Advertisment

ଲାଲ ସାଗରରେ ବୋଟିଂର ମଜା ନେଉଥିଲେ ୨୭ ପର୍ଯ୍ୟଟକ, ଲାଗିଗଲା ନିଆଁ

ଇଜିପ୍ଟର ଲାଲ ସାଗରରେ ଘଟିଛି ଭୟଙ୍କର ଦୁର୍ଘଟଣା। ୨୭ ପର୍ଯ୍ୟଟକଙ୍କୁ ଧରି ଯାଉଥିବା ଏକ ବୋଟ୍‌ରେ ସମୁଦ୍ର ମଝିରେ ନିଆଁ ଲାଗିଗଲା।

author-image
Niharika Rout
Fire In Boat

Fire In Boat

ଇଜିପ୍ଟର ଲାଲ ସାଗରରେ ଘଟିଛି ଭୟଙ୍କର ଦୁର୍ଘଟଣା। ୨୭ ପର୍ଯ୍ୟଟକଙ୍କୁ ଧରି ଯାଉଥିବା ଏକ ବୋଟ୍‌ରେ ସମୁଦ୍ର ମଝିରେ ନିଆଁ ଲାଗିଗଲା। ଏହି ଦୁର୍ଘଟଣା ପରେ ୩ ପର୍ଯ୍ୟଟକଙ୍କ ପତ୍ତା ମିଳୁନି। ସେମାନେ ବ୍ରିଟିଶ ପର୍ଯ୍ୟଟକ ବୋଲି ଜଣାଯାଇଛି।

Advertisment

ଗତକାଲି ୨୭ ପର୍ଯ୍ୟଟକଙ୍କୁ ଧରି ବୋଟଟି ଲାଲ ସାଗରରେ ଯାଉଥିଲା। ପର୍ଯ୍ୟଟକମାନେ ମଝି ସମୁଦ୍ରରେ ବୋଟିଂର ମଜା ନେଉଥିବା ବେଳେ ହଠାତ୍ ବୋଟ୍‌ରେ ନିଆଁ ଲାଗିଗଲା। ଏହି ଘଟଣା ପରେ ତୁରନ୍ତ ୨୪ ପର୍ଯ୍ୟଟକଙ୍କୁ ଉଦ୍ଧାର କରାଯାଇଥିବା ବେଳେ ୩ ଜଣଙ୍କ ପତ୍ତା ମିଳୁନି। ଏହି ବୋଟରେ ସମୁଦାୟ ୧୫ ବ୍ରିଟିଶ ନାଗରିକ ଥିବା ବେଳେ ୧୨ ଜଣ ସୁରକ୍ଷିତ ଅଛନ୍ତି। ଅପରପକ୍ଷେ, ୩ ନିଖୋଜଙ୍କ ସନ୍ଧାନ ପାଇବା ପାଇଁ ସମୁଦ୍ରରେ ଜୋରସୋରରେ ଖାନତଲାସୀ କରାଯାଉଛି।

ଏହି ଖବର ପ୍ରଚାରିତ ହେବା ପରେ ବ୍ରିଟିଶ ଦୂତାବାସ ଲଗାତାର ଭାବେ ଇଜିପ୍ଟ ସରକାରଙ୍କ ସହ ଯୋଗାଯୋଗରେ ଅଛନ୍ତି। ବୋଟରେ କିପରି ନିଆଁ ଲାଗିଲା ସେ ନେଇ କିଛି ଜଣାପଡ଼ିନି।

Advertisment

କିଛି ଦିନ ପୂର୍ବେ, ଲାଲ ସାଗର କୂଳରେ ଏକ ସାର୍କ ଆକ୍ରମଣରେ ଜଣେ ଋଷୀୟ ନାଗରିକଙ୍କ ମୃତ୍ୟୁ ଘଟିଥିଲା। ଏହାପରେ ବିଚ୍‌କୁ ବନ୍ଦ କରି ଦିଆଯାଇଥିଲା। ଏହି ଘଟଣା ପରେ ସାର୍କ ଆକ୍ରମଣକୁ ପ୍ରତିହତ କରିବାକୁ ଯଥା ସମ୍ଭବ ପଦକ୍ଷେପ ନେବାକୁ ଇଜିଷ୍ଟର ପରିବେଶ ମନ୍ତ୍ରୀ ସ୍ଥାନୀୟ ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ଉକ୍ତ ସାର୍କକୁ କାବୁ କରିବାକୁ ଏକ ଟିମ୍‌ ମୁତୟନ କରାଯାଇଥିବା ବେଳେ ସେମାନେ ସାର୍କଟିକୁ କାବୁ କରିବାକୁ ସକ୍ଷମ ହୋଇଥିଲେ।

କିଛି ଦିନ ବ୍ୟବଧାନରେ ଏପରି ଏକ ଦୁର୍ଘଟଣା ଘଟିଥିବା ବେଳେ ଏହାର ତଦନ୍ତ ନିମନ୍ତେ ଇଜିପ୍ଟ ସରକାର ଏକ ଉଚ୍ଚସ୍ତରୀୟ ଟିମ୍‌ ଗଠନ କରିଛନ୍ତି।

Boat Accident Missing