Advertisment

ବାଳିକା ହଷ୍ଟେଲରୁ ୨୬ ନାବାଳିକା ନିଖୋଜ, ତଦନ୍ତ ଦାବି

ନିଖୋଜ ନାବାଳିକାମାନେ ଗୁଜରାଟ, ଝାଡଖଣ୍ଡ, ରାଜସ୍ଥାନ ସମେତ ମଧ୍ୟପ୍ରଦେଶର ସିହୋର, ରାୟସେନ, ଛିନ୍ଦଓ୍ୱାଡା ଓ ବାଲାଘାଟର ବୋଲି ଜଣାପଡିଛି।

illegall girls hostel

illegall girls hostel

Advertisment

ବାଳିକା ଆଶ୍ରୟ ଗୃହରୁ ନିଖୋଜ ହୋଇଗଲେ ୨୬ ନାବାଳିକା। ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ବେଆଇନ ଭାବେ ଚାଲିଥିବା ଏକ ସେଲ୍ଟର ହୋମ୍‌ରୁ ନାବାଳିକାମାନେ ନିଖୋଜ ହୋଇଥିବା ଅଭିଯୋଗ ହୋଇଛି। ବିନା ଅନୁମତିରେ ଏହି ବାଳିକା ଗୃହଟି ଚାଲିଥିଲା। ଏନେଇ ପୁଲିସ ନିଜ ଆଡୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

Advertisment

ସୂଚନା ମୁତାବକ, ନିଖୋଜ ନାବାଳିକାମାନେ ଗୁଜରାଟ, ଝାଡଖଣ୍ଡ, ରାଜସ୍ଥାନ ସମେତ ମଧ୍ୟପ୍ରଦେଶର ସିହୋର, ରାୟସେନ, ଛିନ୍ଦଓ୍ୱାଡା ଓ ବାଲାଘାଟର ବୋଲି ଜଣାପଡିଛି। ଭୋପାଲର ପରବଲିୟା ଥାନା ଅଞ୍ଚଳରେ ବେଆଇନ୍‌ ରୂପେ ଏହି ବାଳିକା ଆଶ୍ରୟ ଗୃହ ଚାଲିଥିଲା। ଏନଜିଓ ହଷ୍ଟେଲରୁ ନାବାଳିକାମାନେ ନିଖୋଜ ହେବା ପରେ ଏବେ ବିବାଦ ଦେଖାଦେଇଛି। ଏହାକୁ ନେଇ ରାଷ୍ଟ୍ରୀୟ ଶିଶୁ ଆୟୋଗର ଅଧ୍ୟକ୍ଷା ପ୍ରିୟଙ୍କ କାନୁନଗୋ ଏହି ମାମଲାକୁ ନେଇ ମଧ୍ୟପ୍ରଦେଶ ମୁଖ୍ୟ ସଚିବ ବୀରା ରାଣାଙ୍କୁ ଚିଠି ଲେଖିଛନ୍ତି।

ରାଷ୍ଟ୍ରୀୟ ଶିଶୁ ଅଧିକାର ସଂରକ୍ଷଣ ଆୟୋଗର ଅଧ୍ୟକ୍ଷ ପ୍ରିୟଙ୍କ କାନୁନଗୋ ଭୋପାଳ ବାହରୀ ଅଞ୍ଚଳରେ ଥିବା ଆଞ୍ଚଲ ବାଳିକା ଛାତ୍ରବାସକୁ ଅଚାନକ ପରିଦର୍ଶନରେ ଯାଇଥିଲେ। ଏହି ସମୟରେ ସେ ରେଜିଷ୍ଟର ଚେକ୍ କରିବା ବେଳେ ୬୮ ଜଣ ବାଳିକାଙ୍କର ନାମ ଥିଲା। ହେଲେ ସେମାନଙ୍କ ମଧ୍ୟରୁ ୨୬ ନାବାଳିକା ଗାଏବ ଥିଲେ। ଏନେଇ ବାଳିକା ଗୃହର ସଂଚାଳକ ଅନିଲ ମେଥ୍ୟୁଙ୍କୁ ପଚରା ଉଚରା କରିବା ବେଳେ ସେ କୌଣସି ସନ୍ତୋଷଜନକ ଉତ୍ତର ଦେଇପାରି ନଥିଲେ। ଏହାପରେ ପ୍ରୟାଙ୍କ ପୁଲିସକୁ ଏନେଇ ସୂଚନା ଦେଇଥିଲେ। ଏହାପରେ ପୁଲିସ ଏଫ୍‌ଆଇଆର୍‌ ରୁଜୁ କରିଥିଲା।

Advertisment

ଏହି ବାଳିକା ଆଶ୍ରୟ ଗୃହର ରେଜିଷ୍ଟ୍ରସନ୍‌ ହୋଇନାହିଁ। ଏହି ବାଳିକା ଗୃହରେ  ୬ରୁ ୧୮ ବର୍ଷ ଯାଏଁ ୪୦ରୁ ଅଧିକ ଝିଅ ଅଛନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶ ହିନ୍ଦୁ । ଝିଅମାନଙ୍କୁ ଏଠାରେ ଖ୍ରୀଷ୍ଟ ଧର୍ମ ଆପଣାଇବାକୁ କୁହାଯାଉଛି। ଯେଉଁ ପିଲାମାନଙ୍କୁ ରାସ୍ତାକଡରୁ ଉଦ୍ଧାର କରାଯାଉଛି ସେମାନଙ୍କ ସୂଚନା ସରକାରକୁ ନଦେଇ ଏହି ବାଳିକା ଗୃହରେ ବେଆଇନ ରୂପେ ରଖାଯାଉଛି ବୋଲି ପ୍ରିୟାଙ୍କ କାନୁନଗୋ କହିଛନ୍ତି। 

ହଷ୍ଟେଲରେ କୌଣସି ସିସିଟିଭି କ୍ୟାମେରା ନାହିଁ। ରାତିରେ ଦୁଇ ମହିଳାଙ୍କ ବ୍ୟତୀତ ୨ ଜଣ ପୁରୁଷ ଗାର୍ଡ ରହୁଛନ୍ତି। ନିୟମ ଅନୁଯାୟୀ କେବଳ ମହିଳା ରାକ୍ଷୀଙ୍କ ପାଇଁ ବାଳିକା ହଷ୍ଟେଲରେ ରହିବା ବାଧ୍ୟତାମୂଳକ ଅଟେ ବୋଲି ରୁଜୁ ହୋଇଥିବା ଏଫ୍‌ଆଇଆର୍‌ରେ କୁହାଯାଇଛି। 

ସେପଟେ ଏହି ମାମଲା ସାମ୍ନାକୁ ଆସିବା ପରେ ମଧ୍ୟପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ତଦନ୍ତ ଦାବି କରିଛନ୍ତି। ମାମଲାର ଗମ୍ଭୀରତା ଓ ସମ୍ବେଦନଶୀଳତାକୁ ନଜରରେ ରଖି ସରକାର ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ ବୋଲି ସେ ଟ୍ୱିଟ୍‌ କରି କହିଛନ୍ତି। ଅନ୍ୟପଟେ କଂଗ୍ରେସ ମଧ୍ୟ ଏହି ଘଟଣାକୁ ନେଇ ଶାସକ ଦଳ ଉପରେ ବର୍ଷିଛି।

Bhopal NCPCR Girls Hostel
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe