Advertisment

ଭୟଙ୍କର ହିମସ୍ଖଳନ: ୩ ଯବାନ ସହିଦ

ବିଶ୍ୱର ସବୁଠାରୁ ସୁଉଚ୍ଚ ଯୁଦ୍ଧ କ୍ଷେତ୍ରରେ ଭାରତର ସୁରକ୍ଷା କରୁଥିବା ୩ ଜଣ ଯବାନ ସହିଦ ହୋଇଯାଇଛନ୍ତି।

Siachen base camp

Siachen base camp

Advertisment

ବିଶ୍ୱର ସବୁଠାରୁ ସୁଉଚ୍ଚ ଯୁଦ୍ଧ କ୍ଷେତ୍ରରେ ଭାରତର ସୁରକ୍ଷା କରୁଥିବା ୩ ଜଣ ଯବାନ ସହିଦ ହୋଇଯାଇଛନ୍ତି। ଲଦାଖର ସିଆଚେନ ବେସ୍‌ କ୍ୟାମ୍ପରେ ଆଜି ଭୟଙ୍କର ହିମସ୍ଖଳନ ହୋଇଛି। ଏଥିରେ ୩ ଜଣ ଯବାନ ସହିଦ ହୋଇଥିବା ପ୍ରାଥମିକ ଖବର ମିଳିଛି। ହିମସ୍ଖଳନ ପରେ ସେନା ପକ୍ଷରୁ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି। ତେଣୁ ଘଟଣା ସମ୍ପର୍କରେ ବିସ୍ତୃତ ତଥ୍ୟ ମିଳିପାରି ନାହିଁ।

Advertisment

ସିଆଚେନ ଗ୍ଲାସିୟରରେ ହିମସ୍ଖଳନ ଗୋଟିଏ ସ୍ୱାଭାବିକ ଘଟଣା। ଏଠାରେ ତାପମାତ୍ରା ନିୟମିତ ଭାବେ ବିଯୁକ୍ତ ୬୦ ଡିଗ୍ରୀ ସେଲସିୟସ ରହିଥାଏ। ଏପରି ସ୍ଥିତିରେ ମଧ୍ୟ ଯବାନମାନେ ଦେଶର ସୀମା ସୁରକ୍ଷା କରନ୍ତି।

ହେଲେ ଆଜି ହିମସ୍ଖଲନ ଯୋଗୁ ଆର୍ମି ବେସ୍‌ କ୍ୟାମ୍ପ ପ୍ରଭାବିତ ହୋଇଛି। ତେଣୁ ବେସ୍‌ରେ ଥିବା ୩ ଜଣ ଯବାନ ସହିଦ ହୋଇଯାଇଛି। ବରଫ ତଳେ ଆଉ କେହି ଫସି ଛନ୍ତି କି ନାହିଁ, ତା’ର ଯାଞ୍ଚ କରାଯାଉଛି।

Advertisment
Siachen Ladakh Indian Army
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe