/odisha-reporter/media/post_attachments/uploadimage/library/16_9/16_9_0/IMAGE_1704093923.jpg)
2013 in modi
ଶେଷ ହୋଇଛି ବର୍ଷ ୨୦୨୩। ବିଗତ ବର୍ଷଟି ଥିଲା ଭାରତ ପାଇଁ ବେଶ୍ ପ୍ରେରଣାଦାୟୀ। ବିଶ୍ୱସ୍ତରରେ ଭାରତ ନିଜ ପାଦଚିହ୍ନ ଛାଡିଥିଲା। ତେବେ ବର୍ଷ ୨୦୨୩ଟି ପ୍ରଧାନମନ୍ତ୍ରୀଙ୍କ ପାଇଁ କିଭଳି ଥିଲା, ଏନେଇ ପିଏମ୍ଓ କାର୍ଯ୍ୟାଳୟରୁ ଗତବର୍ଷର କିଛି ସ୍ୱତନ୍ତ୍ର ମୁହୂର୍ତ୍ତର ଫଟୋକୁ ସେୟାର କରାଯାଇଛି। କ୍ୟାମେରା ଲେନ୍ସରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ୨୦୨୩ର କିଛି ୟୁନିକ୍ ମୁହୂର୍ତ୍ତକୁ କ୍ୟାପଚର କରାଯାଇଛି।
Advertisment
ଇସ୍ରୋ ମୁଖ୍ୟଙ୍କ ସହ ମୋଦିଚନ୍ଦ୍ରଯାନ-୩ର ସଫଳତା ପରେ ଇସ୍ରୋ ଅଧ୍ୟକ୍ଷ ଏସ୍ ସୋମନାଥଙ୍କୁ ପ୍ରଧାନମନ୍ତ୍ରୀ ମୋଦି ଆଲିଙ୍ଗନ କରିଛନ୍ତି। ଏହି ସମୟରେ ସେ ଭାବୁକ ହୋଇପଡିଛନ୍ତି।
ତାମିଲନାଡୁର ଚେନ୍ନାଇରେ ଦିବ୍ୟାଙ୍ଗ କାର୍ଯ୍ୟକର୍ତ୍ତାଙ୍କ ସହ ସେଲ୍ଫି ନେଇଥିଲେ ମୋଦି।Advertisment
ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ୍ ଭିତରେ ସ୍କୁଲ ପିଲାଙ୍କ ସହ କଥା ହେଉଛନ୍ତି ପ୍ରଧାନମନ୍ତ୍ରୀ।
ଉତ୍ତରାଖଣ୍ଡର ପାର୍ବତୀ କୁଣ୍ଡରେ ପୂଜା କରୁଛନ୍ତି ମୋଦି।
୭ ଲୋକସଭା କଲ୍ୟାଣ ମାର୍ଗରେ ପ୍ରଧାନମନ୍ତ୍ରୀ ମୋଦି ଓ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍।
ପିଥୋରାଗଡର ଗୁଞ୍ଜୀ ଗ୍ରାମରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ମୋଦି ଜଣେ ବୃଦ୍ଧ ମହିଳାଙ୍କ ଠାରୁ ଆଶୀର୍ବାଦ ନେଉଛନ୍ତି।
ପ୍ରଧାନମନ୍ତ୍ରୀ ମୋଦି ହିମାଚଳ ପ୍ରଦେଶର ଲେଚା ଠାରେ କୁକୁରଙ୍କୁ ଖାଇବାକୁ ଦେଉଛନ୍ତି।
ମଧ୍ୟପ୍ରଦେଶରେ ଜଣେ ବିଜେପି କାର୍ଯ୍ୟକର୍ତ୍ତାଙ୍କ ଚାଲିବା ପାଇଁ ବାଡି ଉଠାଇବାରେ ସାହାଯ୍ୟ କରୁଛନ୍ତି ମୋଦି।
ଭାରତୀୟ ପାନର ସ୍ୱାଦ ଚାଖୁଥିବା ବେଳେ ଜର୍ମାନ ଚାନ୍ସଲର୍ ଓଲାଫ୍ ସ୍କୋଲଜଙ୍କ ସହ ପିଏମ ମୋଦି।
ଓ୍ୱାର୍ଲ୍ଡକପ୍ ଫାଇନାଲ ବେଳେ କ୍ରିକେଟର୍ ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ସହ ମୋଦି।
ପ୍ରଧାନମନ୍ତ୍ରୀ ମଧ୍ୟପ୍ରଦେଶର ଶାହଡୋଲରେ ପିଲାଙ୍କ ସହ କଥା ହେଉଛନ୍ତି।
ମୁମ୍ବାଇର ମୋରଲରେ ଭିନ୍ନ ଅନ୍ଦାଜରେ ମୋଦି। ହାତରେ ବେଳଣା ବାଡି ଧରି ବେଲୁଛନ୍ତି ରୁଟି।
ଭାରତୀୟ ବାୟୁସେନା ପୋଷାକରେ ବେଙ୍ଗାଲୁରୁ ହାଲ୍ରେ ତେଜସ ବିମାନ ଉଡାଉଥିବା ବେଳେ ମୋଦି।
ଇଟାଲୀର ପ୍ରଧାନମନ୍ତ୍ରୀ ମେଲୋନି ମୋଦିଙ୍କ ସହ ସେଲ୍ଫି ନେଉଛନ୍ତି।
ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମ୍ୟାକ୍ରୋନଙ୍କ ସହ ମୋଦି।
ଅଯୋଧ୍ୟାରେ ଉଜ୍ଜଳ ଯୋଜନାର ଲାଭାର୍ଥୀଙ୍କ ଘରେ ଚା' ପିଉଛନ୍ତି ମୋଦି।
ପ୍ରଧାନମନ୍ତ୍ରୀ ଯଶୋଭୂମିରେ ବିଶ୍ୱକର୍ମା ଯୋଜନାର ଉଦ୍ଘାଟନ ଅବସରରେ ଲୋକଙ୍କ ସହ କଥା ହେଉଛନ୍ତି।
ଅହମ୍ମଦାବାଦର ରୋବୋଟିକ୍ ପାର୍କରେ ଏକ ରୋବୋଟ ମୋଦିଙ୍କୁ ଚା' ଅଫର୍ କରିଥିଲା।
ନୂଆଦିଲ୍ଲୀର ଜି -୨୦ ସମ୍ମିଳନୀରେ ଭାରତର ପ୍ରତିନିଧିତ୍ୱ କରିଥିଲେ ପ୍ରଧାନମନ୍ତ୍ରୀ ମୋଦି।
ସାଧୁ ସନ୍ଥଙ୍କ ସହ ପବିତ୍ର ସେଙ୍ଗୋଲକୁ ନେଇ ନୂଆ ସଂସଦ ଭବନ ଯାଉଥିବା ବେଳେ ମୋଦି।
ଗାଈଙ୍କ ସହ ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ସରକାରୀ ବାସଭବନ ୭ ଲୋକ କଲ୍ୟାଣ ମାର୍ଗରେ ବୁଲୁଛନ୍ତି।/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
