Advertisment

ବୃଦ୍ଧ ବେଶରେ କାନାଡ଼ା ଯାଉଥିଲେ ଯୁବକ, ଏୟାରପୋର୍ଟରେ ଧରା ପଡ଼ିଗଲେ

ଯୁବକ ପାଲଟିଗଲେ ବୃଦ୍ଧ । ମୁହଁରେ ଧଳା ଚୁଟିକୁ ଦାଢ଼ି ବି ଧଳା ଧଳା। ଆଉ ଆଖିରେ ଚଷମାକୁ ମୁଣ୍ଡରେ ପଗଡ଼ି । ଏପରି ବେଶ୍‌ରେ ଯୁବକଜଣକ ଭାରତରୁ କାନାଡ଼ା ଯିବାକୁ ଉଦ୍ୟମ କରୁଥିଲେ।

author-image
Niharika Rout
Fraud

Fraud

ଯୁବକ ପାଲଟିଗଲେ ବୃଦ୍ଧ । ମୁହଁରେ ଧଳା ଚୁଟିକୁ ଦାଢ଼ି ବି ଧଳା ଧଳା। ଆଉ ଆଖିରେ ଚଷମାକୁ ମୁଣ୍ଡରେ ପଗଡ଼ି । ଏପରି ବେଶ୍‌ରେ ଯୁବକଜଣକ ଭାରତରୁ କାନାଡ଼ା ଯିବାକୁ ଉଦ୍ୟମ କରୁଥିଲେ। ମାତ୍ର ଏୟାରପୋର୍ଟରେ ଧରା ପଡ଼ିଗଲେ। ଆଉ ତାଙ୍କୁ ପୁଲିସ୍‌କୁ ହସ୍ତାନ୍ତର କରିଦେଲେ ଏୟାରପୋର୍ଟ ଅଧିକାରୀ।

Advertisment

ଏପରି ଏକ ଅଭାବନୀୟ ଘଟଣା ଦିଲ୍ଲୀର ଇନ୍ଦିରା ଗାନ୍ଧ ଇଣ୍ଟର ନ୍ୟାସନାଲ ଏୟାରପୋର୍ଟରେ ଘଟିଛି। ପୁଲିସ୍‌ ଅଟକ ରଖିଥିବା ଯୁବକଜଣକ ହେଲେ ୨୪ ବର୍ଷୀୟ ଗୁରୁ ସେବକ ସିଂହ । ପାସପୋର୍ଟରେ ତାଙ୍କ ନାମ ରଶବିନ୍ଦର ସିଂହ ବୋଲି ଉଲ୍ଲେଖ କରାଯାଇଛି। କାନାଡ଼ା ଯିବା ନିମନ୍ତେ ସେ ଦିଲ୍ଲୀ ଏୟାରପୋର୍ଟରେ ପହଞ୍ଚିଥିଲେ।  ସେଠାରେ ଯାଞ୍ଚ ବେଳେ ସିକ୍ୟୁରିଟି ଅଧିକାରୀଙ୍କର ତାଙ୍କ ଉପରେ ସନ୍ଦେହ ହୋଇଥିଲା।

ଡକ୍ୟୁମେଣ୍ଟ ଯାଞ୍ଚ କରିବାରୁ ତାଙ୍କ ଜନ୍ମ ୧୯୫୭ ମସିହାରେ ହୋଇଥିବା ପାସପୋର୍ଟରେ ଲେଖା ଯାଇଥିଲା। ମାତ୍ର ଅନ୍ୟାନ୍ୟ ଡକ୍ୟୁମେଣ୍ଟ ଯାଞ୍ଚ କରିବାକୁ ତାଙ୍କ ବୟସ ମାତ୍ର ୨୪ ବର୍ଷ ବୋଲି ଜଣାପଡ଼ିଥିଲା।

Advertisment

ଏହାପରେ ଯାଞ୍ଚରୁ ଯୁବକଜଣକ ନିଜ ଦାଢ଼ି ଓ ମୁଣ୍ଡର ଚୁଟିକୁ ଧଳା କରିବା ସହ ବୟସ୍କ ଲାଗିବା ପାଇଁ ଚଷମା ପିନ୍ଧିଥିବା ଜଣାପଡ଼ିଥିଲା।  ତୁରନ୍ତ ତାଙ୍କ ମୋବାଇଲକୁ ଜବତ କରି ଖାନତଲାସୀ କରା ଯାଇଥିଲା। ସେ ଅନ୍ୟ ଏକ ପାସପୋର୍ଟର ସଫ୍ଟ କପି ହାସଲ କରି ନିଜର ଜାଲି ପାସପୋର୍ଟ କରିଥିବା ଜଣାପଡ଼ିଥିଲା।

ଏଥିସହ ତାଙ୍କ ଅସଲି ନାମ ଗୁରୁ ସେବକ ସିଂହ ବୋଲି ଜଣାଯାଇଛି। ଏହା ଏକ ଜାଲି ପାସପୋର୍ଟ ମାମଲା ହୋଇଥିବାରୁ ଆଇନଗତ କାର୍ଯ୍ୟାନୁଷ୍ଠାନ ନିମନ୍ତେ ତାଙ୍କୁ ଦିଲ୍ଲୀ ପୁଲିସ୍‌କୁ ହସ୍ତାନ୍ତର କରାଯାଇଛି।

Delhi Arrest