Advertisment

ସପ୍ତାହକ ଭିତରେ ୨ ଗୁଣ ବଢ଼ିଲା କରୋନା ସଂକ୍ରମଣ, ତୃତୀୟ ଲହର ପରେ ସବୁଠାରୁ ଅଧିକ

୨୦୨୨ ଜାନୁଆରୀରେ ଦେଶରେ କରୋନାର ତୃତୀୟ ଲହର ବା ଥାର୍ଡ ୱେଭ ଅନୁଭୂତ ହୋଇଥିଲା। ସେହି ସମୟରେ ସାପ୍ତାହିକ ସଂକ୍ରମଣ ଠିକ ଏଭଳି ଭାବେ ନିଜର କାୟା ବିସ୍ତାର ଆରମ୍ଭ କରିଥିଲା।

Advertisment

ମହାମାରୀ କରୋନା ସଂକ୍ରମଣ ପୁଣିଥରେ ସମସ୍ତଙ୍କୁ ଡରାଇବା ଆରମ୍ଭ କଲାଣି। ଶନିବାର ସମଗ୍ର ଦେଶରୁ ୩,୮୦୦ କରୋନା ରୋଗୀ ଚିହ୍ନଟ ହୋଇଥିଲେ। ଏହା ୬ ମାସ ମଧ୍ୟରେ ସବୁଠାରୁ ଅଧିକ ଦୈନିକ ସଂକ୍ରମଣ। ସେହିପରି ସପ୍ତାହକ ମଧ୍ୟରେ ସଂକ୍ରମଣ ୨ ଗୁଣ ସ୍ପିଡରେ ବ୍ୟାପିଛି।

Advertisment

୨୦୨୨ ଜାନୁଆରୀରେ ଦେଶରେ କରୋନାର ତୃତୀୟ ଲହର ବା ଥାର୍ଡ ୱେଭ ଅନୁଭୂତ ହୋଇଥିଲା। ସେହି ସମୟରେ ସାପ୍ତାହିକ ସଂକ୍ରମଣ ଠିକ ଏଭଳି ଭାବେ ନିଜର କାୟା ବିସ୍ତାର ଆରମ୍ଭ କରିଥିଲା। ତେଣୁ ଏବେ ଦେଶରେ ସମାନ ସ୍ଥିତି ସୃଷ୍ଟି ହେବାର ଆଶଙ୍କା ପ୍ରକାଶ ପାଇଛି।

ଗତ ସପ୍ତାହ (ମାର୍ଚ୍ଚ ୨୬ରୁ ଏପ୍ରିଲ ୧) ମଧ୍ୟରେ ସମଗ୍ର ଦେଶରେ ୧୮,୪୫୦ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛି। ପୂର୍ବ ୭ ଦିନ ତୁଳନାରେ ସଂକ୍ରମଣ ୨.୧ ଗୁଣ ବେଗରେ ବ୍ୟାପିଛି। ସେତେବେଳେ ୭ ଦିନ ମଧ୍ୟରେ ସମଗ୍ର ଦେଶରୁ ୮,୭୮୧ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ। କରୋନା ଦୁଇ ଗୁଣ ହେବା ପ୍ରକ୍ରିୟା ଏବେ ୭ ଦିନରୁ କମ ହୋଇଯାଇଛି।

Advertisment

ତେବେ ଆଶ୍ୱସ୍ତିର ବିଷୟ ହେଲା ଯେ ଏବେ ବି କରୋନାର ଦୈନିକ ସଂକ୍ରମଣ ଅପେକ୍ଷାକୃତ କମ ରହିଛି ଓ ମୃତ୍ୟୁସଂଖ୍ୟା ମଧ୍ୟ ଚିନ୍ତାଜନକ ନୁହେଁ। ଗତ ୭ ଦିନ ଭିତରେ କରୋନା ମୃତ୍ୟୁ ୨୯ରୁ ବଢ଼ି ୩୬ରେ ପହଞ୍ଚିଛି। କେରଳ, ଗୋଆ, ଦିଲ୍ଲୀ, ମହାରାଷ୍ଟ୍ର ହିମାଚଳ, ପଞ୍ଜାବ, ହରିଆଣା ଓ ଉତ୍ତର ପ୍ରଦେଶରେ ଗଲା ୭ ଦିନରେ ସବୁଠାରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

ଏହି ସବୁ ରାଜ୍ୟରେ କରୋନା ସଂକ୍ରମଣ ପୂର୍ବ ୭ ଦିନ ତୁଳନାରେ ୩ ଗୁଣ ଅଧିକ ରହିଛି। ହିମାଚଳ ପ୍ରଦେଶରେ ସାପ୍ତାହିକ ସଂକ୍ରମଣ ୪୦୯ରୁ ବଢ଼ି ୧୨ଶହ ଛୁଇଁଛି। ମହାରାଷ୍ଟ୍ର ଓ ଗୁଜରାଟରେ ମଧ୍ୟ ଲୋକମାନେ ସଂକ୍ରମିତ ହେବାରେ ଲାଗିଛନ୍ତି। ଅବଶ୍ୟ ଗୁଜରାଟରେ ଗତ ସପ୍ତାହ ତୁଳନାରେ ସଂକ୍ରମଣ ସାମାନ୍ୟ ହ୍ରାସ ପାଇଛି। ସେହିପରି ମହାରାଷ୍ଟ୍ରରେ ସ୍ଥିତି ସାମାନ୍ୟ ସୁଧୁରିଛି।

କର୍ଣ୍ଣାଟକା ଓ ତାମିଲନାଡୁରେ ସଂକ୍ରମଣ ବଢ଼ୁଥିବା ବେଳେ ତେଲେଙ୍ଗାନାରେ ହ୍ରାସ ପାଉଛି। ଆନ୍ଧ୍ରପ୍ରଦେଶରେ ସଂକ୍ରମଣ ବଢ଼ିବା ଆରମ୍ଭ ହୋଇଛି। କେରଳରେ ଗତ ୭ ଦିନ ଭିତରେ ପ୍ରାୟ ୪ ହଜାର ନୂଆ ସଂକ୍ରମିତ ଚିହ୍ନଟ ହୋଇଛି। ଏହା ଦେଶରେ ସର୍ବାଧିକ। ମହାରାଷ୍ଟ୍ରରେ ୩,୩୨୩ ଓ ଗୁଜରାଟରେ ଏହି ସଂଖ୍ୟା ୨୪୧୨ ରହିଛି।

ହିମାଚଳରେ ସଂକ୍ରମଣ ୩ ଗୁଣ ବଢ଼ିଥିବା ବେଳେ ଦିଲ୍ଲୀରେ ୧୭୩୩ ଜଣ ନୂଆ ସଂକ୍ରମିତ ୭ ଦିନ ଭିତରେ ଚିହ୍ନଟ ହୋଇଛନ୍ତି। ରାଜଧାନୀରେ ସାପ୍ତାହିକ ସଂକ୍ରମଣ ୨.୫ ଗୁଣ ବଢ଼ିଛି। ଏହାବାଦ ପଞ୍ଜାବରେ ୩.୩, ହରିଆଣାରରେ ୩ ଗୁଣ ଓ ଉତ୍ତର ପ୍ରଦେଶରେ ସାପ୍ତାହିକ ସଂକ୍ରମଣ ୨.୫ ଗୁଣ ବଢ଼ିଛି।

ବିଗତ ୭ ସପ୍ତାହ ହେଲାଣି ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଉଛି। କିନ୍ତୁ ମାର୍ଚ୍ଚ ୨୬ରୁ ଏପ୍ରିଲ ୧ ମଧ୍ୟରେ ସାପ୍ତାହିକ ସଂକ୍ରମଣ ସବୁ ବନ୍ଧବାଡ଼ ଭାଙ୍ଗିବାର ସଙ୍କେତ ଦେଇଛି।

Corona Cases In India Coronavirus Cases
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe