Advertisment

ସିଦ୍ଦରମୈୟାଙ୍କ ମନ୍ତ୍ରିମଣ୍ଡଳରେ ସାମିଲ ହେଲେ ଆଉ ୨୪ ବିଧାୟକ

କର୍ଣ୍ଣାଟକା ମନ୍ତ୍ରିମଣ୍ଡଳରେ ମୋଟ ୩୪ ଜଣ ସଦସ୍ୟ ରହିପାରିବେ। ମେ’ ୨୦ରେ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ଓ ଉପ ମୁଖ୍ୟମନ୍ତ୍ରୀ ଡିକେ ଶିବକୁମାରଙ୍କୁ ମିଶାଇ ୧୦ ଜଣ ଶପଥ ନେଇଥିଲେ। ଆଜି ଆଉ ୨୪ ଜଣ ଶପଥ ନେଇଛନ୍ତି।

author-image
Hemant Lenka
Karnataka

Karnataka

କର୍ଣ୍ଣାଟକା ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ଆଜି ତାଙ୍କ ମନ୍ତ୍ରିମଣ୍ଡଳର ସଂପ୍ରସାରଣ କରିଛନ୍ତି। ତାଙ୍କ ମନ୍ତ୍ରିମଣ୍ଡଳରେ ଆଜି ଆଉ ୨୪ ବିଧାୟକ ସାମିଲ ହୋଇଛନ୍ତି। ଆଜି ରାଜ୍ୟପାଳ ଥୱରଚାନ୍ଦ ଗେହଲଟ ନୂଆ ମନ୍ତ୍ରୀମାନଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି।

Advertisment

କର୍ଣ୍ଣାଟକା ମନ୍ତ୍ରିମଣ୍ଡଳରେ ମୋଟ ୩୪ ଜଣ ସଦସ୍ୟ ରହିପାରିବେ। ମେ’ ୨୦ରେ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ଓ ଉପ ମୁଖ୍ୟମନ୍ତ୍ରୀ ଡିକେ ଶିବକୁମାରଙ୍କୁ ମିଶାଇ ୧୦ ଜଣ ଶପଥ ନେଇଥିଲେ। ଆଜି ଆଉ ୨୪ ଜଣ ଶପଥ ନେଇଛନ୍ତି।

ବିଧାୟକ ଏଚକେ ପାଟିଲ, କ୍ରିଷ୍ଣା ବି, ଏନ ଚେଲୁଭାରାୟସ୍ୱାମୀ, କେ ଭେଙ୍କଟେଶ, ଏଚସି ମହାଦେବାପ୍ପା, କଂଗ୍ରେସର କାର୍ଯ୍ୟକାରୀ ସଭାପତି ଈଶ୍ୱର ଖାନ୍ଦେର ଓ କଂଗ୍ରେସର ପୂର୍ବତନ ସଭାପତି ଦୀନେଶ ଗୁଣ୍ଡୁ ରାଓ ମନ୍ତ୍ରୀ ହୋଇଛନ୍ତି।

Advertisment

ଏମାନଙ୍କ ବ୍ୟତୀତ କେ ଏନ ରାଜାନ୍ନା, ଏସ୍‌ ଦର୍ଶପୁର, ଶିବାନନ୍ଦ ପାଟିଲ, ରାମାପ୍ପା ବାଲାପ୍ପା ତିମ୍ମାପୁର, ଏସଏସ୍ ମଲ୍ଲିକାର୍ଜୁନ, ଶିବରାଜ ସାଙ୍ଗାପ୍ପା, ଶର୍ଣ୍ଣପ୍ରକାଶ ରୁଦ୍ରାପ୍ପା ପାଟିଲ, ମଙ୍କଲ ବୈଦ୍ୟ, ଲକ୍ଷ୍ମୀ ହେବ୍ବାଲକର, ରହିମ ଖାନ, ଡି ସୁଧାକର, ସନ୍ତୋଷ ଲାଡ, ଏନଏସ୍‌ ବୋସେରାଜୁ, ସୁରେଶ ବିଏସ୍‌, ମଧୁ ବାଙ୍ଗାରପ୍ପା, ଏମସି ସୁଧାକର ଓ ବି ନଗେନ୍ଦ୍ର ମନ୍ତ୍ରୀ ଭାବେ ପଦ ଓ ଗୋପନୀୟତାର ଶପଥ ନେଇଛନ୍ତି।

କଂଗ୍ରେସ ୬ ଜଣ ଲିଙ୍ଗାୟତ ଓ ୪ ଜଣ ଭୋକାଲିଗାସ ସଂପ୍ରଦାୟର ବିଧାୟକଙ୍କୁ ମନ୍ତ୍ରୀ କରିଛି। ଅନୁସୂଚିତ ଜାତି ବର୍ଗରୁ ୩ ଜଣ, ଅନୁସୂଚିତ ଜନଜାତି ବର୍ଗରୁ ୨ ଜଣ ଓ କୁରୁବା, ରାଜୁ, ମରାଠା, ଇଡିଗା ଓ ମୋଗାଭୀରା ଭଳି ଅନ୍ୟ ପଛୁଆ ବର୍ଗର ୫ ଜଣ ବିଧାୟକଙ୍କୁ ମନ୍ତ୍ରୀ ପଦ ମିଳିଛି। ବ୍ରାହ୍ମଣ ଭାବେ ଦୀନେଶ ଗୁଣ୍ଡୁ ରାଓ ମଧ୍ୟ କ୍ୟାବିନେଟ ମନ୍ତ୍ରୀ ହୋଇଛନ୍ତି।

ପୁରୁଣା ମହୀଶୂର ଓ କଲ୍ୟାଣ୍ଡ କର୍ଣ୍ଣାଟକା ରିଜନରୁ ୭ ଜଣ ଲେଖାଏ ମନ୍ତ୍ରୀ ହୋଇଥିବା ବେଳେ କିଟ୍ଟୁର କର୍ଣ୍ଣାଟକା ରିଜନର ୬ ଜଣ ଓ କେନ୍ଦ୍ରୀୟ କର୍ଣ୍ଣାଟକାରୁ ୨ ଜଣ ମନ୍ତ୍ରୀ ହୋଇଛନ୍ତି।

ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ଜାତି ଓ ରିଜନକୁ ଦେଖି ମନ୍ତ୍ରୀ ପଦ ବାଣ୍ଟିଛନ୍ତି। ଏଥିସହ ବରିଷ୍ଠ ଓ ଜୁନିୟର ବିଧାୟକମାନଙ୍କୁ ସମ୍ମାନ ଦେଇ ମନ୍ତ୍ରିମଣ୍ଡଳ ଗଠନ କରିଥିବା କୁହାଯାଉଛି। ମନ୍ତ୍ରୀ ପଦ ଭାଗବଣ୍ଟାକୁ ଚୂଡ଼ାନ୍ତ ସ୍ପର୍ଶ ଦେବା ପାଇଁ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ଓ ତାଙ୍କ ଡେପୁଟି ଶିବକୁମାର ୩ ଦିନ ଧରି ଦିଲ୍ଲୀରେ ରହିଥିଲେ। ଏହାପରେ ମନ୍ତ୍ରିମଣ୍ଡଳକୁ ସଂପ୍ରସାରଣ କରାଯାଇଛି।

Karnataka Siddaramaiah DK Shivakumar