Advertisment

ମଣିପୁରରେ ଥମୁନି ହିଂସା, ୩ ଯବାନ ଆହତ

ପ୍ରଶାସନ ପକ୍ଷରୁ ପୂରା ଅଞ୍ଚଳରେ କର୍ଫ୍ୟୁ ଲାଗୁ କରାଯାଇଛି।

author-image
Madhupriya Mistry
ଅଦ୍ୟତନ ହୋଇଛି
Manipur Violence

Manipur Violence

ମଣିପୁରରେ ଥମୁନି ହିଂସା। ଆଜି ପୁଣି ମଣିପୁରର ଥୌବଲ ଜିଲ୍ଲାରେ ବନ୍ଧୁକଧାରୀମାନେ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳିମାଡ଼ କରିଛନ୍ତି। ଏଥିରେ ତିନି ଜଣ ବିଏସ୍‌ଏଫ୍‌ ଯବାନ ଆହତ ହୋଇଛନ୍ତି। ଏନେଇ ଆଜି ପୁଲିସ ସୂଚନା ଦେଇଛି।

Advertisment

ସୂଚନା ମୁତାବକ, ବୁଧବାର ବିଳମ୍ବିତ ରାତିରେ କିଛି ଲୋକେ ଏକାଠି ହୋଇ ବିରୋଧ ପ୍ରଦର୍ଶନ କରିଥିଲେ। ଏଥିରୁ ଭିଡ ଭିତରୁ କିଛି ବନ୍ଧୁକଧାରୀ ଥୌବଲ ପୁଲିସ ହେଡ୍‌ ଅଫିସ୍‌ରେ ଭଙ୍ଗାରୁଜା କରିବାକୁ ଚେଷ୍ଟା କରିଥିଲେ। ଏଥିସହ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳିମାଡ଼ କରିଥିଲେ। ଥୌବଲ ଜିଲ୍ଲା ଖଙ୍ଗାବୋକରେ ତୃତୀୟ ଭାରତୀୟ ରିଜର୍ଭ ବଟାଲିଅନ ଉପରକୁ ବନ୍ଧୁକଧାରୀମାନେ ଟାର୍ଗେଟ୍‌ କରିଥିଲେ। ସୁରକ୍ଷାକର୍ମୀମାନେ ଏହାର ପାଲଟ ଜବାବ ମଧ୍ୟ ଦେଇଥିଲେ।

ଭିଡକୁ ନିୟନ୍ତ୍ରଣ କରିବାକୁ ଯାଇ ପୁଲିସ ସେନାର ସହାୟତା ନେଇଥିଲା। ତେବେ ଏହି ଭିଡ ଭିତରେ କେତେକ ବନ୍ଧୁକଧାରୀ ସେନା ଉପରକୁ ଗୁଳିମାଡ କରିଥିଲେ। ଏଥିରେ ତିନି ଜଣ ଯବାନ ଆହତ ହୋଇଛନ୍ତି। ତିନି ଆହତ ଯବାନଙ୍କ ପରିଚୟ କନଷ୍ଟେବଳ ଗୌରବ କୁମାର, ଏଏସ୍‌ଆଇ ସୋବରାମ ସିଂହ ଓ ଏଏସ୍‌ଆଇ ରାମଜୀ ବୋଲି ଜଣାପଡିଛି। ଏସମସ୍ତଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେପଟେ ଏହି ଘଟଣା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ପୂରା ଅଞ୍ଚଳରେ କର୍ଫ୍ୟୁ ଲାଗୁ କରାଯାଇଛି।

Advertisment

ସୂଚନା ମୁତାବକ, ଗତକାଲି କୁକି ସମ୍ପ୍ରଦାୟର କିଛି ଦୁର୍ବୃତ୍ତମାନେ ତେଙ୍ଗନୋଉପଲ ଜିଲ୍ଲାର ସୀମାବର୍ତ୍ତି ସହର ମୋରେହରେ ସୁରକ୍ଷାର୍କମୀଙ୍କ ଏକ ଚେକ୍‌ ପୋଷ୍ଟ ଉପରକୁ ଆକ୍ରମଣ କରିଥିଲେ। ଏଥିରେ ମଣିପୁର ପୁଲିସର ଦୁଇ ଜଣ କମାଣ୍ଡୋ ସହିଦ ହୋଇଥିଲେ। ଏଥିସହ ଛଅ ଜଣ ଆହତ ହୋଇଥିଲେ। ଏହାକୁ ନେଇ ପୂରା ଅଞ୍ଚଳରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା। ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ମହିଳାମାନେ ମଶାଲ ଶୋଭାଯାତ୍ରା ବାହାର କରିଥିଲେ।

Manipur Violence BSF Jawan Mob Violence In Manipur