Advertisment

୨୪ ଘଣ୍ଟାରେ ଗୋଟିଏ ହସ୍‌ପିଟାଲରେ ୧୨ ନବଜାତଙ୍କ ସମେତ ୨୪ ଜଣଙ୍କ ମୃତ୍ୟୁ

୧୨ ନବଜାତ ଶିଶୁଙ୍କ ମଧ୍ୟରେ ୬ ଜଣ ପୁଅ ଓ ୬ ଜଣ ଝିଅ ଥିଲେ।

ଅଦ୍ୟତନ ହୋଇଛି
Hospital

Hospital

Advertisment

ଗତ ୨୪ ଘଣ୍ଟାରେ ଗୋଟିଏ ହସ୍‌ପିଟାଲରେ ୨୪ ଜଣଙ୍କ ମୃତ୍ୟୁ ଘଟିଛି। ତା’ ମଧ୍ୟରେ ୧୨ ଜଣ ନବଜାତ ଶିଶୁ ଅଛନ୍ତି। ମହାରାଷ୍ଟ୍ରର ନାନ୍ଦେଡର ଶଙ୍କରରାଓ ଚୌହାନ ସରକାରୀ ଡାକ୍ତରଖାନାରେ ଘଟିଛି ଏହି ଘଟଣା। ଏଥିପାଇଁ ଔଷଧ ଓ କର୍ମଚାରୀଙ୍କ ଅଭାବକୁ ଦାୟୀ କରିଛନ୍ତି ଡାକ୍ତରଖାନାର ଡିନ୍।

Advertisment

ସେ କହିଛନ୍ତି, ଆମ ଡାକ୍ତରଖାନାରେ ଗତ ୨୪ ଘଣ୍ଟାରେ ପ୍ରାଣ ହରାଇଥିବା ୧୨ ଜଣ ନବଜାତଙ୍କ ମଧ୍ୟରେ ୬ ଜଣ ଶିଶୁପୁତ୍ର ଥିବା ବେଳେ ୫ ଜଣ ଶିଶୁକନ୍ୟା ଥିଲେ। ସେହିପରି ୧୨ ପ୍ରାପ୍ତ ବୟସ୍କଙ୍କର ବିଭିନ୍ନ କାରଣରୁ ମୃତ୍ୟୁ ଘଟିଛି। ତେବେ ସେମାନଙ୍କ ମଧ୍ୟରୁ ଅଧିକାଂଶ ସାପ କାମୁଡ଼ାରେ ପ୍ରାଣ ହରାଇଛନ୍ତି। ଆମର ବିଭିନ୍ନ ବିଭାଗର ଅନେକ କର୍ମଚାରୀଙ୍କ ବଦଳି ହୋଇଯାଇଥିବାରୁ ଆମେ ଲୋକଙ୍କୁ ଚିକିତ୍ସା ସେବା ଯୋଗାଇବାରେ ଅସୁବିଧାର ସମ୍ମୁଖୀନ ହେଉଛୁ।

୭୦ ରୁ ୮୦ କିଲୋମିଟର ଦୂରତା ମଧ୍ୟରେ ଥିବା ଲୋକଙ୍କୁ ଦୃଷ୍ଟିରେ ରଖି ଏହି ହସ୍‌ପିଟାଲ ତିଆରି କରାଯାଇଥିଲା। କିନ୍ତୁ ତା’ଠୁ ଅଧିକ ଦୂରରୁ ରୋଗୀ ଏଠାକୁ ଆସୁଛନ୍ତି। ଯେଉଁ ଦିନ ହସ୍‌ପିଟାଲ୍‌ରେ ରୋଗୀ ସଂଖ୍ୟା ଅଧିକ ହୋଇଯାଉଛି, ସେବା ଯୋଗାଇବାରେ ଅସୁବିଧା ହେଉଛି ବୋଲି ଡିନ୍ କହିଛନ୍ତି।

Advertisment

ସେ ଆହୁରି କହିଛନ୍ତି, ହାଫକାଇନ ନାମକ ଏକ ଅନୁଷ୍ଠାନରୁ ଆମେ ଔଷଧ କିଣିବା କଥା। କିନ୍ତୁ ତାହା ହୋଇପାରୁନି। ତେଣୁ ଆମେ ସ୍ଥାନୀୟ ଅଞ୍ଚଳରୁ ଔଷଧ କିଣି ରୋଗୀଙ୍କୁ ଯୋଗାଇ ଦେଉଛୁ।

ଏହି ଘଟଣାକୁ ଦୁର୍ଭାଗ୍ୟପୂର୍ଣ୍ଣ ବୋଲି କହିଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ। ସେ କହିଛନ୍ତି, ଏହି ଘଟଣାକୁ ନେଇ ସବିଶେଷ ରିପୋର୍ଟ ମଗାଯାଇଛି। ତଦନ୍ତ ପରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। 

ଏହି ଘଟଣାକୁ ନେଇ ବିରୋଧୀ ଦଳଗୁଡ଼ିକ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ନେତୃତ୍ୱାଧୀନ ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ସେମାନେ କହିଛନ୍ତି, ଏହି ଘଟଣା ପାଇଁ ଟ୍ରିପଲ୍ ଇଞ୍ଜିନ ସରକାର (ବିଜେପି, ଏକନାଥ ସିନ୍ଦେଙ୍କ ଶିବସେନା ଓ ଅଜିତ ପାୱାରଙ୍କ ଏନ୍‌ସିପି) ନିଜକୁ ଦାୟୀ କରି ଦାୟିତ୍ୱ ନେବା କଥା। 

ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଅଶୋକ ଚୌହାନ କହିଛନ୍ତି ଯେ ୨୪ ଜଣଙ୍କ ମୃତ୍ୟୁ ଘଟିଛି। ଆହୁରି ୭୦ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଏହି ଡାକ୍ତରଖାନାରୁ ବହୁ ନର୍ସଙ୍କ ବଦଳି କରାଯାଇଛି। ସେମାନଙ୍କ ସ୍ଥାନରେ କାହାକୁ ନିଯୁକ୍ତି ମିଳିନି। ବହୁ ଯନ୍ତ୍ରପାତି କାମ କରୁନି। ଏଠାରେ ୫୦୦ ରୋଗୀଙ୍କୁ ରଖି ଚିକିତ୍ସା କରିବାର ବ୍ୟବସ୍ଥା କରାଯାଇଥିବା ବେଳେ ଏବେ ୧୨୦୦ ରୋଗୀ ଭର୍ତ୍ତି ହୋଇଛନ୍ତି। ସରକାର ଏହାକୁ ଗୁରୁତ୍ୱର ସହିତ ନେଇ ପଦକ୍ଷେପ ନେବା ଉଚିତ୍। 

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe