Advertisment

ଉଦ୍ଧବ କ୍ୟାମ୍ପର ବଡ଼ ଦାବି: ସିନ୍ଦେଙ୍କ ଠାରୁ ଅଲଗା ହେବାକୁ ଚାହୁଁଛନ୍ତି ୨୨ ବିଧାୟକ ଓ ୯ ସାଂସଦ

ରାଜ୍ୟର ମନ୍ତ୍ରୀ ଶମ୍ଭୁରାଜ ଦେଶାଇ ୧୫ ଦିନ ତଳେ ଉଦ୍ଧବ ଠାକରେଙ୍କୁ ମେସେଜ କରିଥିଲେ। ଏଥିସହ ବିଜେପି ଓ ସିନ୍ଦେଙ୍କ ମେଣ୍ଟରେ ସେ କେମିତି ଅଣନିଃଶ୍ୱାସୀ ହୋଇ ଯାଉଛନ୍ତି, ସେକଥା ମଧ୍ୟ କହିଥିଲେ ବୋଲି ଶ୍ରୀ ରାଉତ କହିଛନ୍ତି।

author-image
Hemant Lenka
ShivSena

ShivSena

ଉଦ୍ଧବର ଠାକରେଙ୍କ ଶିବସେନା(ୟୁବିଟି) ପକ୍ଷରୁ ବଡ଼ ଦାବି କରାଯାଇଛି। ୟୁବିଟିର ମୁଖପତ୍ର ସାମ୍ନାରେ ଦାବି କରାଯାଇଛି ଯେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ନେତୃତ୍ୱାଧୀନ ଶିବସେନାର ୨୨ ଜଣ ବିଧାୟକ ଓ ୯ ଜଣ ସାଂସଦ ଏବେ ବିଜେପି ଉପରେ ଅସନ୍ତୁଷ୍ଟ ରହିଛନ୍ତି। ସେମାନେ ଦଳ ଛାଡ଼ିବାକୁ ଯୋଜନା କରୁଛନ୍ତି।

Advertisment

ଶିବସେନା(ୟୁବିଟି) ସାଂସଦ ବିନାୟକ ରାଉତ କହିଛନ୍ତି ଯେ ସିନ୍ଦେଙ୍କ କ୍ୟାମ୍ପର ୨୨ ବିଧାୟକ ଓ ୯ ସାଂସଦ ଉଦ୍ଧବ କ୍ୟାମ୍ପର ଯୋଗାଯୋଗରେ ରହିଛନ୍ତି। ସେମାନଙ୍କ ନିର୍ବାଚନ ମଣ୍ଡଳୀରେ କୌଣସି ପ୍ରକାରର ବିକାଶ ହେଉ ନଥିବାରୁ ସେମାନେ ସିନ୍ଦେଙ୍କ ନେତୃତ୍ୱାଧୀନ ପାର୍ଟି ଛାଡ଼ିବାକୁ ଚାହୁଁଥିଛନ୍ତି।

ରାଜ୍ୟର ମନ୍ତ୍ରୀ ଶମ୍ଭୁରାଜ ଦେଶାଇ ୧୫ ଦିନ ତଳେ ଉଦ୍ଧବ ଠାକରେଙ୍କୁ ମେସେଜ କରିଥିଲେ। ଏଥିସହ ବିଜେପି ଓ ସିନ୍ଦେଙ୍କ ମେଣ୍ଟରେ ସେ କେମିତି ଅଣନିଃଶ୍ୱାସୀ ହୋଇ ଯାଉଛନ୍ତି, ସେକଥା ମଧ୍ୟ କହିଥିଲେ ବୋଲି ଶ୍ରୀ ରାଉତ କହିଛନ୍ତି।

Advertisment

ତେବେ ଦେଶାଇ ଏପରି ଦାବିକୁ ଖଣ୍ଡନ କରିଛନ୍ତି। ଏଥିସହ ରାଉତଙ୍କୁ କ୍ଷମା ମାଗିବା ପାଇଁ ନୋଟିସ କରିଛନ୍ତି।

ଶିବସେନାର ବରିଷ୍ଠ ନେତା ଗଜାନ୍ କିରତିକର ଆମେ ହିଁ ଶିବସେନା ବୋଲି ନାରା ଦେଇଥିଲେ। ଏଥିସହ ସେ ଖୋଲାଖୋଲି ଭାବେ ବିଜେପିର ବ୍ୟବହାରରେ ଅସନ୍ତୋଷ ପ୍ରକାଶ କରିଥିଲେ ବୋଲି ସାମ୍ନାରେ କୁହାଯାଇଛି।

ସାମ୍ନାରେ କୁହାଯାଇଛି ଯେ ମହାରାଷ୍ଟ୍ରରେ ବିଜେପି ଓ ସିନ୍ଦେଙ୍କ ଶିବସେନାରେ ସବୁ କିଛି ଠିକ ଠାକ ଚାଲି ନଥିବାର ସଙ୍କେତ ଗଜାନନ ପ୍ରଥମେ ଦେଇଥିଲେ। ସେ ବିଜେପିକୁ ପାତରଅନ୍ତର କରୁଥିବା ଦଳ ବୋଲି ଆକ୍ଷେ କରି କହିଥିଲେ ଯେ ଆମେ ୧୩ ଜଣ ସାଂସଦ ଓ ଆମେ ଏବେ ଏନଡିଏର ଅଂଶ ବିଶେଷ। ଆମେ ଚାହୁଁଥିଲୁ ଯେ ଆମ ନିର୍ବାଚନ ମଣ୍ଡଳୀରେ ଥିବା ସମସ୍ୟାକୁ ତୁରନ୍ତ ସମାଧାନ କରାଯାଉ। କିନ୍ତୁ ସେମିତି କିଛି ବି ହୋଇନି।

ଦଳ ରାଜ୍ୟରେ ୨୨ଟି ଲୋକସଭା ଆସନରେ ମଧ୍ୟ ପ୍ରାର୍ଥୀ ଦେବାକୁ ଚାହୁଁଛି। ଟଙ୍କା ଦ୍ୱାରା ଆତ୍ମ ସମ୍ମାନ ଓ ସମ୍ମାନକୁ କିଣା ଯାଇ ନପାରେ। ଏହା ପୁଣି ପ୍ରମାଣିତ ହୋଇଛି। ଗଜାନନ ଦାବି କରିଛନ୍ତି ଯେ ଦଳ ଏଠାରେ ୨୨ଟି ଆସନରେ ଲଢ଼ିବାକୁ ଲକ୍ଷ୍ୟ ରଖିଛି। ଏ ସିଟ ଗୁଡ଼ୁକୁ ସେ ବିଜେପି ଠାରୁ ମାଗିଥିଲେ। କିନ୍ତୁ ବିଜେପି ୫ରୁ ଅଧିକ ଆସନ ଛାଡ଼ିବା ମୁଡରେ ନଥିବା ସାମ୍ନାରେ ଦାବି କରାଯାଇଛି।

ତେବେ ଏ ସମ୍ପର୍କରେ ସିନ୍ଦେ କ୍ୟାମ୍ପର ପ୍ରତିକ୍ରିୟା ମିଳି ପାରିନି। ।

Uddhav Thackeray Maharashtra Shiv Sena Eknath Sinde