Advertisment

ବ୍ୟାଡମିଣ୍ଟନ ଖେଳୁଥିବା ବେଳେ ଟଳି ପଡ଼ିଲେ ୨୫ ବର୍ଷୀୟ ଯୁବକ

ନାଗୋଲେ ଷ୍ଟାଡିୟମରେ ରାକେଶ ଗୋଟିଏ ଡବଲ୍ସ ବ୍ୟାଡମିଣ୍ଟନ ମ୍ୟାଚ୍‌ ଖେଳୁଥିଲେ। ସେ ଦମଦାର ଖେଳ ପ୍ରଦର୍ଶନ କରିବା ସହ ନିଜ ଫିଟନେସର ପ୍ରମାଣ ଦେଇଥିଲେ।

Badminton

Badminton

Advertisment

ପୁଣି ହାର୍ଟଆଟାକ। ଏଥର ଜଣେ ୨୫ ବର୍ଷୀୟ ଯୁବକ ହୃଦଘାତର ଶିକାର ହୋଇ ପ୍ରାଣ ହରାଇଛନ୍ତି। ହାଇଦ୍ରାବାଦର ନାଗୋଲେ ଷ୍ଟାଡିୟମରେ ବ୍ୟାଟମିଣ୍ଟନ ଖେଳୁଥିବା ବେଳେ ୨୫ ବର୍ଷୀୟ ଯୁବକ ଜଣଙ୍କ ହଠାତ୍‌ ଟଳି ପଡ଼ିଛନ୍ତି। ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିବା ଡାକ୍ତରମାନେ ନିଶ୍ଚିତ କରିଛନ୍ତି।

Advertisment

ହୃଦଘାତରେ ପ୍ରାଣ ହରାଇଥିବା ଯୁବକ ଜଣଙ୍କ ହେଲେ ଜି ରାକେଶ। ସେ ହାଇଦ୍ରାବାଦର ଗୋଟିଏ ଘରୋଇ କମ୍ପାନୀରେ କାମ କରୁଥିଲେ। ରାକେଶ ହେଉଛନ୍ତି ଖାମ୍ମାମ ଜିଲ୍ଲା ତାଲ୍ଲାଦାର ପୂର୍ବତନ ଡେପୁଟି ସରପଞ୍ଚ ଜି ଭେଙ୍କେଟଶ୍ୱରଲୁଙ୍କ ପୁଅ। ସାମ୍ନାକୁ ଆସିଥିବା ସିସିଟିଭି ଫୁଟେଜରେ ସବୁ ଦୃଶ୍ୟ ରହିଛି।

ରବିବାର ରାତି ପ୍ରାୟ ୮ଟା ବେଳେ ନାଗୋଲେ ଷ୍ଟାଡିୟମରେ ରାକେଶ ଗୋଟିଏ ଡବଲ୍ସ ବ୍ୟାଡମିଣ୍ଟନ ମ୍ୟାଚ୍‌ ଖେଳୁଥିଲେ। ସେ ଦମଦାର ଖେଳ ପ୍ରଦର୍ଶନ କରିବା ସହ ନିଜ ଫିଟନେସର ପ୍ରମାଣ ଦେଇଥିଲେ। କିନ୍ତୁ କିଛି ସମୟ ପରେ ସେ ତଳେ ପଡ଼ିଥିବା ଶଟଲକୁ ଉଠାଇବାକୁ ଯାଉଥିବା ବେଳେ ଅସୁସ୍ଥ ଅନୁଭବ କରିଥିଲେ।

Advertisment

ଏହାପରେ କୋର୍ଟ ଉପରେ ହିଁ ଟଳି ପଡ଼ିଥିଲେ। ତୁରନ୍ତ ସାଥୀ ଖେଳାଳିମାନେ ତାଙ୍କ ପାଖକୁ ଯିବା ସହ ରାକେଶଙ୍କୁ ସିପିଆର ଦେବାକୁ ଚେଷ୍ଟା କରିଥିଲେ। ତଥାପି କିଛି ସୁଫଳ ନ ମିଳିବାରୁ ତାଙ୍କୁ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ଏହି ଘଟଣା ଏବେ ବର୍ଦ୍ଧିତ ହୃଦଘାତର ଭୟକୁ ଆହୁରି ବଢ଼ାଇ ଦେଇଛି।

Badminton Heart Attack Hyderabad
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe