Advertisment

ଖାତକୁ ଖସି ପଡ଼ିଲା ସୁରକ୍ଷାକର୍ମୀଙ୍କୁ ନେଇ ଯାଉଥିବା ବସ୍‌: ୩ ସିଆରପିଏଫ ଯବାନ ମୃତ

ଖବର ପାଇ ପୁଲିସ୍‌ ଟିମ ଘଟଣା ସ୍ଥଳକୁ ଯାଇ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା। ସମସ୍ତ ମୃତାହତଙ୍କୁ ସେମାନେ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରିଥିଲେ।

author-image
Hemant Lenka
Accident

Accident

ଜମ୍ମୁ-କଶ୍ମୀରର ଉଧମପୁର ଜିଲ୍ଲା ବସନ୍ତଗଡ଼ ଅଞ୍ଚଳ ନିକଟସ୍ଥ କାଣ୍ଡଭା ଠାରେ ସୁରକ୍ଷାକର୍ମୀଙ୍କୁ ନେଇ ଯାଉଥିବା ବସ ଦୁର୍ଘଟଣା ଗ୍ରସ୍ତ ହୋଇଛି। ବସ୍‌ଟି ରାସ୍ତାରେ ଯାଉଥିବା ବେଳେ ଭାରସାମ୍ୟ ହରାଇ ଖାତକୁ ଖସି ପଡ଼ିଛି। ଏଥିରେ ୩ ଜଣ ସିଆରପିଏଫ ଯବାନଙ୍କ ମୃତ୍ୟୁ ହୋଇଥିବା ବେଳେ ୧୬ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ଅନେକଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ଜଣାପଡ଼ିଛି।

Advertisment

ଉଧମପୁରର ଆଡିସନାଲ ଏସ୍‌ପି ସନ୍ଦୀପ ଭଟ୍ଟଙ୍କ ସୂଚନା ଅନୁସାରେ, ଖବର ପାଇ ପୁଲିସ୍‌ ଟିମ ଘଟଣା ସ୍ଥଳକୁ ଯାଇ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା। ସମସ୍ତ ମୃତାହତଙ୍କୁ ସେମାନେ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଘଟଣା ସ୍ଥଳରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣେ ଆଖି ବୁଜିଛନ୍ତି।

ଦୁର୍ଘଟଣାଗ୍ରସ୍ତ ବଙ୍କର ବସ୍‌ରେ ମୋଟ ୨୩ ଜଣ ସିଆରପିଏଫ ଯବାନ ରହିଥିଲେ। ସେମାନେ ବସନ୍ତଗଡ଼ରେ ଅପରେସନ ସାରି ଫେରୁଥିବା ବେଳେ ଦିନ ୧୦.୩୦ରେ ପୂରା ଘଟଣା ଘଟିଛି। ବସ୍‌ରେ ୧୮୭ ବାଟାଲିୟନର ଯବାନମାନେ ରହିଥିଲେ।

Advertisment

ଘଟଣା ଅତ୍ୟନ୍ତ ବିଚଳିତ ବୋଲି କହିବା ସହ କେନ୍ଦ୍ରମନ୍ତ୍ରୀ ତଥା ଉଧମପୁର ସାଂସଦ ଜିତେନ୍ଦ୍ର ସିଂହ ସ୍ଥାନୀୟ ଡେପୁଟି କମିଶନରଙ୍କ ସହ କଥା ହୋଇଥିବା ସୂଚନା ଦେଇଛନ୍ତି। ଜମ୍ମୁ-କଶ୍ମୀର ଉପ ରାଜ୍ୟପାଳ ମନୋଜ ସିହ୍ନା ଘଟଣାରେ ଶୋକ ପ୍ରକାଶ କରି ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।

Accident Jammu Kashmir