Advertisment

କୋଲକାତା ହରର: ପୀଡ଼ିତାଙ୍କ ବାପାଙ୍କ ପାଖକୁ ଯାଇଥିବା ସେହି ୩ କଲ୍‌

ଘଟଣା ଘଟିବାର ପୂର୍ବ ଦିନ ରାତି ୧୧.୩୦ରେ ଝିଅ ସହ ତାଙ୍କ ମା’ କଥା ବି ହୋଇଥିଲେ। ସବୁ କିଛି ସ୍ୱାଭାବିକ ଥିଲା। ହେଲେ ଝିଅ କିମ୍ବା ମା’ ଜାଣି ନଥିଲେ ଯେ ସେମାନେ ଶେଷ ଥର ପାଇଁ କଥା ହେଉଛନ୍ତି।

author-image
Hemant Lenka
Kolkata

Kolkata

ଉତ୍ତର କୋଲକାତାରେ ରହୁଥିବା ଗୋଟିଏ ମଧ୍ୟବିତ୍ତ ପରିବାର ପାଇଁ ସେଦିନ ଥିଲା ସ୍ୱାଭାବିକ ସକାଳ। ପରିବାର ଝିଅ ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ଡାକ୍ତର ହେବା ସହ ଅଧିକ ଶିକ୍ଷା ଲାଭ କରୁଥିବାରୁ ସମସ୍ତେ ଖୁସିଥିଲେ।

Advertisment

ଘଟଣା ଘଟିବାର ପୂର୍ବ ଦିନ ରାତି ୧୧.୩୦ରେ ଝିଅ ସହ ତାଙ୍କ ମା’ କଥା ବି ହୋଇଥିଲେ। ସବୁ କିଛି ସ୍ୱାଭାବିକ ଥିଲା। ହେଲେ ଝିଅ କିମ୍ବା ମା’ ଜାଣି ନଥିଲେ ଯେ ସେମାନେ ଶେଷ ଥର ପାଇଁ କଥା ହେଉଛନ୍ତି।

ଅଗଷ୍ଟ ୯ ତାରିଖ ସକାଳେ ମାତ୍ର ୩୦ ମିନିଟ ମଧ୍ୟରେ ୩ଟି କଲ ପୂରା ପରିବାରକୁ ଦୋହଲାଇ ଦେଇଥିଲା। ଏବେ ସେମାନେ ନ୍ୟାୟ ଅପେକ୍ଷାରେ ରହିଛନ୍ତି। ଘଟଣା ଦିନ ସକାଳେ ମହିଳା ଡାକ୍ତରଙ୍କ ବାପା ମା’ଙ୍କ ପାଖକୁ ଆସିଥିବା ୩ କଲରେ କ’ଣ ସବୁ କୁହାଯାଇଥିଲା, ସେସବୁ ସବୁ ସାମ୍ନାକୁ ଆସିଛି। ଝିଅ ସହ ହୋଇଥିବା ବର୍ବରତା କଥା ଜାଣି ବାପା ମା’ ପୂରା ସ୍ତବ୍ଧ ହୋଇଯାଇଥିଲେ।

Advertisment

ପ୍ରଥମ କଲ

ଆରଜି କର ମେଡିକାଲ କଲେଜରେ ଦୁଷ୍କର୍ମ ଓ ହତ୍ୟାର ଶିକାର ହୋଇଥିବା ମହିଳା ଡାକ୍ତରଙ୍କ ବାପା ମା’ଙ୍କ ପାଖକୁ ପ୍ରଥମ କଲ ୧୦.୫୩ରେ ଆସିଥିଲା। ଉକ୍ତ କଲଟି ହସ୍ପିଟାଲର ମହିଳା ଆସିସଷ୍ଟାଣ୍ଟ ସୁପରିନଟେଣ୍ଡେଣ୍ଟ କରିଥିଲେ।

ପୀଡ଼ିତାଙ୍କ ବାପା: କ’ଣ ହୋଇଛି, ଦୟା କରି କୁହନ୍ତୁ

କଲର: ଝିଅର ଅବସ୍ଥା ଅତ୍ୟନ୍ତ ଖରାପ, ଦୟା କରି ଯଥାଶୀଘ୍ର ଆସନ୍ତୁ

ପୀଡ଼ିତାଙ୍କ ବାପା: ଦୟା କରି କ’ଣ ହୋଇଛି କୁହନ୍ତୁ

କଲର୍‌: ଡାକ୍ତର ସେକଥା କହିବେ, ଆପଣ ଶୀଘ୍ର ଆସନ୍ତୁ

ପୀଡ଼ିତାଙ୍କ ବାପା: ଆପଣ କିଏ?

କଲର୍‌: ମୁଁ ଆସିସଷ୍ଟାଣ୍ଟ ସୁପରିନଟେଣ୍ଡେଣ୍ଟ, ଡାକ୍ତର ନୁହଁ

ପୀଡ଼ିତାଙ୍କ ବାପା: କ’ଣ ସେଠାରେ କୌଣସି ଡାକ୍ତର ନାହାନ୍ତି?

କଲର୍‌: ମୁଁ ଆସିସଷ୍ଟାଣ୍ଟ ସୁପରିନଟେଣ୍ଡେଣ୍ଟ। ଆମେ ଆପଣଙ୍କ ଝିଅକୁ ଏମର୍ଜେନ୍ସିକୁ ଆଣିଛୁ। ଆପଣ ଆସନ୍ତୁ ଓ ଯୋଗାଯୋଗ କରନ୍ତୁ

ପୀଡ଼ିତାଙ୍କ ମା’: ତା’ ସହ କ’ଣ ହୋଇଛି। ସେ ଡ୍ୟୁଟିରେ ତ ଥିଲା

କଲର୍‌: ଆପଣମାନେ ଯଥାଶୀଘ୍ର ଆସନ୍ତୁ

ଦ୍ୱିତୀୟ କଲ୍‌

ପୀଡ଼ିତାଙ୍କ ପରିବାରକୁ ଦ୍ୱିତୀୟ କଲ ଜଣେ ପୁରୁଷ କରିଥିଲେ। ସେତେବେଳକୁ ପରିବାର ଲୋକ ହସ୍ପିଟାଲ ଅଭିମୁଖେ ବାହାରି ଯାଇଥିଲେ।

କଲର୍‌: ମୁଁ ଆର ଜି କରରୁ କହୁଛି

ପୀଡ଼ିତାଙ୍କ ମା’: ହଁ, ଦୟା କରି କୁହନ୍ତୁ

କଲର୍‌: ଆପଣମାନେ ଆସୁଛନ୍ତି ତ?

ପୀଡ଼ିତାଙ୍କ ମା’: ହଁ, ଆମେ ଆସୁଛୁ। ସେ କେମିତି ଅଛି?

କଲର୍‌: ଆପଣ ଆସନ୍ତୁ। ଆମେ କଥା ହେବା। ଆର ଜି କର ହସ୍ପିଟାଲର ଛାତି ବିଭାଗ ଏଚଓଡିକୁ ଆସନ୍ତୁ

ପୀଡ଼ିତାଙ୍କ ମା’: ହଁ, ଠିକ ଅଛି।

ତୃତୀୟ କଲ୍‌

ଏହି ତୃତୀୟ କଲରେ ପୀଡ଼ିତାଙ୍କ ବାପା ମା’ଙ୍କୁ କୁହାଯାଇଥିଲା ଯେ ତାଙ୍କ ଝିଅ ଆତ୍ମହତ୍ୟା କରିଛନ୍ତି। ଏକଥା କୋର୍ଟରେ ମଧ୍ୟ ଉଠିଥିଲା ଓ କାହିଁକି ପରିବାର ଲୋକଙ୍କୁ ଭୁଲ ତଥ୍ୟ ଦିଆଯାଇଥିଲା ବୋଲି କୋର୍ଟ ପ୍ରଶ୍ନ କରିଥିଲେ। ତୃତୀୟ କଲଟି ସେହି ଆସିସଷ୍ଟାଣ୍ଟ ସୁପରିନଟେଣ୍ଡେଣ୍ଟ କରିଥିଲେ ଯିଏ ପ୍ରଥମଥର ଫୋନ କରିଥିଲେ।

ପୀଡ଼ିତାଙ୍କ ବାପା: ହ୍ୟାଲୋ

କଲର୍: ହଁ, ଆସିସଷ୍ଟାଣ୍ଟ ସୁପରିନଟେଣ୍ଡେଣ୍ଟ କହୁଛି

ପୀଡ଼ିତାଙ୍କ ବାପା: ହଁ, କୁହନ୍ତୁ

କଲର୍‌: ପୂରା ଘଟଣା ହେଲା ଆପଣଙ୍କ ଝିଅ ସମ୍ଭବତଃ ଆତ୍ମହତ୍ୟା କରିଛନ୍ତି। ସେ ବର୍ତ୍ତମାନ ମୃତ। ପୁଲିସ ଠାରୁ ଆରମ୍ଭ କରି ଆମେ ସମସ୍ତେ ଏଠାରେ ଅଛୁ। ଦୟା କରି ଯଥା ଶୀଘ୍ର ଆସନ୍ତୁ।

ପୀଡ଼ିତାଙ୍କ ବାପା: ଆମେ ଆସୁଛୁ। ଆମେ ପହଞ୍ଚୁଛୁ।

ପୀଡ଼ିତାଙ୍କ ମା’ ଚିତ୍କାର କରୁଥିବା ବ୍ୟାକଗ୍ରାଉଣ୍ଡରେ ଶୁଣିବାକୁ ମିଳୁଛି। ମୋ ଝିଅ ଆଉ ନାହିଁ ବୋଲି ସେ କାନ୍ଦି କାନ୍ଦି କହୁଥିବା ଶୁଣା ଯାଉଛି।

Kolkata Kolkata Police Kolkata Doctor Rape And Murder Case