Advertisment

କୁନୋରେ 'ଜ୍ୱାଳା' ଦେଲା ଖୁସି ଖବର, ବଢିଲା ଚିତାସଂଖ୍ୟା

ନାମିବିୟାରୁ ଆସିଥିବା ଏହି ବାଘୁଣୀ 'ଜ୍ୱାଳା' ତିନିଟି ଶାବକକୁ ଜନ୍ମ ଦେଇଛି।

cheetah

cheetah

Advertisment

ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନକୁ ଆସିଥିବା ବାଘୁଣୀ 'ଜ୍ୱାଳା' ଖୁସି ଖବର ଦେଇଛି। ନାମିବିୟାରୁ ଆସିଥିବା ଏହି ବାଘୁଣୀ 'ଜ୍ୱାଳା' ତିନିଟି ଶାବକକୁ ଜନ୍ମ ଦେଇଛି, ଫଳରେ କୁନୋରେ ଚିତାସଂଖ୍ୟା ବୃଦ୍ଧି ପାଉଛି। ଏନେଇ କେନ୍ଦ୍ର ପରିବେଶ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ସୋଶାଲ ମିଡିଆ ପୋଷ୍ଟ ମାଧ୍ୟମରେ ସୂଚନା ଦେଇଛନ୍ତି।

Advertisment

ଏକ୍ସରେ ମନ୍ତ୍ରୀ ଯାଦବ ଲେଖିଛନ୍ତି, "କୁନୋରେ ନୂତନ ଛୁଆ! ଜ୍ୱାଳା ନାମକ ନାମିବିୟା ଚିତା ତିନିଟି ଶାବକ ଜନ୍ମ ଦେଇଛି।" ସେ ଆହୁରି କହିଛନ୍ତି, "ଦେଶର ସମସ୍ତ ବନ୍ୟଜନ୍ତୁ ସୁରକ୍ଷାକର୍ମୀ ଏବଂ ବନ୍ୟଜନ୍ତୁ ପ୍ରେମୀମାନଙ୍କୁ ଅଭିନନ୍ଦନ। ଏହିପରି ଭରତର ବନ୍ୟଜନ୍ତୁ ସଂଖ୍ୟା ବୃଦ୍ଧି ହେଉ।" ମନ୍ତ୍ରୀ ନବଜାତ ଚିତାଙ୍କ ଏକ ଭିଡିଓ ମଧ୍ୟ ପୋଷ୍ଟ କରିଛନ୍ତି।

Advertisment

ଚିତା ପ୍ରୋଜେକ୍ଟ ଅଧୀନରେ, 17 ସେପ୍ଟେମ୍ବର 2022ରେ ମାଆ ଚିତା 'ଜ୍ୱାଳା' ସମେତ ନାମିବିୟାରୁ 8ଟି ଚିତା ଅଣାଯାଇଥିଲା। ଧୀରେ ଧୀରେ ନବଜାତକଙ୍କ ସଂଖ୍ୟା ବଢିଥିଲେ ବି ପ୍ରତିକୂଳ ପାଗ ହେଉ କିମ୍ବା ଅନ୍ୟାନ୍ୟ କାରଣରୁ ଏକାଧିକ ଚିତାଙ୍କ ମୃତ୍ୟୁ ଘଟିଥିଲା। ଜାନୁଆରୀ 16ରେ ଆଉ ଏକ ଚିତାର ମୃତ୍ୟୁ ସହ ମୃତ୍ୟୁସଂଖ୍ୟା 10ରେ ପହଞ୍ଚିଥିଲା।

ଏସବୁ ମଧ୍ୟରେ ନୂଆ ଚିତା ଜନ୍ମ ନେଉଥିବାରୁ ଚୀତା ପ୍ରୋଜେକ୍ଟ ସଫଳ ହେବ ବୋଲି ଆଶା କରାଯାଉଛି। ଏହାପୂର୍ବରୁ, କୁନୋ ଜାତୀୟ ଉଦ୍ୟାନରେ ଜାନୁଆରୀ 3ରେ ନାମିବିୟାର ଏକ ଚିତା ତିନିଟି ଛୁଆ ଜନ୍ମ ଦେଇଥିଲା। 

Namibian Cheetah Kuno National Park Madhya Pradesh National Park Cheetah Cubs Born Cheetah Project
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe