Advertisment

ଆନ୍ଦୋଳନରେ ଡାକ୍ତର, ହସ୍ପିଟାଲରେ ଯାଉଛି ରୋଗୀଙ୍କ ଜୀବନ

କୋଲକାତା ଆରଜି କର ହସ୍ପିଟାଲରେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟାକୁ ନେଇ ଆନ୍ଦୋଳନରେ ଅଛନ୍ତି ଡାକ୍ତର।

Doctors' Strike

Doctors' Strike

Advertisment

କୋଲକାତା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ଏବେ ବି ଆନ୍ଦୋଳନ ଥମିବାର ନାଁ ନେଉନି। ରାଜ୍ୟର ଅନେକ ସ୍ୱାସ୍ଥ୍ୟକର୍ମୀ ସେବାରୁ ନିବୃତ୍ତି ରହି ନ୍ୟାୟ ଦାବିରେ ଅଡ଼ି ବସିଛନ୍ତି। ବିଭିନ୍ନ ସ୍ଥାନରେ ଡାକ୍ତରଙ୍କ ଭିକ୍ଷୋଭ ପ୍ରଦର୍ଶନ ମଧ୍ୟ ଦେଖିବାକୁ ମିଳୁଛି।

Advertisment

ଏହି କାରଣରୁ ହସ୍ପିଟାଲରେ ୨୩ ଜଣଙ୍କ ମୃତ୍ୟୁ ଘଟିଥିବା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା ଷ୍ଟାଟସ ରିପୋର୍ଟରେ ଏହା କୁହାଯାଇଛି।

ରାଜ୍ୟ ସରକାରଙ୍କ ପକ୍ଷରୁ ହାଜର ହୋଇଥିବା ସିନିୟର ଆଡଭୋକେଟ କପିଲ ସିବଲ କହିଥିଲେ, ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାକୁ ନେଇ ଏବେ ବି ମେଡିକାଲ ଷ୍ଟାଫ ଆନ୍ଦୋଳନରେ ଅଛନ୍ତି। ହସ୍ପିଟାଲରେ ଡାକ୍ତରଙ୍କ ଅଭାବ କାରଣରୁ ୨୩ ଜଣଙ୍କ ମୃତ୍ୟୁ ଘଟିଲାଣି।

Advertisment

ଅଗଷ୍ଟ ୨୨ରେ ଏହି ମାମଲା ଉପରେ ଏକ ଶୁଣାଣି ସମୟରେ ସୁପ୍ରିମକୋର୍ଟ ଡାକ୍ତରମାନଙ୍କୁ କାର୍ଯ୍ୟକୁ ଫେରିଯିବାକୁ ଆହ୍ୱାନ କରିଥିଲେ। ଆଇନ ତା ବାଟରେ କାର୍ଯ୍ୟ କରୁଛି। ଡାକ୍ତରମାନଙ୍କୁ ସେମାନଙ୍କ କାର୍ଯ୍ୟକୁ ଫେରିଯିବା ସହ କାର୍ଯ୍ୟ ଜାରି ରଖିବା ଉଚିତ୍ ବୋଲି କହିଥିଲେ। ତଥାପି କିଛି ଡାକ୍ତର ଏବେ ବି ଆନ୍ଦୋଳନରେ ଅଛନ୍ତି। 

ପ୍ରକାଶ ଥାଉକି, ଆଜି ମଧ୍ୟ ସିବିଆଇ ସୁପ୍ରିମକୋର୍ଟରେ ଷ୍ଟାଟସ୍ ରିପୋର୍ଟ ଦାଖଲ କରିଥିଲା। ବର୍ତ୍ତମାନ ସୁଦ୍ଧା ସିବିଆଇ କରିଥିବା ତଦନ୍ତ ରିପୋର୍ଟର ଯାଞ୍ଚ କରି ପରବର୍ତ୍ତୀ ଷ୍ଟାଟସ ରିପୋର୍ଟ ଆସନ୍ତା ସୋମବାର ସୁଦ୍ଧା ଦାଖଲ କରିବାକୁ ନିଦ୍ଦେଶ ଦେଇଛନ୍ତି।

Doctors Strike Kolkata Doctor Murder Case Doctor Rape-Murder
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe