Advertisment

ରୋଷେଇ ବେଳେ ଫାଟିଲା ଗ୍ୟାସ୍‌ ସିଲିଣ୍ଡର, ୨୨ ଗୁରୁତର

ଅଚାନକ ଘଟିଥିବା ଏହି ବିସ୍ଫୋରଣ ଯୋଗୁ ୨ ନାବାଳକଙ୍କ ସମେତ ୨୨ ଜଣ ପୋଡ଼ି ଗୁରୁତର ହୋଇଛନ୍ତି।

Blast

Blast

Advertisment

ରୋଷେଇ ବେଳେ ହଠାତ୍‌ ଫାଟିଲା ଗ୍ୟାସ୍‌ ସିଲିଣ୍ଡର। ଅଚାନକ ଘଟିଥିବା ଏହି ବିସ୍ଫୋରଣ ଯୋଗୁ ୨ ନାବାଳକଙ୍କ ସମେତ ୨୨ ଜଣ ପୋଡ଼ି ଗୁରୁତର ହୋଇଛନ୍ତି। ଏପରି ଏକ ଅଘଟଣ ଗତକାଲି ରାତିରେ ପଶ୍ଚିମବଙ୍ଗର କୋଲକତାର ବିଚାଲିଘାଟ ରୋଡରେ ଥିବା ଏକ ଘରେ ଘଟିଛି।

Advertisment

ବିଚାଲିଘାଟ ରୋଡସ୍ଥିତ ଏକ ଘରର ତଳ ମହଲାରେ ଗତକାଲି ସନ୍ଧ୍ୟା ବେଳେ ରୋଷେଇ ଚାଲିଥିଲା। ଉକ୍ତ ସମୟରେ ହଠାତ୍‌ ଗ୍ୟାସ୍‌ ସିଲିଣ୍ଡର ଫାଟି ଘରେ ନିଆଁ ଲାଗି ଯାଇଥିଲା। ନିଆଁ ଆଖି ପିଛୁଳାକେ ବ୍ୟାପି ଯିବା ଫଳରେ ଉକ୍ତ ଘର ସମେତ ପାଖ ଘରେ ଥିବା ଲୋକ ବି ବାହାରକୁ ବାହାରି ପାରି ନ ଥିଲେ। ତୁରନ୍ତ ସ୍ଥାନୀୟ ଲୋକ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ।

ଅଗ୍ନିଶମ ବାହିନୀ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ସହ ୨୨ ଗୁରତରଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରିଛନ୍ତି। ଗୁରୁତରଙ୍କ ମଧ୍ୟରେ ୨ ନାବାଳକ ଅଛନ୍ତି।

Advertisment

ପୁଲିସ୍‌ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି। ଗ୍ୟାସ୍‌ ଲିକ୍‌ରୁ ଏହି ଅଘଟଣ ଘଟିଥିବା ବରିଷ୍ଠ ପୁଲିସ୍‌ ଅଧିକାରୀ କହିଛନ୍ତି।

Fire Mishap
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe