Advertisment

ଭୁଶୁଡ଼ି ପଡ଼ିଲା ୫ ମହଲା ବିଲଡିଂ, ଚାଲିଗଲା ୩ ଜଣଙ୍କ ଜୀବନ

ଆଜି ଦିଲ୍ଲୀ ସମେତ ଉତ୍ତର ଭାରତର ଅଧିକାଂଶ ସ୍ଥାନରେ ଭୂକମ୍ପ ଝଟକା ଅନୁଭତ ହୋଇଥିଲା। ତେଣୁ ଏହି ପୁରୁଣା ବିଲଡିଂ ଉପରେ ଭୂକମ୍ପ ଝଟକାର ପ୍ରଭାବ ପଡ଼ିଥିବା କୁହାଯାଉଛି।

building collapses

building collapses

Advertisment

ଉତ୍ତର ପ୍ରଦେଶର ଲକ୍ଷ୍ନୌ ଅନ୍ତର୍ଗତ ୱାଜିର ହାସନ ରୋଡରେ ଥିବା ଗୋଟିଏ ୫ ମହଲା ବିଶିଷ୍ଟ ବିଲଡିଂ ଆଜି ସନ୍ଧ୍ୟାରେ ହଠାତ୍‌ ଭୁଶୁଡ଼ି ପଡ଼ିଛି। ଏହି ଘଟଣାରେ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ୩ ଜଣଙ୍କୁ ଧ୍ୱଂସାବଶେଷ ତଳୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେହିପରି ଆଉ କିଛି ଲୋକ ମାଟି ତଳେ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି।

Advertisment

ଆଜି ଦିଲ୍ଲୀ ସମେତ ଉତ୍ତର ଭାରତର ଅଧିକାଂଶ ସ୍ଥାନରେ ଭୂକମ୍ପ ଝଟକା ଅନୁଭତ ହୋଇଥିଲା। ତେଣୁ ଏହି ପୁରୁଣା ବିଲଡିଂ ଉପରେ ଭୂକମ୍ପ ଝଟକାର ପ୍ରଭାବ ପଡ଼ିଥିବା କୁହାଯାଉଛି। ତେବେ ପ୍ରଶାସନ ପକ୍ଷରୁ ଏନେଇ କୌଣସି ସ୍ପଷ୍ଟୀକରଣ ଦିଆଯାଇନି।

ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ ବିଲଡିଂ ଭୁଶୁଡ଼ିବା ଯୋଗୁ ୪ଟି ପରିବାର ଲୋକ ପ୍ରଭାବିତ ହୋଇଛନ୍ତି। ପରିବାରରେ ରହୁଥିବା କିଛି ଲୋକ ଧ୍ୱଂସାବଶେଷ ତଳେ ଚାପି ହୋଇ ଯାଇଥିଲେ। ଖବର ପାଇ ପୁଲିସ୍‌ ଓ ଉଦ୍ଧାରକାରୀ ଦଳ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚିଥିଲେ। ମାଟି ଅତଡ଼ା ତଳକୁ ୬ ଜଣଙ୍କୁ ଉଦ୍ଧାର କରି ହସ୍ପିଟାଲ ନିଆଯାଇଥିଲା।

Advertisment

ତେବେ ସେଠାରେ ଡାକ୍ତର ୩ ଜଣଙ୍କୁ ମୃତ ଘୋଷଣା କରିଛନ୍ତି। ସେହିପରି ଆଉ ୩ ଜଣ ଏବେ ଚିକିତ୍ସିତ ହେଉଛନ୍ତି। ଆଲୟା ଆପର୍ଟମେଣ୍ଟ ନାମରେ ପରିଚିତ ବିଲଡିଂଟି ଭୁଶୁଡ଼ି ପଡ଼ିଛି। ଏହା ପୁରୁଣା ବିଲଡିଂ ହୋଇଥିବାରୁ ଏଥିରେ ଫାଟ ଚିହ୍ନ ମଧ୍ୟ ରହିଥିଲା। ଏଠାରେ ପ୍ରାୟ ୧୫ଟି ପରିବାର ରହୁଥିଲେ। ସେମାନଙ୍କ ମଧ୍ୟରେ ସମାଜବାଦୀ ପାର୍ଟିର ନେତା ଶାହିଦ ମନଜୁରଙ୍କ ପରିବାର ଲୋକ ମଧ୍ୟ ରହିଛନ୍ତି। ତେବେ ମନଜୁରଙ୍କ ପରିବାର ସମ୍ପର୍କରେ ଏଯାଏ କୌଣସି ସୂଚନା ମିଳି ନଥିବା ଜଣେ ପ୍ରଶାସନିକ ଅଧିକାରୀ କହିଛନ୍ତି।

ଘଟଣାସ୍ଥଳରେ ଉତ୍ତର ପ୍ରଦେଶର ଉପ ମୁଖ୍ୟମନ୍ତ୍ରୀ ବ୍ରିଜେଶ ପାଠକ ଉପସ୍ଥିତ ରହିବା ସହ ଉଦ୍ଧାର କାର୍ଯ୍ୟର ସମୀକ୍ଷା କରିଛନ୍ତି। ସେହିପରି ଏନଡିଆରଏଫ ଟିମ ମଧ୍ୟ ଘଟଣା ସ୍ଥଳରେ ଉପସ୍ଥିତ ରହିଛନ୍ତି। ଉଦ୍ଧାର କାର୍ଯ୍ୟ ଏବେ ବି ଜାରି ରହିଛି। 

Collapsiong Houses
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe