Advertisment

ବିଜେପି ବିରୋଧରେ ଏକାଠି ହେବେ ୨୪ ବିରୋଧୀ ଦଳ, ଜାଣନ୍ତୁ ଦଳମାନଙ୍କ ନାଁ ଓ କିପରି ରହିଛି ରଣନୀତି

ଏହି ବୈଠକରେ ୩ଟି ବ୍ରେକିଙ୍ଗ ଗ୍ରୁପ୍‌ କରାଯିବ। କମନ ଏଜେଣ୍ଡାକୁ ଖୋଜି ବାହାର କରିବା ଓ ଏହାକୁ ପ୍ରସଙ୍ଗ କରି ସମସ୍ତ ଦଳମାନେ ନିର୍ବାଚନ ଲଢ଼ିବା ପାଇଁ ଗୋଟିଏ ଗ୍ରୁପ୍‌ କାମ ଦେଖିବ।

author-image
Niranjan Mishra
ଅଦ୍ୟତନ ହୋଇଛି
Opposition parties meet in Patna (file photo)

Opposition parties meet in Patna (file photo)

କର୍ଣ୍ଣାଟକର ବାଙ୍ଗାଲୁରୁରେ ବିଜେପି ବିରୋଧରେ ଏକାଠି ହେବେ ୨୪ ଦଳ। ଆସନ୍ତା ୧୭-୧୮ ତାରିଖ ଦୁଇଦିନ ଧରି ହେବାକୁ ଥିବା ବୈଠକରେ ବିଜେପି ବିରୋଧରେ ଏହି ଦଳମାନେ ଏକାଠି ହେବେ। ବିହାରର ପାଟଣାରେ ହୋଇଥିବା ବିରୋଧୀ ଦଳମାନଙ୍କ ଗତ ବୈଠକରେ ୧୫ ଦଳ ସାମିଲ ହୋଇଥିଲେ। ଯାହା ବଢ଼ି ୨୪ରେ ପହଞ୍ଚିଛି।

Advertisment

ବାଙ୍ଗାଲୁରୁରେ ହେବାକୁ ଥିବା ବୈଠକରେ ଆରଏଲ୍‌ଡିର ଜୟନ୍ତ ଚୌଧୁରୀ ସାମିଲ ହେବେ। ଯିଏ କି ଗତ ବୈଠକରେ ଯୋଗଦେଇ ନ ଥିଲେ। ସେହିପରି ଦିଲ୍ଲୀ ଅଧ୍ୟାଦେଶକୁ ନେଇ ଦିଲ୍ଲୀରେ କଂଗ୍ରେସ୍‌ ସହ ଅପଡ଼ ଥିଲେ ହେଁ ଚଳିତ ବୈଠକରେ ଆମ୍‌ ଆଦ୍‌ମୀ ପାର୍ଟି ମଧ୍ୟ ଯୋଗଦେବାର ଅଛି। ଏପର୍ଯ୍ୟନ୍ତ ଦିଲ୍ଲୀ ଅଧ୍ୟାଦେଶ ନେଇ କଂଗ୍ରେସ କେଉଁ ରଣନୀତି ଆପଣାଇବ ତାହା ସ୍ପଷ୍ଟ କରୁନି।

ବାଙ୍ଗାଲୁରୁ ବୈଠକରେ କଂଗ୍ରେସ, ଟିଏମ୍‌ସି, ଡିଏମ୍‌କେ, ଆପ୍‌, ଜେଡିୟୁ, ଆରଜେଡି, ସିପିଏମ୍‌, ସିପିଆଇ, ଏନ୍‌ସିପି, ଶିବସେନା, ସମାଜବାଦୀ ପାର୍ଟି, ନ୍ୟାସନାଲ କନ୍‌ଫରେନ୍ସ, ପିଡିପି, ସିପିଆଇ ଏମ୍‌ଏଲ୍, ଜେଏମ୍‌ଏମ୍‌, ଆରଏଲ୍‌ଡି, ଆରଏସ୍‌ପି, ଆଡିୟୁଏମ୍‌ଏଲ୍, କେରଳ କଂଗ୍ରେସ ଏମ୍‌, ବିସିକେ, ଏମ୍‌ଡିଏମ୍‌କେ, କେଡିଏମ୍‌କେ, କେରଳ କଂଗ୍ରେସ(ଜେ), ଫରୱାର୍ଡ ବ୍ଲକ୍ ପ୍ରମୁଖ ୨୪ ଦଳ ସାମିଲ ହେବ।

Advertisment

ଏହି ବୈଠକରେ ସୋନିଆ ଗାନ୍ଧି ଓ ରାହୁଲ ଗାନ୍ଧି ଯୋଗଦେବାର ସମ୍ଭାବନା ରହିଛି। ସାଧାରଣ ନିର୍ବାଚନ ପୂର୍ବରୁ ବିରୋଧୀ ଦଳମାନଙ୍କ ହେଉଥିବା ଏହି ଦ୍ୱିତୀୟ ବୈଠକର ୧୭ ତାରିଖ ଦିନ ସମସ୍ତ ଦଳଙ୍କୁ ରାତ୍ରୀ ଭୋଜି ନିମନ୍ତେ ସୋନିଆ ଗାନ୍ଧି ନିମନ୍ତ୍ରଣ କରିଛନ୍ତି।

ଏହି ବୈଠକରେ ୩ଟି ବ୍ରେକିଙ୍ଗ ଗ୍ରୁପ୍‌ କରାଯିବ। କମନ ଏଜେଣ୍ଡାକୁ ଖୋଜି ବାହାର କରିବା ଓ ଏହାକୁ ପ୍ରସଙ୍ଗ କରି ସମସ୍ତ ଦଳମାନେ ନିର୍ବାଚନ ଲଢ଼ିବା ପାଇଁ ଗୋଟିଏ ଗ୍ରୁପ୍‌ କାମ ଦେଖିବ। ଏହି ଗ୍ରୁପ୍‌ ରାଜ୍ୟରେ ମେଣ୍ଟ ସରକାର ଗଠନ ନିମନ୍ତେ ମଧ୍ୟ ରୂପରେଖ ପ୍ରସ୍ତୁତ କରିବ। ରାଜ୍ୟମାନଙ୍କରେ ଲୋକସଭା ନିର୍ବାଚନ ଲଢ଼ିବାରେ କେବଳ ଏହି ମେଣ୍ଟ ଦଳ କାମ କରିବ। ପ୍ରତି ଆସନରେ ବିରୋଧୀଙ୍କ ମେଣ୍ଟରୁ ଜଣକୁ ଏଠାରେ ପ୍ରାର୍ଥୀ କରି ପ୍ରତିପକ୍ଷ ବିରୋଧରେ ଲୋକସଭା ନିର୍ବାଚନ ଜିତିବା ଏହାର ମୁଖ୍ୟ ପ୍ରସଙ୍ଗ ହେବ।

ଅନ୍ୟ ଗୋଟିଏ ବିରୋଧୀ ଦଳଙ୍କ ଗ୍ରୁପ୍ ଅଗଷ୍ଟରେ ପ୍ରତିପକ୍ଷ ଦଳ ବିରୋଧରେ ରାଲି କରିବା ପାଇଁ କାମ କରିବ। ଏହି ବୈଠକରେ ଏନ୍‌ପିରେ ବିଦ୍ରୋହ ସତ୍ତ୍ୱେ ଶରତ ପାୱାର ଓ ପଶ୍ଚିମବଙ୍ଗଳରେ କଂଗ୍ରେସ ସମେତ ବାମଦଳ ବିରୋଧରେ ଲଢ଼େଇ କରୁଥିବା ମମତା ବାନାର୍ଜୀ ମଧ୍ୟ ଯୋଗେଦେବାର କାର୍ଯ୍ୟକ୍ରମ ରହିଛି। ବୈଠକରେ ବିରୋଧୀ ଦଳର ନେତାମାନେ ସେମାନଙ୍କ ମେଣ୍ଟର ନାମ ଓ ସଂଯୋଜକ ଚୟନ ନିମନ୍ତେ ମଧ୍ୟ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଏହି ନାମର ଘୋଷଣା ମଧ୍ୟ ହୋଇଯାଇପାରେ। ଯେତେବେଳେ କି ସଂଯୋଜକ ରୂପେ ନୀତିଶ କୁମାରଙ୍କ ନାମ ଶୀର୍ଷ ଆଲୋଚନାରେ ରହିଛି।

Congress All Party Meeting Power Politics