ରୋଷେଇ ବେଳେ ହଠାତ୍ ଫାଟିଲା ଗ୍ୟାସ୍ ସିଲିଣ୍ଡର। ଅଚାନକ ଘଟିଥିବା ଏହି ବିସ୍ଫୋରଣ ଯୋଗୁ ୨ ନାବାଳକଙ୍କ ସମେତ ୨୨ ଜଣ ପୋଡ଼ି ଗୁରୁତର ହୋଇଛନ୍ତି। ଏପରି ଏକ ଅଘଟଣ ଗତକାଲି ରାତିରେ ପଶ୍ଚିମବଙ୍ଗର କୋଲକତାର ବିଚାଲିଘାଟ ରୋଡରେ ଥିବା ଏକ ଘରେ ଘଟିଛି।
ବିଚାଲିଘାଟ ରୋଡସ୍ଥିତ ଏକ ଘରର ତଳ ମହଲାରେ ଗତକାଲି ସନ୍ଧ୍ୟା ବେଳେ ରୋଷେଇ ଚାଲିଥିଲା। ଉକ୍ତ ସମୟରେ ହଠାତ୍ ଗ୍ୟାସ୍ ସିଲିଣ୍ଡର ଫାଟି ଘରେ ନିଆଁ ଲାଗି ଯାଇଥିଲା। ନିଆଁ ଆଖି ପିଛୁଳାକେ ବ୍ୟାପି ଯିବା ଫଳରେ ଉକ୍ତ ଘର ସମେତ ପାଖ ଘରେ ଥିବା ଲୋକ ବି ବାହାରକୁ ବାହାରି ପାରି ନ ଥିଲେ। ତୁରନ୍ତ ସ୍ଥାନୀୟ ଲୋକ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ।
ଅଗ୍ନିଶମ ବାହିନୀ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ସହ ୨୨ ଗୁରତରଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରିଛନ୍ତି। ଗୁରୁତରଙ୍କ ମଧ୍ୟରେ ୨ ନାବାଳକ ଅଛନ୍ତି।
Also Read
ପୁଲିସ୍ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି। ଗ୍ୟାସ୍ ଲିକ୍ରୁ ଏହି ଅଘଟଣ ଘଟିଥିବା ବରିଷ୍ଠ ପୁଲିସ୍ ଅଧିକାରୀ କହିଛନ୍ତି।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

National
ରେଖା ଗୁପ୍ତା ହେବେ ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ
ରେଖା ଗୁପ୍ତା ହେବେ ଦିଲ୍ଲୀର ଚତୁର୍ଥ ମହିଳା ମୁଖ୍ୟମନ୍ତ୍ରୀ।

National
ମୁଦା ଦୁର୍ନୀତି: ସିଦ୍ଦରମୈୟାଙ୍କ ବିରୋଧରେ ପ୍ରମାଣ ପାଇଲେନି ଲୋକାୟୁକ୍ତ
୨୦୧୬ରୁ ୨୦୨୪ ମଧ୍ୟରେ ମୁଦା ଦ୍ୱାରା କରାଯାଇଥିବା ପ୍ରତିପୂରକ ଜମି ଆବଣ୍ଟନ ଏବେ ବି ତଦନ୍ତ ପରିସରଭୁକ୍ତ ରହିଛି।

International
ଭାରତକୁ ସର୍ବାଧିକ ଏଲଏନଜି ଓ ଏଲପିଜି ଦେଉଥିବା ଦେଶ କିଏ?
କତାର ହେଉଛି ଭାରତକୁ ସର୍ବାଧିକ ଏଲଏନଜି ଓ ଏଲପିଜି ରପ୍ତାନିକାରୀ ରାଷ୍ଟ୍ର। ଭାରତ ନିଜର ମୋଟ ଏଲଏନଜି ଆମଦାନିର ୪୬% ଓ ଏଲପିଜି ଆମଦାନିର ୨୬% କତାରରୁ ଆମଦାନୀ କରିଥାଏ। ୨୦୨୩-୨୪ ଆର୍ଥିକ ବର୍ଷରେ ଭାରତ କତାରରୁ ୧୦.୯୧ ଏମଏମଟି ଏଲଏନଜି ଏବଂ ୪.୯୨ ଏମଏମଟି ଏଲପିଜି ଆମଦାନୀ କରିଥିଲା।

National
ମହାକୁମ୍ଭ ନଦୀରୁ ମିଳିଲା ମଣିଷ ଓ ପଶୁ ମଳରେ ଥିବା ଜୀବାଣୁ
ଉତ୍ତର ପ୍ରଦେଶର ପ୍ରୟାଗରାଜରେ ଚାଲିଛି ମହାକୁମ୍ଭ। ସେଠାରେ ଥିବା ନଦୀର ଏକାଧିକ ସ୍ଥାନରେ କୋଟି କୋଟି ଲୋକ ପୁଣ୍ୟ ଅର୍ଜନ କରିବା ଆଶାରେ ବୁଡ଼ ପକାଉଛନ୍ତି।

National
ପ୍ରଥମ ଘଟଣା: ଏହି କାରଣ ପାଇଁ IPS ଅଫିସରଙ୍କର ହେଲା ଡିମୋସନ
ଉଚ୍ଚ ପଦସ୍ଥ ଅଧିକାରୀମାନେ ପଙ୍କଜ କୁମାରଙ୍କ ବିରୋଧରେ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ସେ ଦ୍ୱିତୀୟ ବିବାହ କରିଥିବାରୁ ତାଙ୍କ ପାହ୍ୟାକୁ ହ୍ରାସ କରାଯାଇଛି।