SBI
କର୍ଣ୍ଣାଟକାର ଚାଡଚନ ସହରରେ ଥିବା ଷ୍ଟେଟ୍ ବ୍ୟାଙ୍କ ଅଫ ଇଣ୍ଡିଆ (SBI) ଶାଖାରୁ ମଙ୍ଗଳବାର (ଗତକାଲି) ସନ୍ଧ୍ୟାରେ ୨୦ କୋଟି ଟଙ୍କାର ସୁନା ଓ ନଗଦ ୧ କୋଟି ଟଙ୍କା ଲୁଟ୍ ହୋଇଛି।
୩ ଜଣ ବନ୍ଧୁକଧାରୀ ଏହି ଲୁଟ୍ କରିଛନ୍ତି। ସେମାନେ ସେନା ଷ୍ଟାଇଲର ପୋଷାକ ପିନ୍ଧିଥିଲେ। ସେମାନଙ୍କ ମୁହଁରେ ମାସ୍କ ଥିଲା। ସେମାନେ ବ୍ୟାଙ୍କ ଭିତରକୁ ଧଶେଇ ପଶିବା ପରେ ଉପସ୍ଥିତ କର୍ମଚାରୀ ଓ ଗ୍ରାହକଙ୍କୁ ବନ୍ଧୁକ ଦେଖାଇ ଭୟଭୀତ କରିଥିଲେ। ସେମାନେ ସମସ୍ତ କର୍ମଚାରୀ ଓ ଗ୍ରାହକଙ୍କ ହାତ ଓ ଗୋଡ଼ ବାନ୍ଧି ଦେଇଥିଲେ ଏବଂ ଗୋଟିଏ ରୁମ୍ରେ ସେମାନଙ୍କୁ ତାଲା ପକାଇ ଦେଇଥିଲେ।
ଏହା ପରେ ଲୁଟାରେମାନେ ବ୍ୟାଙ୍କର ମ୍ୟାନେଜରଙ୍କୁ ସୁନା ଲକର ଖୋଲିବାକୁ କହିଥିଲେ। ନହେଲେ ସେମାନେ ତାଙ୍କୁ ମାରିଦେବେ ବୋଲି ଧମକ ଦେଇଥିଲେ। ମ୍ୟାନେଜର ସୁନା ଲକର ଖୋଲି ଦେଇଥିଲେ। ଲୁଟେରାମାନେ ବ୍ୟାଗରେ ସମସ୍ତ ସୁନା ଭର୍ତ୍ତି କରିଥିଲେ। ତା’ସହିତ ବ୍ୟାଙ୍କରେ ଥିବା ନଗଦ ୧ କୋଟି ଟଙ୍କା ବି ବ୍ୟାଗରେ ଭର୍ତ୍ତି କରି ଫେରାର ହୋଇଯାଇଥିଲେ।
ପୁଲିସର ପ୍ରାଥମିକ ଅନୁସନ୍ଧାନରୁ ଜଣାପଡ଼ିଛି ଯେ ଏହି ଲୁଟେରାମାନେ ଏକ ଭ୍ୟାନ୍ରେ ଆସିଥିଲେ। ଭ୍ୟାନ୍ରେ ସେମାନେ ଏକ ମିଛ ନମ୍ବର ପ୍ଲେଟ୍ ଲଗାଇଥିଲେ। ସେମାନେ ମହାରାଷ୍ଟ୍ରକୁ ପଳାୟନ କରିଛନ୍ତି। ସେମାନେ ମହାରାଷ୍ଟ୍ରର ସୋଲାପୁର ଜିଲ୍ଲାରେ ପହଞ୍ଚିବା ପରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ଦୁର୍ଘଟଣାକୁ ନେଇ ସ୍ଥାନୀୟ ଲୋକଙ୍କ ସହିତ ସେମାନଙ୍କର ଝଗଡ଼ା ହୋଇଥିଲା। ତେବେ ସେମାନେ ସେଠାରୁ ଟଙ୍କା ଓ ସୁନା ସହିତ ଖସି ପଳାଇବାରେ ସମର୍ଥ ହୋଇଥିଲେ।
ଏହି ଘଟଣାର ପୁଲିସ୍ ମାମଲା ରୁଜୁ କରି ତଦନ୍ତ କରୁଛି। ଲୁଟେରାଙ୍କୁ ଧରିବା ପାଇଁ ଉଭୟ କର୍ଣ୍ଣାଟକା ଓ ମହାରାଷ୍ଟ୍ର ପୁଲିସ୍ ଅଭିଯାନ ଜାରି ରଖିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/SBI_1758112063.jpg)