Advertisment

୨୫ ହାର୍ଡକୋର ନକ୍ସଲଙ୍କ ଆତ୍ମସମର୍ପଣ, ୬ ଜଣଙ୍କ ମୁଣ୍ଡରେ ଥିଲା ୨୯ ଲକ୍ଷ ଟଙ୍କାର ପୁରସ୍କାର

ସେମାନେ ସମସ୍ତେ ସମାଜର ମୁଖ୍ୟସ୍ରୋତରେ ସାମିଲ ହୋଇ ନିଜର ପରିବାର ସହ ଶାନ୍ତିରେ ଜୀବନଯାପନ କରିବେ ବୋଲି ପୁଲିସ ନିକଟରେ ପ୍ରତିଶ୍ରୁତି ଦେଇଛନ୍ତି।

author-image
Jitendra Garnayak
Police

Police

ଛତିଶଗଡ଼ର ବିଜାପୁର ପୁଲିସ ନିକଟରେ ୨୫ ଜଣ ହାର୍ଡକୋର ନକ୍ସଲ ଆତ୍ମସମର୍ପଣ କରିଛନ୍ତି। ବିଜାପୁର ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ବସ୍ତର ରେଞ୍ଜର ଉଚ୍ଚାପଦାଧିକାରୀଙ୍କ ଉପସ୍ଥିତିରେ ସେମାନେ ଆତ୍ମସମର୍ପଣ କରିଛନ୍ତି। ସେମାନଙ୍କ ମଧ୍ୟରୁ ୬ ଜଣଙ୍କ ଉପରେ ୨୯ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରାଯାଇଥିଲା।

Advertisment

୩ ଜଣ ପିଏଲଜିଏ ସଦସ୍ୟଙ୍କ ମୁଣ୍ଡ ଉପରେ ୮ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ଘୋଷଣା କରାଯାଇଥିଲା। ଜଣେ ଡେପୁଟି କମାଣ୍ଡରଙ୍କ ଉପରେ ୩ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରାଯାଇଥିବା ବେଳେ ଆଉ ୨ ଜଣ ନକ୍ସଲଙ୍କ ଉପରେ ୧ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ଘୋଷଣା କରାଯାଇଥିଲା। 

ସରକାରଙ୍କର ଆତ୍ମନିର୍ଭରଶୀଳ ନୀତି ଏବଂ ସଂଗଠନରେ ଭେଦଭାବ ଯୋଗୁଁ ଏହି ନକ୍ସଲମାନେ ଆତ୍ମସମର୍ପଣ କରିଥିବା ପୁଲିସ ନିକଟରେ କହିଛନ୍ତି।ସେମାନେ ସମସ୍ତେ ସମାଜର ମୁଖ୍ୟସ୍ରୋତରେ ସାମିଲ ହୋଇ ନିଜର ପରିବାର ସହ ଶାନ୍ତିରେ ଜୀବନଯାପନ କରିବେ ବୋଲି ପୁଲିସ ନିକଟରେ ପ୍ରତିଶ୍ରୁତି ଦେଇଛନ୍ତି।

Advertisment

ଛତିଶଗଡ଼ ସରକାର ଅପରେସନ ‘କଗାର‘ ଆରମ୍ଭ କରିଥିବା ବେଳେ ନକ୍ସଲଙ୍କ ସମସ୍ତ ଯୋଜନାକୁ ପଣ୍ଡ କରି ଚଢ଼ାଉ କରୁଛନ୍ତି। ତେଣୁ ନକ୍ସଲଙ୍କ ମଧ୍ୟରେ ଭାଳେଣି ପଡ଼ିଯାଇଥିବା କୁହାଯାଉଛି। 

Naxal