକୁ ଦେଖି ଆତଙ୍କିତ ହୁଅନ୍ତୁ ନାହିଁ। ବିଶେଷଜ୍ୟମାନେ ନୂଆ ଭାରିଏଣ୍ଟ ଉପରେ ନଜର ରଖିଛନ୍ତି। ତଥାପି ରାଜ୍ୟଗୁଡ଼ିକ କରୋନାର ମୁକାବିଲା ପାଇଁ ପ୍ରସ୍ତୁତି ଆରମ୍ଭ କରନ୍ତୁ। ସେମାନେ ଟେଷ୍ଟ ବଢ଼ାନ୍ତୁ ଓ ସର୍ଭେଲାନ୍ସ ବ୍ୟବସ୍ଥାକୁ ଅଧିକ ସଶକ୍ତ କରନ୍ତୁ ବୋଲି ସେ ପରାମର୍ଶ ଦେଇଛନ୍ତି।

New Coronavirus Strain Corona Cases In India Coronavirus