Advertisment

୨୪ ଘଣ୍ଟାରେ ୩ ମୁଣ୍ଡ ନେଲା କରୋନା

ପୁଣି ମୁଣ୍ଡ ନେବା ଆରମ୍ଭ କଲାଣି ମହାମାରୀ କରୋନା।

Covid19

Covid19

Advertisment

ପୁଣି ମୁଣ୍ଡ ନେବା ଆରମ୍ଭ କଲାଣି ମହାମାରୀ କରୋନା। ଧିରେ ଧିରେ କାୟା ବିସ୍ତାର କରୁଛି କରୋନା। ମହାରାଷ୍ଟ୍ରରେ ନିଜର ଘାତକ ରୂପ ଦେଖାଛି ଏହି ଭାଇରସ୍‌। ଗତ ୨୪ ଘଣ୍ଟାରେ ୫୫୦ଟି କୋଭିଡ୍‌ କେସ୍‌ ଚିହ୍ନଟ ହୋଇଥିବା ବେଳେ ୩ ଜଣଙ୍କ ମୁଣ୍ଡ ନେଇଛି କରୋନା। ମିଳିଥିବା ସୂଚନା ଅନୁଯାୟୀ, ରବିବାର ୫୬୨ଟି କେସ୍‌ ଚିହ୍ନଟ ହୋଇଥିବା ବେଳେ ବର୍ତ୍ତମାନ ରାଜ୍ୟରେ ଆକ୍ଟିଭ ମାମଲା ୩୪୮୮ଟି ରହିଛି। ସେଥିରୁ ମୁମ୍ବାଇର କେବଳ ୧୭୨ଟି ରହିଛି। ସେପଟେ ଦୀର୍ଘ ୬ ମାସ ପରେ ଆଜି ଦେଶରେ କୋଭିଡ୍‌-୧୯ ସଂକ୍ରମଣ ସଂଖ୍ୟା ୩,୮୦୦ ଟପି ଯାଇଛି।

Advertisment

ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧୮,୦୦୦ ଟପି ଯାଇଛି। ରବିବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୩,୮୨୪ କରୋନାଭାଇରସ୍‌ଜନିତ ନୂତନ ସଂକ୍ରମଣ ରେକର୍ଡ କରାଯାଇଛି। ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ୩,୮୨୪ ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୪,୪୭,୨୨,୬୦୫ରେ ପହଞ୍ଚିଛି।

ଗତ ୨୪ ‌ଘଣ୍ଟାରେ ୫ ଟି ମୃତ୍ୟୁ ରିପୋର୍ଟ କରାଯିବା ଫଳରେ ଦେଶରେ କୋଭିଡ୍‌-୧୯ଜନିତ ମୃତ୍ୟୁସଂଖ୍ୟା ୫,୩୦,୮୮୧କୁ ବୃଦ୍ଧି ପାଇଛି। ଦେଶରେ ଦୈନିକ କୋଭିଡ୍‌-୧୯ ‘ପଜିଟିଭିଟି’ ହାର ୨.୮୭% ଥିବା ବେଳେ ସାପ୍ତାହିକ ‘ପଜିଟିଭିଟି’ ହାର ୨.୨୪% ରହିଥିବା କଥା ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଦେଇଛି।

Advertisment

ଗତ ୨୪ ଘଣ୍ଟାରେ କୋଭିଡ୍-୧୯ ସଂକ୍ରମଣରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କୁ ମିଶାଇ ସମ୍ପ୍ରତି ଦେଶରେ ସମୁଦାୟ ସୁସ୍ଥତା ସଂଖ୍ୟା ହେଉଛି ୪,୪୧,୭୩,୩୩୫। ସମ୍ପ୍ରତି ଦେଶରେ ସୁସ୍ଥତା ହାର ୯୮.୭୭% ରହିଛି।

India
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe