ଦୁଇ ଭାଇଙ୍କ ପାଠ ପଢ଼ା ଓ ଦୁଇ ଭଉଣୀଙ୍କ ବାହାଘର ପାଇଁ ଟଙ୍କା ଚାହୁଁଥିଲା ବାବା ସିଦ୍ଦିକିଙ୍କ ଶୁଟର

ଶିବ କୁମାରଙ୍କୁ ଜେରା କରିବା ବେଳେ ପୁଲିସ୍‌ ଜାଣିବାକୁ ପାଇଛି ଯେ ସେ ନିଜ ପରିବାରକୁ ଆର୍ଥିକ ସ୍ତରରେ ସହାୟତା କରିବାକୁ ଚାହୁଁଥିଲା। ଏଥିପାଇଁ ସେ ୪ ବର୍ଷ ତଳେ କାମ ଅନ୍ୱେଷଣରେ ପୁଣେ ଚାଲି ଯାଇଥିଲା।

Mumbai

ଶିବ କୁମାର ଓ ବାବା ସିଦ୍ଦିକି(ଫାଇଲ ଫଟୋ)

Hemant Lenka
  • Published: Monday, 11 November 2024
  • Updated: 11 November 2024, 04:02 PM IST

Sports

Latest News

ବରିଷ୍ଠ ରାଜନେତା ତଥା ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ବାବା ସିଦ୍ଦିକିଙ୍କୁ ଗୁଳିମାଡ଼ କରିଥିବା ମୁଖ୍ୟ ଅଭିଯୁକ୍ତ ୨୨ ବର୍ଷୀୟ ଶିବ କୁମାର ଗୌତମକୁ ପୁଲିସ୍‌ ରବିବାର ଗିରଫ କରିଛି। ଗିରଫ ପରେ ଜଣାପଡ଼ିଛି ଯେ ଶିବ କୁମାର ହେଉଛି ଜଣେ କବାଡିଆ। ସେ ଉତ୍ତର ପ୍ରଦେଶ ଦେଇ ନେପାଳ ଚାଲି ଯିବାକୁ ଚେଷ୍ଟା କରୁଥିବା ବେଳେ ପୁଲିସ୍‌ ତା’କୁ ଗିରଫ କରିଥିଲା।

ଏବେ ତଦନ୍ତରୁ ଜଣାପଡ଼ିଛି ଯେ ଶିବ କୁମାର କବାଡିଆ ଭାବେ କାମ କରୁଥିଲେ ହେଁ ପରିବାର ଚଳାଇବା ତା’ ପାଇଁ କଷ୍ଟକର ଥିଲା। ପରିବାର ସହ ଦୁଇ ସାନ ଭାଇଙ୍କ ପାଠ ପଢ଼ା ପାଇଁ ଟଙ୍କା ଆବଶ୍ୟକ ପଡ଼ିବାରୁ ସେ ଅପରାଧ ଦୁନିଆରେ ପାଦ ରଖିଥିଲା। ବାବା ସିଦ୍ଦିକିଙ୍କୁ ହତ୍ୟା କରିବା ପୂର୍ବରୁ ଶିବ କୁମାର ନାଁରେ କୌଣସି ଅପରାଧିକ ମାମଲା ନଥିଲା।

ଉତ୍ତର ପ୍ରଦେଶର ଏସ୍‌ଟିଏଫ କହିଛି ଯେ ଶିବ କୁମାରର ଦୁଇ ସାନ ଭାଇ(ବୟସ ୧୧ ଓ ୭) ସ୍ଥାନୀୟ ସ୍କୁଲରେ ପଢ଼ନ୍ତି। ସେମାନଙ୍କୁ ଠିକ ଭାବେ ପାଠ ପଢ଼ାଇବା ପାଇଁ ଶିବ କୁମାର ପାଖରେ ଟଙ୍କା ନଥିଲା। ସେହିପରି ଦୁଇ ଭଉଣୀ(ବୟସ ୧୫ ଓ ୧୬)ଙ୍କ ବାହାଘର କରିବାକୁ ମଧ୍ୟ ଶିବ କୁମାର ଚାହୁଁଥିଲା। ଏଥିପାଇଁ ମଧ୍ୟ ତା’କୁ ଟଙ୍କାର ଆବଶ୍ୟକ ରହିଥିଲା। ତା’ ବାପା ବାଲ କିଶୁନ ଜଣେ ଚାଷୀ।

ଶିବ କୁମାରଙ୍କୁ ଜେରା କରିବା ବେଳେ ପୁଲିସ୍‌ ଜାଣିବାକୁ ପାଇଛି ଯେ ସେ ନିଜ ପରିବାରକୁ ଆର୍ଥିକ ସ୍ତରରେ ସହାୟତା କରିବାକୁ ଚାହୁଁଥିଲା। ଏଥିପାଇଁ ସେ ୪ ବର୍ଷ ତଳେ କାମ ଅନ୍ୱେଷଣରେ ପୁଣେ ଚାଲି ଯାଇଥିଲା। ସେଠାରେ କାମ କରୁଥିବା ବେଳେ ୨ ମାସ ତଳେ ତା’ର ଦେଖା ଗାଁର ଅନ୍ୟତମ କବାଡିଆ ଧର୍ମରାଜ କଶ୍ୟପ ସହ ହୋଇଥିଲା। ଧର୍ମରାଜ କିଛି ଦିନ ପରେ ଶୁବମ ଲୋନକର ଜରିଆରେ ଶିବ କୁମାରକୁ ଲରେନ୍ସ ଗ୍ୟାଙ୍ଗର ସଦସ୍ୟମାନଙ୍କ ସହ ପରିଚିତ କରାଇଥିଲା।

Also Read

ଶିବ କୁମାର ସ୍ନାପଚାଟ ଜରିଆରେ ଲରେନ୍ସ ବିଷ୍ଣୋଇର ଭାଇ ଅନମୋଲ ବିଷ୍ଣୋଇକୁ ଯୋଗାଯୋଗ କରିଥିଲା। ଅନମୋଲ ହିଁ ବାବା ସିଦ୍ଦିକିଙ୍କୁ ହତ୍ୟା କଲେ ୧୦ ଲକ୍ଷ ଟଙ୍କା ଦିଆଯିବ ବୋଲି ଶିବ କୁମାରକୁ ପ୍ରତିଶ୍ରୁତି ଦେଇଥିଲା। ଟଙ୍କା କଥା ଶୁଣି ଶିବ କୁମାର ହତ୍ୟା କରିବାକୁ ରାଜି ହୋଇଯାଇଥିଲା। 

ହତ୍ୟାକାଣ୍ଡ ପୂର୍ବରୁ ବିଷ୍ଣୋଇ ଗ୍ୟାଙ୍ଗ ପକ୍ଷରୁ ଶିବ କୁମାରକୁ ୯ଏମଏମ ବନ୍ଧୁକ ଦିଆଯାଇଥିଲା। ଏଥିରୁ କେମିତି ଗୁଳି କରାଯିବ, ତା’ର ତାଲିମ ମଧ୍ୟ ଶିବ କୁମାର ପାଇଥିଲା। ୟୁଟ୍ୟୁବରୁ ମଧ୍ୟ ସେ କିଛି ଭିଡିଓ ଦେଖି ବନ୍ଧୁକ ଚାଳନା ଶିଖିଥିଲା।

ଏସଟିଏଫ କହିଛି ଯେ “ଶିବ କୁମାର ବେଶ ଭଲ ଭାବେ ତାଲିମ ପାଇଥିଲା। ସେ ନିର୍ଦ୍ଦିଷ୍ଟ ସ୍ଥାନକୁ ବେଶ ନିୟନ୍ତ୍ରଣର ସହ ଗୁଳି ଚଳାଉଥିଲା। ଏଥିପାଇଁ ବାବା ସିଦ୍ଦିକିଙ୍କୁ ହତ୍ୟା କରିବା ପାଇଁ ଶିବ କୁମାରଙ୍କୁ ମୁଖ୍ୟ ଶୁଟର ଭାବେ ଚୟନ କରାଯାଇଥିଲା। ତା’କୁ ସହାୟତା କରିବା ପାଇଁ ଧର୍ମରାଜ ଓ ଗୁରମାଳି ସିଂହକୁ କୁହାଯାଇଥିଲା।

୩ ଜଣ ଯାକ ପ୍ରାୟ ୨ ମାସ ଧରି ସିଦ୍ଦିକିଙ୍କ ଗତିବିଧି ଉପରେ ନଜର ରଖିଥିଲେ। ଇନଷ୍ଟାଗ୍ରାମ ଦ୍ୱାରା ପୂରା ଅପରେସନକୁ ପରିଚାଳନା କରାଯାଇଥିଲା। ଘଟଣା ଦିନ ସିଦ୍ଦିକିଙ୍କୁ ଶିବ କୁମାର ମୋଟ ୬ଟି ଗୁଳି ମାରିଥିଲା। ଏହା ମଧ୍ୟରୁ ୩ଟି ତାଙ୍କ ଦେହରେ ବାଜିଥିଲା। ଗୁଳିମାଡ଼ କରିବା ପରେ ଶିବ କୁମାର ବନ୍ଧୁକ ଛାଡ଼ି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା।” 

ବିଷ୍ଣୋଇ ଗ୍ୟାଙ୍ଗ ପୂରା ଯୋଜନାକୁ କାର୍ଯ୍ୟକାରୀ କରିଥିଲା। ଏପରି କି ଶିବ କୁମାରକୁ ଗ୍ୟାଙ୍ଗ ପକ୍ଷରୁ ୨ଟି ସିମ କାର୍ଡ ମଧ୍ୟ ଦିଆଯାଇଥିଲା। ଗୋଟିଏ ସେ ଘଟଣା ପୂର୍ବରୁ ଓ ଆଉ ଗୋଟିଏକୁ ଘଟଣା ପରେ ବ୍ୟବହାର କରୁଥିଲା। ହତ୍ୟାକାଣ୍ଡ ପାଇଁ ଶିବ କୁମାରକୁ ଆଗୁଆ ୨୫ ହଜାର ଟଙ୍କା ମିଳିଥିଲା।

ଘଟଣା ପରେ ପୁଲିସ ଗିରଫଦାରୀରୁ ବର୍ତ୍ତିବା ପାଇଁ ଶିବ କୁମାର ପ୍ରଥମେ ଝାନସୀ ପରେ ଦିଲ୍ଲୀ ଯାଇଥିଲା। ସେ ହିମାଚଳ ପ୍ରଦେଶରେ କିଛି ଦିନ ରହିଥିଲା। ସେଠାରେ ସେ ୟୁପି ଦେଇ ନେପାଳ ଯିବାର ଥିଲା। କିନ୍ତୁ ମୁମ୍ବାଇ ପୁଲିସ୍‌ ୟୁପି ଏସଟିଏଫ ଜରିଆରେ ତା’କୁ ଗିରଫ କରିବାକୁ ସକ୍ଷମ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story