Advertisment

3 Bodies Found: ଫ୍ଲାଏଓଭର୍‌ରେ ରହିଥିଲା କାର, ଭିତରୁ ମିଳିଲା ୩ ଜଣଙ୍କ ମୃତଦେହ

ପ୍ଲାଏଓଭରରେ ଦୀର୍ଘ ସୟମ ଧରି ରହିଥିବା ଗୋଟିଏ କାରରୁ ମିଳୁଛି ୩ ଜଣଙ୍କ ମୃତଦେହ। କାର ଭିତରୁ ୩ ଜଣଙ୍କ ମୃତଦେହ ମିଳିବା ପରେ ହଇଚଇ ସୃଷ୍ଟି ହୋଇଛି। ମୃତକଙ୍କ ମଧ୍ୟରେ ୨ ଜଣ ପୁରୁଷ ଓ ଜଣେ ମହିଳା ରହିଛନ୍ତି।

author-image
Hemant Lenka
Police

ଘଟଣା ସ୍ଥଳରେ ପୁଲିସର ଯାଞ୍ଚ

ଦେଶର ରାଜଧାନୀ ଦିଲ୍ଲୀ(Delhi)ରୁ ଆସିଛି ଚାଞ୍ଚଲ୍ୟକର ତଥ୍ୟ। ଦିଲ୍ଲୀର ପୀରାଗଡ଼ି ପ୍ଲାଏଓଭରରେ ଦୀର୍ଘ ସୟମ ଧରି ରହିଥିବା ଗୋଟିଏ କାରରୁ ମିଳୁଛି ୩ ଜଣଙ୍କ ମୃତଦେହ। କାର ଭିତରୁ ୩ ଜଣଙ୍କ ମୃତଦେହ ମିଳିବା ପରେ ହଇଚଇ ସୃଷ୍ଟି ହୋଇଛି।

Advertisment

ପ୍ରାରମ୍ଭିକ ସୂଚନା ଅନୁସାରେ, ଦୀର୍ଘ ସମୟ ଧରି ଫ୍ଲାଏଓଭର ଉପରେ ଗୋଟିଏ କାର ରହିଥିବାରୁ ଏହାକୁ ନେଇ ଲୋକଙ୍କ ମଧ୍ୟରେ ସନ୍ଦେହ ବଢ଼ିଥିଲା। ପରିତ୍ୟକ୍ତ କାରକୁ ଦେଖିବା ପରେ ଲୋକମାନେ ତୁରନ୍ତ ପୁଲିସ ଓ ଅଗ୍ନିଶମ ବାହିନୀକୁ କଲ କରିଥିଲେ। ଖବର ପାଇ ପୁଲିସ୍‌ ଓ ଅଗ୍ନିଶମ ବିଭାଗର କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚିଥିଲେ। ସେମାନେ କାରକୁ ଯାଞ୍ଚ କରିବା ବେଳେ ଏହା ଭିତରୁ ୩ ଜଣଙ୍କ ମୃତଦେହ ମିଳିଛି। 

ଡିସିପି ସଚିନ ଶର୍ମା କହିଛନ୍ତି ଯେ “ଆମେ ଗୋଟିଏ କଲ ପାଇବା ପରେ ଘଟଣା ସ୍ଥଳରେ ପହଞ୍ଚିଥିଲୁ। ଘଟଣା ସ୍ଥଳରେ ପହଞ୍ଚିବା ପରେ ଫ୍ଲାଏଓଭରରେ ରହିଥିବା କାର ଭିତରୁ ୩ ଜଣଙ୍କ ମୃତଦେହ ରହିଥିବା ଜାଣିବାକୁ ପାଇଥିଲୁ। ସେମାନଙ୍କୁ ଚିହ୍ନଟ କରାଯାଇଛି। ମୃତକଙ୍କ ମଧ୍ୟରେ ୨ ଜଣ ପୁରୁଷ ଓ ଜଣେ ମହିଳା ରହିଛନ୍ତି। ଘଟଣାକୁ ନେଇ ଏଯାଏ ସନ୍ଦେହ କରିବା ଭଳି କୌଣସି ତଥ୍ୟ ସାମ୍ନାକୁ ଆସିନାହିଁ।” 

Advertisment

ପୁଲିସ୍‌ର କହିବା କଥା ଯେ ମୃତକମାନେ ହେଲେ ୬୨ ବର୍ଷୀୟ ରଣଧୀର, ୪୨ ବର୍ଷୀୟ ଶିବନରେଶ ଓ ୪୦ ବର୍ଷୀୟ ଲକ୍ଷ୍ମୀ। ରଣଧୀର ଓ ଶିବନରେଶ ଦିଲ୍ଲୀର ରାନହୋଲା ଅଞ୍ଚଳରେ ରହୁଥିଲେ। ଲକ୍ଷ୍ମୀଙ୍କ ଘର ଜାହାଙ୍ଗିରପୁରୀ ଅଞ୍ଚଳରେ।

ମୃତଦେହ ମିଳିଥିବା କାରଟି ରଣଧୀରଙ୍କ ମାଲିକାରେ ରହିଛି। ୩ ମୃତଦେହରେ କୌଣସି କ୍ଷତଚିହ୍ନ ନାହିଁ। ତେଣୁ ପ୍ରାଥମିକ ତଦନ୍ତରୁ ଏହା ସାମୂହିକ ହତ୍ୟା ବୋଲି ପୁଲିସ୍‌ ସନ୍ଦେହ କରୁଛି। ତଥାପି ଫରେନ୍ସିକ ଟିମ ଦ୍ୱାରା ଘଟଣାର ଯାଞ୍ଚ କରାଯାଉଛି। ପୁଲିସ୍‌ ବିଭିନ୍ନ ଦିଗରୁ ଘଟଣାର ତଦନ୍ତ କରୁଥିବା କହିଛି। ସେହିପା ମୃତକଙ୍କ ପରିବାର ଲୋକଙ୍କୁ ପୁଲିସ୍‌ ଯୋଗାଯୋଗ କରି ୩ ଜଣଙ୍କ ମଧ୍ୟରେ ଥିବା ସମ୍ପର୍କକୁ ନିଶ୍ଚିତ କରିବାକୁ ଚେଷ୍ଟା କରୁଛି। 

Delhi