Advertisment

Man Kills Wife: ପତ୍ନୀଙ୍କୁ ମାରିବା ପରେ ନିଜେ ଝୁଲି ପଡ଼ିଲେ ୨୨ ବର୍ଷୀୟ ଯୁବକ, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଇନଷ୍ଟାଗ୍ରାମରେ ନିଜର ଅପରାଧକୁ ସ୍ୱୀକାର କରି ଗୋଟିଏ ପୋଷ୍ଟ କଲେ। ହତ୍ୟାର କାରଣ ମଧ୍ୟ କହିଲେ। ଏହାପରେ ସେ ନିଜେ ମଧ୍ୟ ବେକରେ ଶାଢ଼ୀ ବାନ୍ଧି ଝୁଲି ପଡ଼ିଲେ। ଯୁବକ ଜଣଙ୍କ ଏପରି ଚରମ ପଦକ୍ଷେପ ପାଇଁ ପତ୍ନୀଙ୍କ ବାପା ମା’ଙ୍କୁ ଦାୟୀ କରିଛନ୍ତି।

author-image
Hemant Lenka
Murder

representational image

ଜଣେ ୨୨ ବର୍ଷୀୟ ଯୁବକ ପ୍ରଥମେ ନିଜ ପତ୍ନୀଙ୍କୁ ତଣ୍ଟି ଚିପି ହତ୍ୟା କଲେ। ଏହାପରେ ଇନଷ୍ଟାଗ୍ରାମରେ ନିଜର ଅପରାଧକୁ ସ୍ୱୀକାର କରି ଗୋଟିଏ ପୋଷ୍ଟ କଲେ। ହତ୍ୟାର କାରଣ ମଧ୍ୟ କହିଲେ। ଏହାପରେ ସେ ନିଜେ ମଧ୍ୟ ବେକରେ ଶାଢ଼ୀ ବାନ୍ଧି ଝୁଲି ପଡ଼ିଲେ। ଛତିଶଗଡ଼(Chhatisgarh)ର ଧାମତାରି ଜିଲ୍ଲାରୁ ଏପରି ଘଟଣା ସାମ୍ନାକୁ ଆସିଛି। ଯୁବକ ଜଣଙ୍କ ଏପରି ଚରମ ପଦକ୍ଷେପ ପାଇଁ ପତ୍ନୀଙ୍କ ବାପା ମା’ଙ୍କୁ ଦାୟୀ କରିଛନ୍ତି। 

Advertisment

ପୁଲିସ୍‌ କହିଛି ଯେ ପୂରା ଘଟଣା ହାର୍ଡି ଗାଁରେ ଘଟିଛି। ମୃତ ଦମ୍ପତି ହେଲେ ହିତେଶ ଯାଦବ ଓରଫ ହିମତ ଓ ତାଙ୍କ ୨୦ ବର୍ଷୀୟ ପତ୍ନୀ ଲକ୍ଷ୍ମୀ ଯାଦବ। ସୋମବାର ରାତି ପ୍ରାୟ ୧୧ଟା ବେଳେ ହିମତ ଓ ଲକ୍ଷ୍ମୀ ନିଜ ରୁମକୁ ଶୋଇବାକୁ ଯାଇଥିଲେ। ହେଲେ ସକାଳୁ ସେମାନଙ୍କ ରୁମର କବାଟ ଆଉ ଖୋଲି ନଥିଲା। ହମିତଙ୍କ ବଡ଼ ଭାଇ ଗୀତେଶ୍ୱର ରୁମର ଭେଣ୍ଟିଲେସନ ବାଟେ ଭିତରର ଦୃଶ୍ୟ ଦେଖିବାକୁ ଚେଷ୍ଟା କରିଥିଲେ। ଏହି ସମୟରେ ଲକ୍ଷ୍ମୀ ତଳେ ନିସ୍ତେଜ ହୋଇ ଓ ହିମତ ଫ୍ୟାନରେ ଶାଢ଼ୀ ଦ୍ୱାରା ଝୁଲି ରହିଥିବା ଦେଖିବାକୁ ପାଇଥିଲେ। 

ପରିବାର ଲୋକ ତୁରନ୍ତ କବାଟ ଭାଙ୍ଗି ରୁମ ଭିତରକୁ ଯାଇଥିଲେ ଓ ପୁଲିସ୍‌କୁ ଖବର ଦେଇଥିଲେ। ପୁଲିସ୍‌ ଟିମ ଓ ଫରେନ୍ସିକ ବିଶେଷଜ୍ଞ ଘଟଣାସ୍ଥଳରେ ପହଞ୍ଚି ଛାନଭିନ କରିଛନ୍ତି। 

Advertisment

ପ୍ରାରମ୍ଭିକ ଯାଞ୍ଚ ଓ ଶବ ବ୍ୟବଚ୍ଛେଦ ରିପୋର୍ଟକୁ ଆଧାର କରି ଜଣେ ପୁଲିସ୍‌ ଅଧିକାରୀ କହିଛନ୍ତି ଯେ ଗୋଟିଏ ସ୍କାର୍ଫ ଦ୍ୱାରା ଲକ୍ଷ୍ମୀଙ୍କୁ ପ୍ରଥମେ ତଣ୍ଟି ଚିପି ହତ୍ୟା କରାଯାଇଥିଲା। ଏହାପରେ ହିମତ ଓରଫ ହିତେଶ ଗୋଟିଏ ଶାଢ଼ୀ ଦ୍ୱାରା ଝୁଲି ପଡ଼ିଥିଲେ। ମାମଲା ରୁଜୁ କରି ପୁଲିସ୍‌ ତଦନ୍ତ କରୁଥିବା ଅଧିକାରୀ ଜଣଙ୍କ କହିଛନ୍ତି। 

ଆତ୍ମହତ୍ୟା କରିବା ପୂର୍ବରୁ ହିତେଶ ଇନଷ୍ଟାଗ୍ରାମରେ ଲେଖିଥିଲେ ଯେ, “ମୁଁ ହିମତ ଯାଦବ। ମୁଁ ମୋ ପତ୍ନୀ ଲକ୍ଷ୍ମୀ ଯାଦବଙ୍କୁ ହତ୍ୟା(Crime) କରିଛି। ଏହା ପଛରେ କୌଣସି କାରଣ ନାହିଁ। କିନ୍ତୁ ମୁଁ ଲକ୍ଷ୍ମୀଙ୍କ ବାପା ମା’ଙ୍କ ଯୋଗୁ ଏପରି କରିଛି। ଏବେ ମୁଁ ମୋ ଜୀବନ ନେବାକୁ ଯାଉଛି। ମୁଁ ଝୁଲିବାକୁ ଯାଉଛି।” 

ଗୀତେଶ୍ୱର ପୁଲିସ୍‌କୁ କହିଛନ୍ତି ଯେ ପ୍ରାୟ ବର୍ଷ ତଳେ ମୋହାଣ୍ଡି ଗାଁର ଲକ୍ଷ୍ମୀଙ୍କୁ ହିତେଶ ବାହା ହୋଇଥିଲେ। ଲକ୍ଷ୍ମୀ ହେଉଛନ୍ତି ଗୀତେଶ୍ୱରଙ୍କ ପତ୍ନୀଙ୍କ ସାନ ଭଉଣୀ। ବାହାଘରର କିଛି ମାସ ପରେ ଦମ୍ପତି ମୋହାଣ୍ଡି ଗାଁରେ ଥିବା ଲକ୍ଷ୍ମୀଙ୍କ ବାପା ମା’ଙ୍କ ସହ ରହିବା ଆରମ୍ଭ କରିଥିଲେ।

ଅକ୍ଟୋବର ୧୯ରେ ସେମାନେ ଦୀପାବଳି ପାଳନ କରିବାକୁ ହାର୍ଡିକୁ ଆସିଥିଲେ। ଏହି ସମୟରେ ହିଁ ହିତେଶ ପତ୍ନୀଙ୍କୁ ହତ୍ୟା କରି ନିଜେ ଆତ୍ମହତ୍ୟା କରିଛନ୍ତି। 

Crime Chhatisgarh