Advertisment

ଦିଲ୍ଲୀ ଏଲ୍‌ଜିଙ୍କ ଛାଟ, ବିଦା ହେଲେ ମହିଳା କମିଶନର ୨୨୩ କର୍ମଚାରୀ

ଦିଲ୍ଲୀ ଏଲ୍‌ଜିଙ୍କ ନିର୍ଦ୍ଦେଶ ପରେ ତୁରନ୍ତ ଏହି ସମସ୍ତ କର୍ମଚାରୀଙ୍କୁ ଚାକିରିରୁ ବିଦା କରାଯାଇଛି।

author-image
Madhupriya Mistry
ଅଦ୍ୟତନ ହୋଇଛି
saxena and maliwal

saxena and maliwal

ଦିଲ୍ଲୀ ଏଲ୍‌ଜିଙ୍କ ଛାଟ। ଆକ୍ସନ ମୁଡ୍‌ରେ ଉପରାଜ୍ୟପାଳ ବିନୟ ସାକ୍ସେନା। ବିଦା ହେଲେ ଦିଲ୍ଲୀ ମହିଳା କମିଶନର ୨୨୩ କର୍ମଚାରୀ। ଦିଲ୍ଲୀ ଏଲ୍‌ଜିଙ୍କ ନିର୍ଦ୍ଦେଶ ପରେ ତୁରନ୍ତ ଏହି କର୍ମଚାରୀଙ୍କୁ ଚାକିରିରୁ ବିଦା କରାଯାଇଛି। ଦିଲ୍ଲୀ ମହିଳା ଆୟୋଗର ପୂର୍ବତନ ଅଧ୍ୟକ୍ଷା ସ୍ୱାତୀ ମାଲିଓ୍ୱାଲ ନିୟମ ବିରୁଦ୍ଧରେ ଯାଇ ବିନା ଅନୁମତିରେ ଏମାନଙ୍କୁ ନିଯୁକ୍ତି ଦେଇଥିବା ଅଭିଯୋଗ ହୋଇଛି।

Advertisment

ଦିଲ୍ଲୀ ଏଲ୍‌ଜିଙ୍କ ନିର୍ଦ୍ଦେଶରେ ଡିସିଡବ୍ଲୁ ଆକ୍ଟଙ୍କୁ ଦର୍ଶାଯାଇଛି। ଆୟୋଗରେ କେବଳ ୪୦ଟି ପଦବୀ ମଞ୍ଜୁର ହୋଇଛି। ଚୁକ୍ତିନାମା ଅନୁଯାୟୀ କର୍ମଚାରୀ ନିଯୁକ୍ତ କରିବାର ଅଧିକାର ଡିସିଡବ୍ଲ୍ୟୁ ପାଖରେ ନାହିଁ ବୋଲି ଏଥିରେ କୁହାଯାଇଛି।

ଡିସିଡବ୍ଲ୍ୟୁ ବିଭାଗର ଅତିରିକ୍ତ ନିର୍ଦ୍ଦେଶକଙ୍କ ଦ୍ୱାରା ଜାରି କରାଯାଇଥିବା ଆଦେଶରେ ଏହା ମଧ୍ୟ କୁହାଯାଇଛି ଯେ ନୂତନ ନିଯୁକ୍ତି ପୂର୍ବରୁ ଜରୁରୀ ପଦବୀଗୁଡ଼ିକର କୌଣସି ମୂଲ୍ୟାଙ୍କନ କରାଯାଇ ନଥିଲା। ଏଥିସହ ଅତିରିକ୍ତ ଆର୍ଥିକ ବୋଝ ପାଇଁ ଅନୁମତି ମଧ୍ୟ ନିଆଯାଇ ନଥିଲା।

Advertisment

ଫେବୃଆରୀ ୨୦୧୭ରେ ତତ୍କାଳୀନ ଲେଫ୍ଟନାଣ୍ଟ ଗଭର୍ଣ୍ଣରଙ୍କ ନିକଟରେ ଦାଖଲ ହୋଇଥିବା ତଦନ୍ତ ରିପୋର୍ଟ ଆଧାରରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

Women's Commission Vinai Kumar Saxena Delhi LG 223 Employees Fired