Advertisment

୨୧ ଦଳକୁ ଡାକିଥିଲେ ରାହୁଲ କିନ୍ତୁ ମନା କରିଦେଲେ ୯

ଆସନ୍ତାକାଲି ଥମିବ ଭାରତ ଯୋଡା ଯାତ୍ରା। ଜମ୍ମୁ-କଶ୍ମୀରର ଶ୍ରୀନଗରରେ ଏହି ଯାତ୍ରାର ସମାପନ ସମାରୋହ ହେବ। ଏହି ସମାବେଶକୁ ୨୧ଟି ରାଜନୈତିକ ଦଳକୁ ନିମନ୍ତ୍ରଣ କରାଯାଇଥିଲା।

author-image
Madhupriya Mistry
ଅଦ୍ୟତନ ହୋଇଛି
Bharat jodo yatra

Bharat jodo yatra

କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କ ରହିଲାନି କଥା। ୨୧ ଦଳକୁ ଡାକିଥିଲେ, କିନ୍ତୁ ଆସିବାକୁ ମନା କରିଦେଲେ ୯ ଦଳ। ସୋମବାର ଭାରତ ଯୋଡା ଯାତ୍ରାର ସମାପନ ସମାରୋହରେ ଯୋଗଦେବାକୁ ମାତ୍ର ୧୨ଟି ବିରୋଧୀ ଦଳ ଆସିବେ। ଆଉ ୯ଟି ଦଳ ଏଥିରେ ଯୋଗ ଦେବାକୁ ସଫା ସଫା ମନା କରିଦେଇଥିବା ଜଣାପଡିଛି।

Advertisment

ଆସନ୍ତାକାଲି ଥମିବ ଭାରତ ଯୋଡା ଯାତ୍ରା। ଜମ୍ମୁ-କଶ୍ମୀରର ଶ୍ରୀନଗରରେ ଏହି ଯାତ୍ରାର ସମାପନ ସମାରୋହ ହେବ। ଏହି ସମାବେଶକୁ ୨୧ଟି ରାଜନୈତିକ ଦଳକୁ ନିମନ୍ତ୍ରଣ କରାଯାଇଥିଲା, କିନ୍ତୁ ପରିସ୍ଥିତିକୁ ଚାହିଁ କେତେକ ଦଳ ଏଥିରେ ଯୋଗ ଦେବେନାହିଁ ବୋଲି ମନା କରିଦେଇଥିବା ଜଣାପଡ଼ିଛି।

ସୁରକ୍ଷା ଦୃଷ୍ଟିରୁ ‘ତ୍ରୁଣମୂଳ କଂଗ୍ରେସ’, ‘ସମାଜବାଦୀ ପାର୍ଟି’ ଏବଂ ‘ଟିଡିପି’ ଆଦି ଦଳ ଏହି ସମାରୋହରେ ଯୋଗଦେବେ ନାହିଁ। ତେବେ ଏମ୍‌. କେ. ଷ୍ଟାଲିନ୍‌ଙ୍କ ନେତୃତ୍ୱାଧୀନ ‘ଦ୍ରାବିଡ଼ ମୁନ୍ନେତ୍ର ଖଡଗମ୍‌’ (ଡିଏମ୍‌କେ), ଶରଦ ପୱାର୍‌ଙ୍କ ‘ନ୍ୟାସ୍‌ନାଲିଷ୍ଟ୍‌ କଂଗ୍ରେସ ପାର୍ଟି’ (ଏନ୍‌ସିପି), ତେଜସ୍ୱୀ ଯାଦବଙ୍କ ନେତୃତ୍ୱାଧୀନ ‘ରାଷ୍ଟ୍ରୀୟ ଜନତା ଦଳ’ (ଆର୍‌ଜେଡି), ନୀତୀଶ କୁମାରଙ୍କ ‘ଜନତା ଦଳ (ୟୁନାଇଡେଟ୍‌), ଉଦ୍ଧବ ଠାକ୍‌ରେଙ୍କ ‘ଶିବ‌ସେନା’, ‘ସିପିଆଇ(ଏମ୍‌), ‘ସିପିଆଇ’, ‘ବିଦୁତାଲାଇ ଚରୁତାଇଗଲ କାତ୍‌ଚି’ (ଭିସିକେ), ‘କେରଳ କଂଗ୍ରେସ’, ଫାରୁକ୍‌ ଅବ୍ଦୁଲ୍ଲାଙ୍କ ନେତୃତ୍ୱାଧୀନ ‘ଜମ୍ମୁ ଆଣ୍ଡ କଶ୍ମୀର ନ୍ୟାସ୍‌ନାଲ୍‌ କନ୍‌ଫରେନ୍‌ସ୍’ ମେହବୁବା ମୁଫ୍‌ତିଙ୍କ ‘ଜମ୍ମୁ ଆଣ୍ଡ କଶ୍ମୀର ପିପୁଲସ୍‌ ଡେମୋକ୍ରାଟିକ୍‌ ପାର୍ଟି’ (ପିଡିପି), ଏବଂ ଶିବୁ ସୋରେନ୍‌ଙ୍କ ‘ଝାଡ଼ଖଣ୍ଡ ମୁକ୍ତି ମ‌ୋର୍ଚ୍ଚା’ (ଜେଏମ୍‌ଏମ୍‌) ଆଦି ଦଳ ଶ୍ରୀନଗରରେ ହେବାକୁ ଥିବା କାର୍ଯ୍ୟକ୍ରମରେ ଯୋଗ ଦେବେ।

Advertisment

ଶନିବାର କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଭଦ୍ରା ଭାରତ ଯୋଡୋ ଯାତ୍ରାରେ ଭାଇ ରାହୁଲ ଗାନ୍ଧିଙ୍କ ସହ ସାମିଲ ହୋଇଥିଲେ। ତେବେ ସୁରକ୍ଷାରେ ତ୍ରୁଟି ଯୋଗୁ ଶୁକ୍ରବାର ଭାରତ ଯୋଡୋ ଯାତ୍ରାକୁ କିଛି ସମୟ ପାଇଁ ରଦ୍ଦ କରାଯାଇଥିଲା। ପରେ ଅବନ୍ତିପୁରାର ଚେରସୁ ଗାଁରୁ ଏହି ଯାତ୍ରା ଆରମ୍ଭ ହୋଇଥିଲା। ପିଡିପି ପ୍ରମୁଖ ମେହବୁବା ମୁଫତୀ ଏହି ଯାତ୍ରାରେ ସାମିଲ ହୋଇଥିଲେ। ସେପଟେ ଏହି ଯାତ୍ରା ବେଳେ ସୁରକ୍ଷାରେ ତ୍ରୁଟି ଅଭିଯୋଗ ପରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାଡଗେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଚିଠି ଲେଖି ବ୍ୟାପକ ସୁରକ୍ଷା ଯୋଗାଇବା ସହ ବ୍ୟକ୍ତିଗତ ଭାବେ ଏଥିରେ ହସ୍ତକ୍ଷେପ କରିବାକୁ ନିବେଦନ କରିଥିଲେ।

ସେପ୍ଟେମ୍ବର ୭ ତାରିଖ ଦିନ ଦେଶର ଦକ୍ଷିଣ ସୀମା କନ୍ୟାକୁମାରୀରୁ ଆରମ୍ଭ ହୋଇଥିବା ଭାରତ ଯୋଡ଼ୋ ଯାତ୍ରା ଜାନୁଆରି ୩୦ ତାରିଖରେ ଶ୍ରୀନଗରରେ ଶେଷ ହେବ। ୧୨ଟି ରାଜ୍ୟ ଦେଇ ଆସିଥିବା ପ୍ରାୟ ୧୪୫ ଦିନର ଏହି ଯାତ୍ରା ୩,୯୭୦ କିଲୋମିଟର୍‌ ଅତିକ୍ରମ କରିଛି।

Congress Rahul Gandhi Bharat Jodo Yatra