Advertisment

ପାଣି ଅପଚୟ କରି ଜରିମାନା ଦେଲେ ବେଙ୍ଗାଲୁରୁର ୨୨ ପରିବାର

ଜରିମାନା ଆକାରରେ ୧ ଲକ୍ଷ ୧୦ ହଜାର ଟଙ୍କା ଆଦାୟ।

author-image
Debibandita Barick
ଅଦ୍ୟତନ ହୋଇଛି
File Photo

File Photo

ନିକଟରେ ଘୋର ପାଣି ସଙ୍କଟର ସମ୍ମୁଖୀନ ହେଉଛନ୍ତି ବେଙ୍ଗାଲୁରୁବାସୀ। ଏହାରି ମଧ୍ୟରେ କିଛି ପରିବାର ପାଣି ଅପଚୟ କରିବା ଅଭିଯୋଗରେ ଜରିମାନା ଦେଇଛନ୍ତି। ବେଙ୍ଗାଲୁରୁ କର୍ତ୍ତୃପକ୍ଷ ୨୨ଟି ପରିବାର ଉପରେ ୫ ହଜାର ଟଙ୍କା ଲେଖାଏଁ ଜରିମାନା ଲାଗୁ କରିଛନ୍ତି।

Advertisment

ରାଜ୍ୟରେ ଘୋର ଜଳ ଅଭାବ ମଧ୍ୟରେ ଜଳ ସଂରକ୍ଷଣ ବୋର୍ଡର ନିର୍ଦ୍ଦେଶକୁ ଉଲ୍ଲଂଘନ କରିଥିବା ଅଭିଯୋଗରେ ଏହି ଜରିମାନା ଲାଗୁ କରାଯାଇଥିଲା।

ବେଙ୍ଗାଲୁରୁ ଜଳ ଯୋଗାଣ ଏବଂ ସ୍ୱେରେଜ୍ ବୋର୍ଡ (BWSSB) କହିଛି ଯେ, କାର୍ ଧୋଇବା କିମ୍ବା ବଗିଚା ପାଇଁ ପାନୀୟ ଜଳ ବ୍ୟବହାର କରିଥିବାରୁ ୨୨ଟି ପରିବାର ଜରିମାନା ଦେଇଛନ୍ତି। ଜରିମାନା ଆକାରରେ ୧ ଲକ୍ଷ ୧୦ ହଜାର ଟଙ୍କା ସଂଗ୍ରହ କରାଯାଇଛି। ସହରର ବିଭିନ୍ନ ଅଞ୍ଚଳରୁ ଜରିମାନା ଆଦାୟ କରାଯାଇଥିଲା, ଯେଉଁଥିରେ ସର୍ବାଧିକ ୮୦,୦୦୦ ଟଙ୍କା ଦକ୍ଷିଣ ଅଞ୍ଚଳରୁ ଆଦାୟ ହୋଇଛି।

Advertisment

ଏହି ମାସ ଆରମ୍ଭରେ, BWSSB ଜଳ ସଙ୍କଟକୁ ଦୃଷ୍ଟିରେ ରଖି ପାନୀୟ ଜଳର ମିତବ୍ୟୟ ବ୍ୟବହାର ପାଇଁ ସୁପାରିଶ କରିଥିଲା। ଗାଡି ଧୋଇବା, ନିର୍ମାଣ ଏବଂ ମନୋରଞ୍ଜନ ଉଦ୍ଦେଶ୍ୟରେ ପାନୀୟ ଜଳ ବ୍ୟବହାର ନକରିବାକୁ ସହରବାସୀଙ୍କୁ ଅନୁରୋଧ କରିଥିଲା। ନିୟମ ଉଲ୍ଲଙ୍ଘନ କଲେ 5 ହଜାର ଟଙ୍କା ଜରିମାନେ ହୋଇପାରେ ବୋଲି ମଧ୍ୟ ଚେତାଇଥିଲା।

ହୋଲି ଉତ୍ସବ ସମୟରେ, BWSSB ବାସିନ୍ଦାଙ୍କୁ ପୁଲ୍ ପାର୍ଟି ଏବଂ ରେନ୍ ଡ୍ୟାନ୍ସ ପାଇଁ ଅଯଥା ପାଣି ବ୍ୟବହାର ନକରିବାକୁ ପରାମର୍ଶ ଦେଇଛି। ହୋଟେଲ, ଆପାର୍ଟମେଣ୍ଟ ଏବଂ ଶିଳ୍ପକୁ ଜଳ ବ୍ୟବହାର କମାଇବା ପାଇଁ ଏରେଟର ସ୍ଥାପନ କରିବାକୁ ଉତ୍ସାହିତ କରିଛନ୍ତି। 

Bengaluru Water Crisis Bengaluru Water Shortage