Advertisment

ଶିକ୍ଷକଙ୍କ ଜନ୍ମଦିନରେ ଧୁମ ମଚାଉଥିଲେ, ହଠାତ୍‌ ବେହୋସ୍‌ ହେଲେ ୨୨ ଛାତ୍ରୀ

ପିଲାମାନେ ଧୁମଧାମରେ ପାଳନ କରୁଥିଲେ ନିଜ ଶିକ୍ଷକଙ୍କ ଜନ୍ମ ଦିନ । ଜମିଥିଲା ପାର୍ଟି। ହେଲେ ହଠାତ୍ ଜଣକ ପରେ ଜଣେ ଏପରି ୨୨ ଛାତ୍ରଛାତ୍ରୀ ବେହୋସ ହୋଇ ପଡ଼ିଲେ।

ଅଦ୍ୟତନ ହୋଇଛି
Students

Students

Advertisment

ପିଲାମାନେ ଧୁମଧାମରେ ପାଳନ କରୁଥିଲେ ନିଜ ଶିକ୍ଷକଙ୍କ ଜନ୍ମ ଦିନ । ଜମିଥିଲା ପାର୍ଟି। ନାଚ ଗୀତରେ ଫାଟି ପଡ଼ୁଥିଲା ପରିବେଶ। ହେଲେ ହଠାତ୍ ଜଣକ ପରେ ଜଣେ ଏପରି ୨୨ ଛାତ୍ରୀ ବେହୋସ ହୋଇ ପଡ଼ିଲେ। ତୁରନ୍ତ ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ଏପରି ଘଟଣା ଦକ୍ଷିଣ ଦିଲ୍ଲୀର ଏକ ସରକାରୀ ସ୍କୁଲରେ ବୁଧବାର ଘଟିଛି।

Advertisment

 ଛାତ୍ରୀଙ୍କ ବେହୋସ ହେବାର କାରଣ ଜଣା ପଡ଼ି ନ ଥିବା ବେଳେ ଗୋଳମରିଚ ସ୍ପ୍ରେ ହେବା କାରଣରୁ ଏପରି ଅଘଟଣ ଘଟିଥିବା ଅନୁମାନ କରାଯାଉଛି। ତେବେ କିଏ ଏହି ସ୍ପ୍ରେ କଲା ତାହା ଜଣାପଡ଼ିନି। ଦକ୍ଷିଣ ଦିଲ୍ଲୀର ଏକ ସରକାରୀ ସ୍କୁଲରେ ଏପରି ଅଘଟଣ ଗତକାଲି ଘଟିଛି।

ଏହି ଅଘଟଣ ଗତକାଲି ସ୍କୁଲରେ ଘଟିଥିବା ବେଳେ ସ୍କୁଲ ପ୍ରଶାସନ ପକ୍ଷରୁ ତୁରନ୍ତ ସମସ୍ତ ଅସୁସ୍ଥଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅସୁସ୍ଥ ହୋଇ ପଡ଼ିଥିବା  ଛାତ୍ରୀ ଷଷ୍ଠରୁ ନବମ ଶ୍ରେଣୀରେ ପଢ଼ୁଥିବା ଜଣାଯାଇଛି।

Advertisment

କେହି ଭୁଲବଶଃତ ଗୋଲମରିଚ ସ୍ପ୍ରେ ପକାଇ ଥିବାରୁ ଏପରି ଅଘଟଣ ଘଟିଥିବା ଅନୁମାନ କରାଯାଉଛି ବୋଲି ଜଣେ ପୁଲିସ୍‌ ଅଧିକାରୀ କହିଛନ୍ତି। ଏହି ଘଟଣାର ତଦନ୍ତ ଆରମ୍ଭ ହୋଇଥିବା ବେଳେ ପୁଲିସ୍‌ ଅସୁସ୍ଥଙ୍କ ବୟାନ ରେକର୍ଡ କରୁଛି।

ପ୍ରଥମେ ସ୍କୁଲରେ କିଛି ବିଷାକ୍ତ ଗ୍ୟାସ ଲିକ୍‌ ହୋଇଥିବାରୁ ଏପରି ଅଘଟଣ ଘଟିଥିବା କୁହାଯାଇଥିଲା। କିନ୍ତୁ ପରେ ଏହାକୁ ଖଣ୍ଡନ କରାଯାଇଥିଲା। ହେଲେ ପ୍ରକୃତରେ ଏହି ଅଘଟଣ କିପରି ଘଟିଲା ଓ ପାର୍ଟିକୁ କିଏ ଗୋଲମରିଚ ସ୍ପ୍ରେ ଆଣି ଆସିଥିଲା ତାହା ସ୍ପଷ୍ଟ ହୋଇ ନ ଥିବା ଜଣାଯାଇଛି।

Delhi Students
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe