Advertisment

Ajit pawar: ଦ୍ୱିତୀୟ ଥର ଲ୍ୟାଣ୍ଡିଂ ଉଦ୍ୟମ, ୪ ମିନିଟ ପରେ ସବୁ କିଛି ନୀରବ: ଅଜିତ ପାୱାରଙ୍କ ବିମାନ ଦୁର୍ଘଟଣାର ଶେଷ ମୁହୂର୍ତ୍ତ କେମିତି ଥିଲା?

ବୋମ୍ବାରଡିୟର ଲିୟରଜେଟ ୪୫(ଭିଟି-ଏସଏସକେ) ସକାଳ ୮.୧୦ରେ ମୁମ୍ବାଇ ଏୟାରପୋର୍ଟରୁ ଉଡ଼ାଣ ଭରିଥିଲା। ଆରବସାଗର ଦେଇ ଏହା ବାରାମତୀ ଆଡ଼କୁ ଯାଇଥିଲା। ପ୍ରଥମେ ବିମାନଟି ସକାଳ ୮.୩୦ରେ ଅବତରଣ ପାଇଁ ପ୍ରଥମ ପ୍ରୟାସ କରିଥିଲା।

plane-crash1

ବିମାନ ଦୁର୍ଘଟଣା

Advertisment

ମହାରାଷ୍ଟ୍ର ଉପ ମୁଖ୍ୟମନ୍ତ୍ରୀ ଅଜିତ ପାୱାର((Ajit pawar) ଓ ଅନ୍ୟ ୪ ଜଣଙ୍କୁ ନେଇ ଯାଉଥିବା ବିମାନ ଲ୍ୟାଣ୍ଡିଂ ପାଇଁ ଦ୍ୱିତୀୟ ଉଦ୍ୟମରେ ସମସ୍ୟାର ସମ୍ମୁଖୀନ ହୋଇଥିଲା। ଏହାପରେ ପୁଣେର ବାରାମତୀ ସ୍ଥିତ ବାରାମତୀ ଏୟାରପୋର୍ଟର ରନୱେ ନମ୍ବର ୧୧ରେ ଏହା କ୍ରାଶ(Plane Crash) କରି ଯାଇଥିଲା। ଏଥିରେ ଅଜିତ ପାୱାରଙ୍କ ସମେତ ବିମାନରେ ଥିବା ଅନ୍ୟ ୪ ଜଣଙ୍କ ମୃତ୍ୟୁ ହୋଇଛି। ତେବେ ବିମାନ ଦୁର୍ଘଟଣାର ଶେଷ ମୁହୂର୍ତ୍ତ କେମିତି ଥିଲା, ତା’ ଉପରେ ନଜର ପକାନ୍ତୁ। 

Advertisment

ବିମାନ ଟ୍ରାକର ତଥ୍ୟକୁ ଅନୁଶୀଳନ କଲେ ଜଣାପଡ଼ିଛି ଯେ ବୋମ୍ବାରଡିୟର ଲିୟରଜେଟ ୪୫(ଭିଟି-ଏସଏସକେ) ସକାଳ ୮.୧୦ରେ ମୁମ୍ବାଇ ଏୟାରପୋର୍ଟରୁ ଉଡ଼ାଣ ଭରିଥିଲା। ଆରବସାଗର ଦେଇ ଏହା ବାରାମତୀ ଆଡ଼କୁ ଯାଇଥିଲା। ପ୍ରଥମେ ବିମାନଟି ସକାଳ ୮.୩୦ରେ ଅବତରଣ ପାଇଁ ପ୍ରଥମ ପ୍ରୟାସ କରିଥିଲା। କିନ୍ତୁ ଦୁର୍ବଳ ଦୃଶ୍ୟମାନ ପାଇଁ ଏହା ସଫଳ ହୋଇ ନଥିଲା।

ପୁଣି କିଛି ସମୟ ଉଡ଼ାଣ ପରେ ୧୬ ବର୍ଷ ପୁରୁଣା ବିମାନଟି ସକାଳ ୮.୪୨ରେ ଲ୍ୟାଣ୍ଡିଂ ପାଇଁ ଦ୍ୱିତୀୟ ପ୍ରୟାସ କରିଥିଲା। କିନ୍ତୁ ଏହି ସମୟରେ ଦେଖାଯାଇଥିଲା ତ୍ରୁଟି। ୮.୪୫ ବେଳକୁ ଏହାକୁ ରାଡାରରୁ ଚାଲି ଯାଇଥିଲା। ରାଡାରରୁ ଚାଲି ଯିବା ପରେ ବିମାନ କ୍ରାଶର ଦୁଃଖଦ ଖବର ସାମ୍ନାକୁ ଆସିଥିଲା।

Advertisment

ରନୱେ ୧୧ରେ ବିମାନଟି କ୍ରାଶ ଲ୍ୟାଣ୍ଡିଂ କରିବା ସହ ଆଖି ପିଛୁଳାକେ ନିଆଁ ପିଣ୍ଡୁଳାରେ ପରିଣତ ହୋଇଯାଇଥିଲା। ଦ୍ୱିତୀୟ ଲ୍ୟାଣ୍ଡିଂ ଉଦ୍ୟମର ୪ ମିନଟ ପରେ ସବୁ କିଛି ଶେଷ ହୋଇ ଯାଇଥିଲା ବୋଲି ବିମାନ ଟ୍ରାକ ତଥ୍ୟରୁ ସ୍ପଷ୍ଟ ହୋଇଛି। 

ବିମାନଟି ନିୟନ୍ତ୍ରଣ ହରାଇ ରନୱେରେ ପିଟି ହୋଇ ଯାଇଥିଲା। ସାମ୍ନାକୁ ଆସିଥିବା ଦୃଶ୍ୟ ଅତ୍ୟନ୍ତ ଭୟଙ୍କର। ବିମାନଟି ପୂରା ଛିନଛତ୍ର ହୋଇ ଯାଇଥିବା ବେଳେ ସବୁ କିଛି ଜଳିପୋଡ଼ି ପାଉଁଶ ହୋଇ ଯାଇଛି। ଜଣେ ପ୍ରତ୍ୟେକ୍ଷଦର୍ଶୀ କହିଛନ୍ତି, “ବିମାନଟି ରନୱେ ଆଡ଼କୁ ଯାଉଥିଲା। ଏହା ଠାରୁ ୧୦୦ ମିଟର ଦୂରରେ ହିଁ ଏହା କ୍ରଶ ହୋଇ ଜଳି ଯାଇଥିଲା।” 

ବିମାନରେ ଅଜିତ ପାୱାରଙ୍କ ବ୍ୟତୀତ ତାଙ୍କ ବ୍ୟକ୍ତିଗତ ସୁରକ୍ଷା ଅଧିକାରୀ, ଜଣେ ଆଟେଣ୍ଡାଣ୍ଟ ଓ ଦୁଇ ଜଣ ପାଇଲଟ ରହିଥିଲେ। ସମସ୍ତେ କ୍ରାଶ ଯୋଗୁ ପ୍ରାଣ ହରାଇଛନ୍ତି। ପାଇଲଟ ଇ କମାଣ୍ଡ ସୁମିତ କପୁର ଓ ପ୍ରଥମ ଅଫିସର ସମ୍ବାଭୀ ପାଠକ ବିମାନର ଉଡ଼ାଣ ଦାୟିତ୍ୱରେ ରହିଥିଲେ।  ଅଜିତ ପାୱାର ଯାତ୍ରା କରୁଥିବା ଚାର୍ଟର ବିମାନ ହେଉଛି ୬ରୁ ୮ ସିଟର ବିଶିଷ୍ଟ। ଏହାର ମାଲିକାନା ଦିଲ୍ଲୀ ଭିତ୍ତିକ ଭିଏସଆର ଭେନଚର ପ୍ରାଇଭେଟ ଲିଃ ପାଖରେ ରହିଛି। 

Plane Crash Ajit Pawar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe