Advertisment

ଗଳା ବାଟରେ ବିବାହ କରି ୨,୬୬୬ ଗିରଫ

ଆସାମ ମୁଖ୍ୟମନ୍ତ୍ରୀ ବାଲ୍ୟ ବିବାହର ଅନ୍ତ ଘଟାବାକୁ ସାଧାରଣ ଲୋକଙ୍କୁ ନିବେଦନ କରିଛନ୍ତି।

child marriages

child marriages

Advertisment

ବାଲ୍ୟ ବିବାହ ମାମଲାରେ ଆସାମରେ ଏଯାଏଁ ୨୬୬୬ ଜଣଙ୍କୁ ଗିରଫ କରାଯାଇଛି। ବାଲ୍ୟ ବିବାହରେ ସମ୍ପୃକ୍ତ ଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ନିର୍ଦ୍ଦେଶ ଦେବା ପରେ ପୁଲିସ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଏ ସମ୍ପର୍କରେ ଟ୍ୱିଟ୍‌ କରି ଆସାମ ମୁଖ୍ୟମନ୍ତ୍ରୀ ବାଲ୍ୟ ବିବାହର ଅନ୍ତ ଘଟାବାକୁ ସାଧାରଣ ଲୋକଙ୍କୁ ନିବେଦନ କରିଛନ୍ତି। ଫେବୃଆରୀ ୭ ସୁଦ୍ଧା ରାଜ୍ୟର ବାଲ୍ୟ ବିବାହ ମାମଲାରେ ମୋଟ ୨୫ ୨୮ ଜଣଙ୍କୁ ଗିରଫ କରାଯାଇଛି। ବର୍ତ୍ତମାନ ସୁଦ୍ଧା ୪,୦୭୪ଟି ମାମଲା ରୁଜୁ ହୋଇଛି। ଇଣ୍ଡିଆନ୍‌ ଏକ୍ସପ୍ରେସର ରିପୋର୍ଟ ଅନୁଯାୟୀ, ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ୭୮ ଜଣ ମହିଳା ଅଛନ୍ତି। ଏତେ ଅଭିଯୁକ୍ତ ଗିରଫ ହୋଇଥିବାରୁ ଗୋଲପାରାର ମାଟିଆ ଟ୍ରାଞ୍ଜିଟ୍‌ କ୍ୟାମ୍ପ ଏବଂ ସିଲଚରରେ ଏକ ଷ୍ଟାଡିୟମକୁ ଅସ୍ଥାୟୀ ଜେଲ କରାଯାଇଛି।

Advertisment

ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ନିଜେ ବିବାହ କରୁଥିବା ଏବଂ ଆୟୋଜନରେ ସମ୍ପୃକ୍ତ ଥିବା ବ୍ୟକ୍ତିବିଶେଷ ଅଛନ୍ତି। ୧୮ ବର୍ଷ ପୂର୍ବରୁ ନାବାଳିକାଙ୍କୁ ବିବାହ କରୁଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ୨୦୦୭ ନଭେମ୍ବର ୧ରେ ଦେଶରେ ବାଲ୍ୟ ବିବାହକୁ ନିଷିଦ୍ଧ କରାଯାଇଥିଲା। ସେହିପରି ବାଲ୍ୟ ବିବାହରେ ପୀଡ଼ିତାଙ୍କୁ ସୁରକ୍ଷା ପାଇଁ ଆଇନରେ ବ୍ୟବସ୍ଥା ରହିଛି। ଅବଶ୍ୟ ବାଲ୍ୟ ବିବାହ ଆଇନ ମୁସଲିମ ପର୍ସନାଲ ଲ’ ଉପରେ ପ୍ରଭାବ ପକାଇ ପାରି ନାହିଁ ।

ତେଣୁ ମୁସଲିମ ପର୍ସନାଲ ଲ’ରେ ବାଲ୍ୟ ବିବାହ ବୈଧ ଅଛି। ଅର୍ଥାତ ବାଲ୍ୟ ବିବାହ ଆଇନ ଯୋଗୁ ମୁସଲିମ ପର୍ସନାଲ ଲ’ ରଦ୍ଦ ହୋଇ ନାହିଁ। କିନ୍ତୁ ୨୦୧୭ରେ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଥିଲେ। ସେଥିରେ କୁହାଯାଥିଲା ଯେ, ନାବାଳିକା ସହ ଯୌନ ସମ୍ପର୍କ ସ୍ଥାପନ ହେଉଛି ଅପରାଧ। ତେଣୁ ଏହି ରାୟ ବଳରେ ବାଲ୍ୟ ବିବାହ ଏକ ପ୍ରକାର ବେଆଇନ ବୋଲି ବିବେଚିତ ହୋଇଛି।

Advertisment
India
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe