Advertisment

ଭାରତୀୟ ତଟରକ୍ଷୀ ବାହିନୀର ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ, ୩ ନିଖୋଜ

୨ କୋଷ୍ଟଗାର୍ଡ ପାଇଲଟଙ୍କ ସମେତ ୩ ନିଖୋଜ ଅଛନ୍ତି।

dhruv-helicopter-emergency-landing

dhruv-helicopter-emergency-landing

Advertisment

ଭାରତୀୟ ତଟରକ୍ଷୀ ବାହିନୀର ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଗୁଜରାଟ ପୋରବନ୍ଦର ଉପକୂଳ ଆରବ ସାଗରରେ ଜରୁରୀ ଅବତରଣ କରିବା ପରେ ଭାରତୀୟ ତଟରକ୍ଷୀ ବାହିନୀର ଧ୍ରୁବ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୨ କୋଷ୍ଟଗାର୍ଡ ପାଇଲଟଙ୍କ ସମେତ ୩ ନିଖୋଜ ହୋଇଛନ୍ତି।

Advertisment

ହେଲିକପ୍ଟରରେ ୪ ଜଣ କ୍ରୁ ସଦସ୍ୟ ଥିଲେ। ଯେଉଥିରୁ ଜଣଙ୍କୁ ଉଦ୍ଧାର କରାଯାଇଛି। ଅନ୍ୟ ତିନି ଜଣ ନିଖୋଜ ଅଛନ୍ତି। ନିଖୋଜଙ୍କ ମଧ୍ୟରେ ଦୁଇ ଜଣ ପାଇଲଟ ଓ ଜଣେ ଡାଇଭର ଅଛନ୍ତି। ଏମାନଙ୍କୁ ଉଦ୍ଧାର ପାଇଁ ଜୋରଦାର ସର୍ଚ୍ଚ ଅପରେସନ୍‌ ଜାରି ରହିଛି। ସର୍ଚ୍ଚ ଅପରେସନ୍ ପାଇଁ କୋଷ୍ଟଗାର୍ଡ ପକ୍ଷରୁ ୪ଟି ଜାହାଜ ଏବଂ ଦୁଇଟି ବିମାନ ନିୟୋଜିତ କରାଯାଇଛି।

କୋଷ୍ଟଗାର୍ଡର ଜଣେ ଅଧିକାରୀଙ୍କ କହିବା ମୁତାବକ, ଏହି ଧ୍ରୁବ ହେଲିକପ୍ଟରଟି ଗୁଜରାଟରେ ବନ୍ୟା ଯୋଗୁ ଫସି ରହିଥିବା ଲୋକଙ୍କୁ ଉଦ୍ଧାର ଓ ରିଲିଫ କାର୍ଯ୍ୟାରେ ନିୟୋଜିତ ଥିଲା। ତେବେ ସୋମବାର ଏହା ରାତିରେ ୧୧ଟାରେ ପୋରବନ୍ଦର ନିକଟ ଆରବ ସାଗରରେ ହେଲିକପ୍ଟରଟି ଏମରଜେନ୍ସି ଲ୍ୟାଣ୍ଡିଂ କରିଥିଲା। ଏହାପରେ ଏଥିରେ ଦୁର୍ଘଟଣା ଘଟିଛି। ବିମାନର ଭଗ୍ନାବଶେଷ ମଧ୍ୟ ସେଠାରେ ପଡିଥିବା ଦେଖିବାକୁ ମିଳିଛି।

Advertisment

ତେବେ କେଉଁ କାରଣ ଯୋଗୁ ହେଲିକପ୍ଟରଟି ଏମରଜେନ୍ସି ଲ୍ୟାଣ୍ଡିଂ କରିଥିଲା, ତା'ର କାରଣ ଏଯାଏଁ ସ୍ପଷ୍ଟ ହୋଇନାହିଁ। ପ୍ରଥମିକ ତଦନ୍ତ ପରେ ହିଁ ଏହାର ସୂଚନା କୋଷ୍ଟଗାର୍ଡ ପକ୍ଷରୁ ଜାରି କରାଯିବ। ଗତବର୍ଷ ମଧ୍ୟ ଅନେକ ଧ୍ରୁବ ହେଲିକପ୍ଟର ଦୁର୍ଘଟଣାର ଶିକାର ହୋଇଥିଲା। ଏହାପରେ ଏହି ହେଲିକପ୍ଟରଗୁଡିକୁ ଅପ୍‌ଗ୍ରେଡ୍‌ କରାଯାଇଥିଲା।

Chopper's Emergency Landing Indian Coast Guard Arabian Sea Dhruv Helicopter
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe