Advertisment

ଉମେଶ ପାଲ୍ ହତ୍ୟାକାଣ୍ଡ ମାମଲା: ୨୭ ବର୍ଷୀୟ ଏଲ୍‌ଏଲ୍‌ବି ଛାତ୍ର ଗିରଫ

ଏହି ୨୭ ବର୍ଷୀୟ ଯୁବକଙ୍କ ହିଁ ପୂରା ହତ୍ୟାକାଣ୍ଡର ମାଷ୍ଟର ମାଇଣ୍ଡ ବୋଲି କୁହାଯାଉଛି।

author-image
Madhupriya Mistry
LLB Student Arrest

LLB Student Arrest

ଉତ୍ତରପ୍ରଦେଶ ପ୍ରୟାଗରାଜ ବହୁ ଚର୍ଚ୍ଚିତ ଉମେଶ ପାଲ ହତ୍ୟାକାଣ୍ଡ ମାମଲରେ ପୁଲିସ ପ୍ରଥମ ଗିରଫ କରିଛି। ଷଡଯନ୍ତ୍ର ରଚିଥିବା ଅଭିଯୋଗରେ ୨୭ ବର୍ଷ ବୟସ୍କ ଏଲ୍‌ଏଲ୍‌ବି ଛାତ୍ରଙ୍କୁ ଏସଟିଏଫ ଗିରଫ କରିଛି। 

Advertisment

ଗିରଫ ଏଲ୍‌ଏଲ୍‌ବି ଛାତ୍ରର ନାଁ ସଦାକତ ଖାନ୍। ଏହି ୨୭ ବର୍ଷୀୟ ଯୁବକଙ୍କ ହିଁ ପୂରା ହତ୍ୟାକାଣ୍ଡର ମାଷ୍ଟର ମାଇଣ୍ଡ ବୋଲି କୁହାଯାଉଛି। ସୂଚନା ମୁତାବକ, ମୁସଲିମ ହଷ୍ଟେଲ ରୁମ୍‌ରେ ଉମେଶ ପାଲଙ୍କୁ କିଭଳି ହତ୍ୟା କରାଯିବ ତା’ର ପୂରା ଷଡଯନ୍ତ୍ର ରଚାଯାଇଥିଲା। ସଦାକତ ଖାନ୍ ଅବୈଧ ରୂପେ ଆହ୍ଲାବାଦ ସେଣ୍ଟ୍ରାଲ ୟୁନିର୍ଭସିଟିର ମୁସଲିମ ହଷ୍ଟେଲରେ ରହୁଥଲା ବୋଲି ଏସ୍‌ଟିଏପ୍ ସନ୍ଦେହ କରୁଛି। ହଷ୍ଟେଲ ରୁମ୍‌ରେ ଅନେକ ସନ୍ଦେହ ଜନକ ସାମଗ୍ରୀ ମିଳିଥିବା ପୁଲିସ କିହଛି ।  

ବିଏସ୍‌ପି ବିଧାୟକ ରାଜୁ ପାଲଙ୍କ ହତ୍ୟାକାଣ୍ଡର ମୁଖ୍ୟ ସାକ୍ଷୀ ଥିଲେ ଉମେଶ ପାଲ। ତାଙ୍କୁ ଶୁକ୍ରବାର ହତ୍ୟା କରାଯାଇଛି। ଏହାପରେ ଶୁକ୍ରବାର ଦିନ ଏହିହତ୍ୟା ମାମଲାରେ ସମ୍ପୃକ୍ତ ଥିବା ଅରବାଜ ପୁଲିସ ଏନକାଉଣ୍ଟରରେ ପ୍ରାଣ ହରାଇଥିଲା। ଅରବାଜ୍ ଉପରେ ୫୦ ହଜାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା। ସେ ଅତିଫ ଅହମ୍ମଦଙ୍କ ପୁଅ ଆସଦର ଡ୍ରାଇଭର ଥିଲା।

Advertisment

ଘଟଣା ଦିନ ଅରବାଜ ଆସଦଙ୍କ କାର ଚଳାଉଥିଲା ବୋଲି ଅଭିଯୋଗ ହୋଇଛି। ତାକୁ ସିସିଟିଭି ଫୁଟେଜ ମାଧ୍ୟମରେ ଚିହ୍ନଟ କରାଯାଇଥିଲା। ଅରବାଜ ପୁରାମୁଫ୍ଟି ପୋଲିସ ଷ୍ଟେସନ ଅଞ୍ଚଳର ସଲ୍ଲାହପୁରର ବାସିନ୍ଦା ଥିଲା ଓ ସେ ନିବା ଅଞ୍ଜଳରେ ଲୁଚି ରହିଥିବା ନେଇ ଏସ୍‌ଟିଏଫ୍‌କୁ ଖବର ମିଳିଥିଲା।

Murder Uttar Pradesh BSP MLA