Advertisment

ଗଭୀର ସମୁଦ୍ରରେ ବ୍ରିଟିଶ ତୈଳ ଟ୍ୟାଙ୍କରକୁ ମିଶାଇଲ ମାଡ଼, ଜାହାଜରେ ଅଛନ୍ତି ୨୨ ଭାରତୀୟ

ହାଉତି ବିକ୍ଷୋଭକାରୀ ଟ୍ୟାଙ୍କରକୁ ଟାର୍ଗେଟ କରି ମିସାଇଲ ମାଡ଼ କରିବା ପରେ ଟ୍ୟାଙ୍କରରେ ନିଆଁ ଲାଗିଯାଇଛି।

author-image
Debibandita Barick
ଅଦ୍ୟତନ ହୋଇଛି
MV Marlin Launda catches fire

MV Marlin Launda catches fire

ଗଭୀର ସମୁଦ୍ରରେ ବ୍ରିଟିଶ ତୈଳ ଟ୍ୟାଙ୍କରରେ ଲାଗିଛି ନିଆଁ। ହାଉତି ବିକ୍ଷୋଭକାରୀ ଟ୍ୟାଙ୍କରକୁ ଟାର୍ଗେଟ କରି ମିସାଇଲ ମାଡ଼ କରିବା ପରେ ଟ୍ୟାଙ୍କରରେ ନିଆଁ ଲାଗିଯାଇଛି। ଏଥିରେ ୨୨ ଜଣ ଭାରତୀୟ ଥିବା ସୂଚନା ମିଳିଛି। ଖବର ପାଇ ଭାରତୀୟ ନୌସେନା ଘଟଣାସ୍ଥଳରେ ପହଞ୍ଚି ନିଆଁଲିଭା କାର୍ଯ୍ୟରେ ସହଯୋଗ କରୁଛି। 

Advertisment

ଖବର ମୁତାବକ, ଗତକାଲି ଗଫ୍ ଅଫ୍ ଆଡେନରେ ବ୍ରିଟିଶ ଅଏଲ୍ ଟ୍ୟାଙ୍କର ମାର୍ଲିନ ଲୌଣ୍ଡା ଉପରକୁ ମିସାଇଲ ମାଡ କରାଯାଇଥିଲା। ୟେମନର ଇରାନ ସମର୍ଥିତ ହାଉତିମାନେ ଏହି ମିଶାଇଲ ମାଡ଼ କରିଛନ୍ତି। ଫଳରେ ଟ୍ୟାଙ୍କରରେ ନିଆଁ ଲାଗିଯାଇଛି। ଏଥିରେ ୨୨ ଜଣ ଭାରତୀୟ ଥିବା ଖବର ପାଇ ନୌସେନା କର୍ମଚାରୀ ସେଠାରେ ପହଞ୍ଚିଛନ୍ତି। କିନ୍ତୁ ବର୍ତ୍ତମାନ ସୁଦ୍ଧା ଉଦ୍ଧାର କାର୍ଯ୍ୟ ସଫଳ ହୋଇନାହିଁ।   

ନୌସେନା କହିଛି ଯେ, ମିଶାଇଲ ବିନାଶକାରୀ ଆଇଏନ୍ଏସ୍ ବିଶାଖାପାଟନମକୁ ଘଟଣାସ୍ଥଳରେ ନିୟୋଜିତ ରହିଛି। ନିଆଁକୁ ଆୟତ୍ତ କରିବା ପାଇଁ ବ୍ୟାପକ ଅଗ୍ନି ନିର୍ବାପକ ଉପକରଣ ସହ ସୁରକ୍ଷାକର୍ମୀଙ୍କୁ ପଠାଯାଇଛି। 

Advertisment

ନୌସେନା ଏକ ବିବୃତ୍ତିରେ କହିଛି ଯେ, ଟ୍ୟାଙ୍କରରେ ୨୨ ଜଣ ଭାରତୀୟଙ୍କ ସମେତ ଜଣେ ବାଂଲାଦେଶ କର୍ମଚାରୀ ମଧ୍ୟ ଅଛନ୍ତି। ତୁରନ୍ତ ସେମାନଙ୍କୁ ଉଦ୍ଧାର ପାଇଁ ପ୍ରୟାସ କରାଯାଉଛି।  

Indian Navy MV Merlin Launda INS Visakhapatnam Gulf Of Aden British Oil Tanker Houthis