Advertisment

ଚିରାଗ ପାଶ୍ୱାନଙ୍କୁ ସାଂଘାତିକ ଝଟକା, ଦଳ ଛାଡ଼ିଲେ ୨୨ ନେତା

ନିର୍ବାଚନ ନିମନ୍ତେ ପ୍ରାର୍ଥୀ ଚୟନରେ ଚିରାଗଙ୍କ ନିଷ୍ପତ୍ତିରେ ଅସନ୍ତୋଷ ପ୍ରକାଶ କରି ଏକାଥରେ ଦଳର ପ୍ରାୟ ୨୨ ନେତା ଦଳ ଛାଡ଼ିଛନ୍ତି।

chirag-paswan

chirag-paswan

Advertisment

ଆଗକୁ ସାଧାରଣ ନିର୍ବାଚନ ଥିବା ବେଳେ ଲୋକ ଜନଶକ୍ତି ପାର୍ଟି (ରାମ ବିଲାଶ)ର ନେତା ଚିରାଗ ପାଶ୍ୱାନଙ୍କୁ ଲାଗିଛି ସାଂଘାତିକ ଝଟକା। ନିର୍ବାଚନ ନିମନ୍ତେ ପ୍ରାର୍ଥୀ ଚୟନରେ ଚିରାଗଙ୍କ ନିଷ୍ପତ୍ତିରେ ଅସନ୍ତୋଷ ପ୍ରକାଶ କରି ଏକାଥରେ ଦଳର ପ୍ରାୟ ୨୨ ନେତା ଦଳ ଛାଡ଼ିଛନ୍ତି। ସେମାନଙ୍କ ମଧ୍ୟରେ ରାଷ୍ଟ୍ରୀୟ ଓ ପ୍ରଦେଶ ପଦାଧିକାରୀ ସାମିଲ ଅଛନ୍ତି। ସେମାନେ ଏକାଥରେ ଦଳରୁ ଇସ୍ତଫା ଦେଇଛନ୍ତି।

Advertisment

ଦୀର୍ଘ ବର୍ଷ ଧରି ପାର୍ଟିରେ କାର୍ଯ୍ୟରତ ଥିବା ନେତାଙ୍କ ବଦଳରେ ବାହର ନେତାଙ୍କୁ ଦଳ ଟିକେଟ ଦେଉଥିବାରୁ କାର୍ଯ୍ୟକର୍ତ୍ତା ଅସନ୍ତୁଷ୍ଟ ହୋଇ ପଡ଼ିଥିଲେ। ଏହି ସମସ୍ତ ନେତା ଓ କାର୍ଯ୍ୟକର୍ତ୍ତା ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ଟଙ୍କା ବଦଳରେ ଚିରାଗ ପାଶୱାନ ଟିକେଟ ବିକ୍ରି କରୁଥିବା ସେମାନେ ଗଭୀର ଅଭିଯୋଗ କରିଛନ୍ତି।

ଗତ ବର୍ଷ ଜୁଲାଇରେ ଚିରାଗ ପାଶ୍ୱାନ ଏନଡିଏରେ ସାମିଲ ହୋଇଥିଲେ। ଏହାପରେ ବିହାରରେ ସମୁଦାୟ ୪୦ ଲୋକସଭା ଆସନ ଥିବା ବେଳେ ଲୋକ ଜନଶକ୍ତି ପାର୍ଟି(ରାମ ବିଲାଶ)ର ନେତା ଚିରାଗ ପାଶ୍ୱାନଙ୍କୁ ୫ ସିଟ୍‌ ମିଳିଛି। ଏହି ସିଟ୍‌ ମଧ୍ୟରୁ ହାଜିପୁରାରରୁ ଖୋଦ ଚିରାଗ ପାଶ୍ୱାନ, ବୈଶାଳୀରୁ ବୀଣା ସିଂହ, ଜମୁଇରୁ ଅରୁଣ ଭାରତୀ, ସମସ୍ତିପୁରରୁ ଶାମ୍ଭବୀ ଚୌଧୁରୀ ଓ ଖଡଗିଆରୁ ରାଜେଶ ବର୍ମାଙ୍କୁ ନିର୍ବାଚନୀ ମଇଦାନକୁ ଓହ୍ଲାଇଛନ୍ତି ଚିରାଗ ।

Advertisment

ମାତ୍ର ଏହାକୁ ନେଇ ଦଳରେ ଆଭ୍ୟନ୍ତରୀଣ ବିଶୃଙ୍ଖଳା ସୃଷ୍ଟି ହୋଇଥିବା ବେଳେ ଏବେ ତାହା ପଦାରେ ପଡ଼ିଛି।

Bihar Chirag Paswan
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe