Advertisment

ସାର କାରଖାନାରେ ବିସ୍ଫୋରଣ; ୩ ମୃତ, ୯ ଆହତ

କାରଖାନାରେ ପ୍ରଥମେ ବିସ୍ଫୋରଣ ଘଟି ଗ୍ୟାସ୍ ଲିକ୍ ହୋଇଥିଲା।

author-image
Debibandita Barick
Security forces & police

Security forces & police

ମହାରାଷ୍ଟ୍ରର ସାଙ୍ଗଲି ଜିଲ୍ଲାର ଏକ ସାର କାରଖାନାରେ ଦୁଣ ଜଣ ମହିଳାଙ୍କ ସମେତ ଜଣେ ସୁରକ୍ଷାକର୍ମୀଙ୍କ ମୃତ୍ୟୁ ଘଟିଛି। ଏଥିସହ ୯ ଜଣ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। କାରଖାନାରେ ପ୍ରଥମେ ବିସ୍ଫୋରଣ ଘଟି ଗ୍ୟାସ୍ ଲିକ୍ ହେବା କାରଣରୁ ଏହି ଅଘଟଣ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।

Advertisment

ସୂଚନା ଅନୁସାରେ, ଗତକାଲି ସନ୍ଧ୍ୟା ପ୍ରାୟ ୬.୩୦ ସମୟରେ ସାଙ୍ଗଲି କାଡେଗାଁ ତହସିଲର ଶାଲଗାଁ ଏମଆଇଡିସିର ମିଆଁମାର କେମିକାଲ୍ କମ୍ପାନୀରେ ଏହି ଘଟଣା ଘଟିଥିଲା। କାରଖାନାରେ କୌଣସି କାରଣରୁ ପ୍ରଥମେ ବିସ୍ଫୋରଣ ହେବା ପରେ ଗ୍ୟାସ୍ ଲିକ୍ ହେବା କାରଣରୁ ତିନି ଜଣଙ୍କ ମୃତ୍ୟୁ ହୋଇଛି। 

କାରଖାନାର ଏକ ରିଆକ୍ଟର ରାସାୟନିକ ଧୂଆଁ ନିର୍ଗତ ହୋଇ ବିସ୍ଫୋରଣ ଘଟିଥିବା ପୁଲିସ କହିଛି। କାଡେଗାଁ ଥାନାର ସିନିୟର ଇନ୍ସପେକ୍ଟର ସାଙ୍ଗରାମ ଶେୱାଲ କହିଛନ୍ତି, "ଗ୍ୟାସ ଲିକ୍ କାରଣରୁ ୟୁନିଟରେ ଥିବା ପ୍ରାୟ ୧୨ ଜଣ ଲୋକ ଆହତ ହୋଇଥିଲେ। ସେମାନଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ କରାଯାଇଥିଲା।"

Advertisment

ମାତ୍ର ଡାକ୍ତରଖାନାରେ ତିନି ଜଣଙ୍କ ମୃତ୍ୟୁ ହୋଇଛି। ସେମାନଙ୍କ ମଧ୍ୟରୁ ଦୁଇଜଣ ମହିଳା କର୍ମଚାରୀ ଏବଂ ଜଣେ ସୁରକ୍ଷାକର୍ମୀ ଅଛନ୍ତି। ଅନ୍ୟ ୯ ଜଣ ଚିକିତ୍ସିତ ହେଉଛନ୍ତି। 

ଆହତଙ୍କ ମଧ୍ୟରୁ ୭ ଜଣଙ୍କୁ କରଦସ୍ଥିତ ସାହ୍ୟାଦ୍ରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ଏବଂ ସେମାନଙ୍କ ମଧ୍ୟରୁ ପାଞ୍ଚ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ସେମାନଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି। 

Maharashtra Maharashtra Gas Leak Maharashtra Fertilizer Plant