Advertisment

ଲାଇନ୍‌ଚ୍ୟୁତ ହେଲା ମାଲବାହୀ ଟ୍ରେନ୍‌, ଟ୍ରାକ୍‌ରୁ ଖସିଲା୨୫ ବଗି

ଉତ୍ତରପ୍ରଦେଶ ମଥୁରାରେ ଲାଇନ୍‌ଚ୍ୟୁତ ହେଲା ମାଲବାହୀ ଟ୍ରେନ୍‌। ଟ୍ରେନ୍‌ର ୨୫ଟି ବଗି ଟ୍ରାକ୍‌ରୁ ଖସି ଯାଇଥିବା ଜଣାଯାଇଛି। ଏଥିରେ କେହି ମୃତାହତ ହୋଇ ନ ଥିବା ସୂଚନା ମିଳିଛି।

ଅଦ୍ୟତନ ହୋଇଛି
Train Derail

Train Derail

Advertisment

ଉତ୍ତରପ୍ରଦେଶ ମଥୁରାରେ ଲାଇନ୍‌ଚ୍ୟୁତ ହେଲା ମାଲବାହୀ ଟ୍ରେନ୍‌। ଟ୍ରେନ୍‌ର ୨୫ଟି ବଗି ଟ୍ରାକ୍‌ରୁ ଖସି ଯାଇଥିବା ଜଣାଯାଇଛି। ଏଥିରେ କେହି ମୃତାହତ ହୋଇ ନ ଥିବା ସୂଚନା ମିଳିଛି।

Advertisment

ଟ୍ରେନ୍‌ଟି ଝାନସୀରୁ ସୁନ୍ଦରଗଡ଼ ଅଭିମୁଖେ ଯାଉଥିଲା। ମାତ୍ର ବୃନ୍ଦାବନ ନିକଟରେ ଏହି ଅଘଟଣ ଘଟିଛି। ଆଗ୍ରା ରେଲୱେ ମଣ୍ଡଳର ଡିଆରଏମ୍‌ ତେଜ ପ୍ରତାପ ଅଗ୍ରୱାଲଙ୍କ ସୂଚନା ଅନୁଯାୟୀ, ଟ୍ରେନ୍‌ର ୨୫ଟି ବଗି ଲାଇନ୍‌ଚ୍ୟୁତ ହୋଇଛି। ଏଥିଯୋଗୁ ବିଦ୍ୟୁତ୍‌ ସରବରାହ ହେଉଥିବା ବହୁ ଖମ୍ବ ଭାଙ୍ଗି ଯାଇଛି। ଏହାକୁ ଠିକ୍‌ କରିବାକୁ ନିହାତି ପକ୍ଷେ ୧୦ରୁ ୧୨ ଘଣ୍ଟା ଲାଗିବ । ତେଣୁ ବହୁ ଟ୍ରେନ୍‌ର ରୁଟ୍‌ ପ୍ରଭାବିତ ହୋଇଛି। 

ସପ୍ତାହେ ମଧ୍ୟରେ ୭ ଥର ମାଲବାହୀ ଟ୍ରେନ୍‌ ଲାଇନ୍‌ଚ୍ୟୁତ୍‌ ହେଲାଣି। ୨୦୨୧ ମସିହା ଜୁଲାଇ ୭ ତାରିଖରୁ ୨୦୨୧୪ ଜୁନ ୧୭ ତାରିଖ ମଧ୍ୟରେ ୧୩୧ଟି ଟ୍ରେନ୍‌ ଦୁର୍ଘଟଣା ଘଟିଲାଣି। ସେଥିରେ ୯୨ଟି ଦୁର୍ଘଟଣାରେ ଟ୍ରେନ୍‌ ଲାଇନଚ୍ୟୁତ ହୋଇଛି। ଗତ ୩ ବର୍ଷରେ ପ୍ରତି ମାସ ୨ ପାସେଞ୍ଜର ଟ୍ରେନ୍‌ ଓ ଗୋଟିଲ ମାଲବାହୀ ଟ୍ରେନ୍‌ ଲାଇନଚ୍ୟୁତ୍‌ ହୋଇ।

Advertisment

ଏହି ଘଟଣାରେ ବିଜେପି ସରକାରକୁ ଟାର୍ଗେଟ କରି ଆପ୍‌ କହିଛି, ରେଳ ଲାଇନ୍‌ରେ କବଚ ସିଷ୍ଟମ ଲଗାହେଲେ ଦୁର୍ଘଟଣାକୁ ଏଡ଼ାଇ ଦିଆଯାଇପାରିବ ବୋଲି କେନ୍ଦ୍ର ସରକାର କହୁଛନ୍ତି। ମାତ୍ର ଏପର୍ଯ୍ୟନ୍ତ କେବଳ ୨% ରେଳ ରୁଟ୍‌ରେ କବଚ ସିଷ୍ଟମ ଲଗାଯାଇଛି। ଅବଶିଷ୍ଟ ୯୮% ଜାଗାରେ ଏବେବି ଏହି କାମ ଆରମ୍ଭ ହୋଇନି। ତେବେ କେତେ ବର୍ଷ ପର୍ଯ୍ୟନ୍ତ ଲୋକଙ୍କୁ ଏହାର ଅପେକ୍ଷା କରିବାକୁ ପଡ଼ିବ ଓ ସେମାନେ ସୁରକ୍ଷିତ ଭାବେ ଯାତ୍ରା କରି ପାରିବେ ବୋଲି ପଚାରିଛି ଆପ୍‌।

Uttar Pradesh Train Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe