Advertisment

ବିଷାକ୍ତ ମଦ ନେଲା ୨୫ ଜୀବନ, ୬୦ ଗୁରୁତର ହସ୍ପିଟାଲରେ ଭର୍ତ୍ତି

ବିଷାକ୍ତ ମଦ ନେଲା ୨୫ ଜୀବନ ।  ଏଥିଯୋଗୁ  ୬୦ରୁ ଅଧିକ ଲୋକ ଅସୁସ୍ଥ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।

Liquor

Liquor

Advertisment

ବିଷାକ୍ତ ମଦ ନେଲା ୨୫ ଜୀବନ ।  ଏଥିଯୋଗୁ  ୬୦ରୁ ଅଧିକ ଲୋକ ଅସୁସ୍ଥ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ତାମିଲନାଡ଼ୁର କଲ୍ଲାକୁରିଚି ଜିଲ୍ଲାରେ ଘଟିଛି ଏପରି  ସାଂଘାତିକ ଘଟଣା। । ଏହି ଘଟଣାକୁ ନେଇ ସମଗ୍ର ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। 

Advertisment

ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ତଥା ବେଆଇନ ଭାବେ ମଦ ବିକ୍ରି କରୁଥିବା କେ. କନ୍ନୁକୁଟ୍ଟିଙ୍କୁ ଗିରଫ କରାଯାଇଥିବା ସୂଚନା ଦେଇଛନ୍ତି ଜିଲ୍ଲାପାଳ ।ତାଙ୍କ ନିକଟରୁ ୨ଶହ ଲିଟର ମଦ ଜବତ ହୋଇଥିବା ବେଳେ ତାହାକୁ ପରୀକ୍ଷା ନିମନ୍ତେ ଲ୍ୟାବ୍‌କୁ ପଠାଯାଇଥିଲା। ଏହାପରେ ସେଥିରେ ବିଷାକ୍ତ ମିଥାଇଲ ନାମକ ପଦାର୍ଥ ଥିବା ଜଣାଯାଇଛି।

ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ ଏହି ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି। ଏଥିସହ ନିଜ କର୍ତ୍ତ୍ୟବରେ ଅବହେଳା କରିଥିବା ଅଧିକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନିଜ ସୋଶାଲ ମିଡିଆ ଆକାଉଣ୍ଟରେ ସୂଚନା ଦେଇଛନ୍ତି।

Advertisment

ଏଥିସହ ସେ କହିଛନ୍ତି, ଏପରି ଅପରାଧରେ ସାମିଲ ହୋଇଥିବା ଲୋକଙ୍କ ବିରୋଧରେ ସାଧାରଣ ଲୋକେ ସୂଚନା ଦେବା ଆବଶ୍ୟକ । ଏହାଦ୍ୱାରା ତତ୍କାଳ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ପାରିବ ଓ ବହୁ ମୂଲ୍ୟ ଜୀବନ ବଞ୍ଚି ପାରିବ ।

ତାମିଲନାଡ଼ୁ ରାଜ୍ୟପାଳ ଆର. ଏନ ରବି ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିବା ସହ ଅସୁସ୍ଥଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ଏଥିସହ ଅଧିକାଂଶ ସମୟରେ ତାମିଲନାଡ଼ୁରେ ବିଷାକ୍ତ ମଦ ପିଇ ବହୁ ଜୀବନ ଚାଲି ଯାଉଥିବା ନଜର ଆସୁଛି। ତେଣୁ ଅବୈଧ ରୂପେ ମଦ ଉତ୍ପାଦନ ଓ ବିକ୍ରି ଉପରେ କଡ଼ା କଟାକଣା ଲାଗୁ କରିବା ଆବଶ୍ୟକ ବୋଲି କହିଛନ୍ତି ରାଜ୍ୟପାଳ।

Tamilnadu
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe