Advertisment

ଲଣ୍ଡନରେ ଭାରତୀୟ ଯୁବତୀଙ୍କୁ ଛୁରୀ ଭୁଷି ହତ୍ୟା

ଆଉ ଜଣେ ୨୮ ବର୍ଷୀୟ ଯୁବତୀ ମଧ୍ୟ ଛୁରା ମାଡ଼ର ଶିକାର ହୋଇଛନ୍ତି। ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏବେ ସେ ବିପଦ ମୁକ୍ତ ଥିବା ପୁଲିସ୍‌ କହିଛି। ଲଣ୍ଡନ ମେଟ୍ରୋପଲିଟାଣ୍ଟ ପୁଲିସ୍‌ କହିଛି ଯେ ଘଟଣା ଜୁନ ୧୩ରେ ଘଟିଛି।

author-image
Hemant Lenka
London

London

ହାଇଦ୍ରାବାଦର ଜଣେ ୨୭ ବର୍ଷୀୟ ଯୁବତୀଙ୍କୁ ଲଣ୍ଡନର ନୀଲ କ୍ରେସେଣ୍ଟ ଠାରେ ଅତ୍ୟନ୍ତ ନିର୍ମମ ଭାବେ ଛୁରୀ ଭୁଷି ହତ୍ୟା କରାଯାଇଛି। ତାଙ୍କୁ ଛୁରୀ ଭୁଷିବା ଘଟଣାରେ ଜଣେ ଯୁବକଙ୍କୁ ଗିରଫ କରାଯାଇଛି। ଯୁବତୀ ଜଣଙ୍କ ଯେଉଁ ଫ୍ଲାଟରେ ରହୁଥିଲେ ତାଙ୍କ ହତ୍ୟା ଅଭିଯୋଗରେ ଗିରଫ ହୋଇଥିବା ଯୁବକ ଜଣଙ୍କ ମଧ୍ୟ ସେହି ଫ୍ଲାଟରେ ରହୁଥିଲେ। ହତ୍ୟାର ଶିକାର ହୋଇଥିବା ଯୁବତୀ ଜଣଙ୍କ ହେଲେ କେ ତେଜସ୍ୱିନୀ।

Advertisment

ଆଉ ଜଣେ ୨୮ ବର୍ଷୀୟ ଯୁବତୀ ମଧ୍ୟ ଛୁରା ମାଡ଼ର ଶିକାର ହୋଇଛନ୍ତି। ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏବେ ସେ ବିପଦ ମୁକ୍ତ ଥିବା ପୁଲିସ୍‌ କହିଛି। ଲଣ୍ଡନ ମେଟ୍ରୋପଲିଟାଣ୍ଟ ପୁଲିସ୍‌ କହିଛି ଯେ ଘଟଣା ଜୁନ ୧୩ରେ ଘଟିଛି।

ଛୁରୀ ମାଡ଼ରେ ଗୁରୁତର ଆହତ ହୋଇ ଦୁଇ ଜଣ ଯୁବତୀ ରକ୍ତାକ୍ତ ଅବସ୍ଥାରେ ତଳେ ପଡ଼ି ରହିଥିବା ଖବର ସକାଳ ୯.୫୯ରେ ଲଣ୍ଡନ ଆମ୍ବୁଲାନ୍ସ ସେବାକୁ ଖବର ମିଳିଥିଲା। ଆମ୍ବୁଲାନ୍ସ ସହ ପୁଲିସ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚିଥିଲା। ହେଲେ ସେତେବେଳକୁ ତେଜସ୍ୱିନୀଙ୍କ ମୃତ୍ୟୁ ଘଟି ସାରିଥିଲା। ତେବେ ଆଉ ଜଣେ ଯୁବତୀଙ୍କୁ ଗୁରୁତର ଅବସ୍ଥାରେ ଉତ୍ତର ଲଣ୍ଡନର ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Advertisment

ପ୍ରାଥମିକ ପର୍ଯ୍ୟାୟରେ ପୁଲିସ୍‌ ୨ ଜଣ ସନ୍ଦିଗ୍ଧଙ୍କୁ ହେପାଜତକୁ ନେଇଥିଲା। ପରବର୍ତ୍ତୀ ଅବସ୍ଥାରେ ପୁଲିସ୍‌ ଗୋଟିଏ ଫଟୋ ଜାରି କରି ପୂରା ଘଟଣାରେ ୨୩ ବର୍ଷୀୟ ଯୁବକ ଜଣଙ୍କ ୱାଣ୍ଟେଡ ଥିବା କହିଥିଲା। ଏହାର କିଛି ସମୟ ପରେ ପୁଲିସ୍ ଉକ୍ତ ଯୁବକଙ୍କୁ ଗିରଫ କରିଛି।

ଦୁଇ ଯୁବତୀ ରହୁଥିବା ରୁମରେ ଜଣେ ବ୍ରାଜିଲିଆନ ମଧ୍ୟ ରହୁଥିଲେ। ସେ ହିଁ ପୂରା ଘଟଣାର ମାଷ୍ଟରମାଇଣ୍ଡ ବୋଲି କୁହାଯାଉଛି। ତେବେ ପୁଲିସ ଘଟଣାକୁ ସବୁ ଦିଗରୁ ତଦନ୍ତ କରୁଛି।

Murder London